www.samajalive.in
Monday, December 8, 2025
27.1 C
Bhubaneswar

୧୪ ଦିନ ପରେ ଖୋଲିଲା: ତଥାପି ଖାଁ ଖାଁ ୟୁନିଟ୍ ୪ ମାର୍କେଟ

ଭୁବନେଶ୍ଵର: ଦୀର୍ଘ ୧୪ ଦିନ ବନ୍ଦ ହେବା ପରେ ପୁଣି ଖୋଲିଛି ୟୁନିଟ୍ ୪ ମାର୍କେଟ। ଦୋକାନୀମାନଙ୍କୁ କରୋନା କଟକଣା କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯିବା ପରେ ବଜାର ପୁରା ଖାଁ ଖାଁ। ପ୍ରଶାସନ ପକ୍ଷରୁ କରୋନା କଟକଣାକୁ କଡାକଡି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଦୋକାନୀ ଏବଂ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତ୍ଵ ରଖିବା ସହ ମାସ୍କ ପିନ୍ଧିବାକୁ କୁହାଯାଇଛି। କେବଳ ସେତିକି ନୁହେଁ, ଯଦି କୌଣସି ବ୍ୟବସାୟୀ ନିୟମ ଉଲ୍ଲଙ୍ଘନ କରୁଥିବା ଦେଖାଯାଏ ତେବେ ସମ୍ପୃକ୍ତ ଦୋକାନକୁ ସିଲ କରାଯିବ ବୋଲି ବିଏମସି ଦକ୍ଷିଣ ପୂର୍ବ ଜୋନ୍ ଡ଼େପୁଟୀ କମିଶନର ଅଂଶୁମାନ ରଥ ଚେତାବନୀ ଦେଇଛନ୍ତି। ତେଣୁ ବ୍ୟବସାୟୀମାନେ ବେଶ ସତର୍କତାର ସହ ନିୟମ ଅନୁସାରେ ଦୋକାନ ଖୋଲିଛନ୍ତି।

ୟୁନିଟ-୪ମାର୍କେଟ୍ ରାଜଧାନୀର ଏକ ପ୍ରମୁଖ ହୋଲସେଲ୍‌ ମାର୍କେଟ୍ ହୋଇଥିବା ବେଳେ ସବୁଠୁ ବଡ଼ ଆମିଷ ମାର୍କେଟ୍। ‌ତେଣୁ ବ୍ୟବସାୟୀମାନଙ୍କ ଠାରୁ ଅଣ୍ଡରଟେକିଂ ଲେଖି ବିଏମସି ‌ମାର୍କେଟ୍ ଖୋଲିବାକୁ ଅନୁମତି ଦେଇଛି। ମାର୍କେଟରେ ଯେପରି ସମସ୍ତ ବ୍ୟବସାୟୀ ମାସ୍କ ପିନ୍ଧିବେ, ମାସ୍କ ପିନ୍ଧି ନଥିଲେ ଗ୍ରାହକଙ୍କୁ ସାମଗ୍ରୀ ଦେବେନି, ସାମାଜିକ ଦୂରତା ନିୟମ ମାନିବେ ଏବଂ ବିଏମ୍‌ସିର ଏସ୍‌ଓପି ମାନିବାକୁ ବ୍ୟବସାୟୀମାନେ ଲିଖିତ ଭାବେ ଜଣାଇଛନ୍ତି। ତେଣୁ ବିଏମସି ପକ୍ଷରୁ ଏହି ମାର୍କେଟ୍ ଖୋଲିବାକୁ ଅନୁମତି ଦିଆଯାଇଛି।

- Advertisement -

ତେବେ ସାମାଜିକ ଗଣମାଧ୍ୟମରେ ୟୁନିଟ୍ ୪ର ଲୋକଗହଳିର ଏକ ପୁରୁଣା ଫଟୋ ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।  ଭିଡ଼ ସମ୍ପର୍କରେ ବିଏମସି ଓ ପୁଲିସ ପକ୍ଷରୁ ଅନୁସନ୍ଧାନ ପରେ ସୋସିଆଲ ମିଡ଼ିଆରେ ଘୂରିବୁଲୁଥିବା ଫଟୋଟି ପୁରୁଣା ବୋଲି ଜଣା ପଡ଼ିଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories