www.samajalive.in
Monday, December 8, 2025
27.1 C
Bhubaneswar

କୋବିଡ଼ ତରକାରୀ ସାଙ୍ଗକୁ ମାସ୍କ ନାନ୍: ଜଣେ ପଚାରିଲେ କ’ଣ ପିପିଇ କିଟ୍ ପିନ୍ଧି ଖାଇବୁ

କରୋନାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରଚଣ୍ଡ ଭୟ । ସଂକ୍ରମଣ ଓ ମୃତ୍ୟୁକୁ ନେଇ ଏତେ ଖବର ପ୍ରଚାର ହେଉଛି ଯେ ସାଧାରଣ ଲୋକ ବି ଭୟରେ ବିବଶ ହୋଇ ଯାଉଛି । ହୋଟେଲ ଓ ରେଷ୍ଟୁରାଣ୍ଟ ଶିଳ୍ପ ଉପରେ କରୋନା ପ୍ରଚଣ୍ଡ ପାହାର ପକାଇଛି । ଦେଶ କାହିଁକି ବିଦେଶରେ ମଧ୍ୟ ହୋଟେଲ ଶିଳ୍ପ ସବୁଠାରୁ କଷ୍ଟକର ସମୟ ଦେଇ ଗତି କରୁଛି । ଭାରତରେ ଓ ଆମ ରାଜ୍ୟରେ ହୋଟେଲକୁ କିଛି ମାତ୍ରାରେ କଟକଣା ମୁକ୍ତ କରାଯାଇଥିଲେ ହେଁ ରେସ୍ତୋଁରାରେ ବସି ଖାଇ ହେବ ନାହିଁ ବୋଲି ନିର୍ଦେଶନାମା ଜାରି ହୋଇଛି ।

- Advertisement -

ଏହି ସମୟରେ ରାଜସ୍ଥାନର ଯୋଧପୁରରେ ଏକ ହୋଟେଲର ରୋଷେଇଆ ପ୍ରସ୍ତୁତ କରିଛନ୍ତି ‘କୋବିଡ଼’ ତରକାରୀ । ଆଉ ଏହି ତରକାରୀ ସାଥୀରେ ଖାଇବା ପାଇଁ ‘ମାସ୍କ’ ନାନ୍ । ଆଉ ସବୁଠାରୁ ମଜାଦାର କଥା ହେଉଛି ଏହି ତରକାରୀ ଓ ନାନ୍ ଏବେ ସୋସିଆଲ ମିଡ଼ିଆ ସେନସେସନ ପାଲଟି ଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରୁ ବରାଦ ମଧ୍ୟ ଆସି ହୋଟେଲ ମାଲିକଙ୍କ ନିକଟରେ ପହଞ୍ଚିଛି ।

‘‘ବେଦିକ’ ନାମକ ଏକ ଶୁଦ୍ଧ ଶାକାହାରୀ ରେଷ୍ଟୁରାଣ୍ଟ ପକ୍ଷରୁ ଏହି ଚିତାକର୍ଷକ ଭୋଜନ ସାମଗ୍ରୀ ପ୍ରସ୍ତୁତ କରାଯାଇଛି । ଏହାର ମାଲିକ ଅନୀଲ କୁମାରଙ୍କ ସୂଚନା ଅନୁସାରେ କୋବିଦ ଭୂତାଣୁ ଆକାରରେ ମଲାଇ କୋଫ୍ତାର ତରକାରୀ ପ୍ରସ୍ତୁତ ହେଉଛି । ଯାହା ମାୱାରେ ପ୍ରସ୍ତୁତ । କୋଫ୍ତାଗୁଡ଼ିକୁ ଗୋଲାକାର କରାଯିବା ପରିବର୍ତ୍ତେ ଏହାକୁ କଣ୍ଟକିତ କରାଯାଇଛି । ଏହା ସହିତ ନାନ୍ ଆକୃତିର ବଟରନାନ ମଧ୍ୟ ପରଷା ଯାଉଛି ।  ଖାଦ୍ୟପ୍ରେମୀ ଲୋକଙ୍କ ମଧ୍ୟରେ ଏହା ବେଶ୍ ଆଦୃତ ହୋଇଛି ବୋଲି ଅନୀଲ କହିଛନ୍ତି ।


ସୋସିଆଲ ମିଡ଼ିଆରେ ଏହି ନାନ୍ ଓ କୋଫ୍ତା ଫଟୋ ପୋଷ୍ଟ ହେବା ପରେ ବିଭିନ୍ନ ମଜାଦାର ଟିପ୍ପଣୀ ଆସିଛି । କେହିକେହି ଏହାକୁ କ’ଣ ପିପିଇ କିଟ୍ ପିନ୍ଧି ଖାଇବାକୁ ପଡ଼ିବ କି ବୋଲି ମଜାଳିଆ ପ୍ରଶ୍ନ ମଧ୍ୟ କରିଛନ୍ତି ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories