www.samajalive.in
Monday, December 8, 2025
20.1 C
Bhubaneswar

ପୁଲିସ ପେଟ୍ରୋଲ ପମ୍ପ ବନ୍ଦ : ପୁଲିସ କର୍ମଚାରୀ କରୋନା ସଂକ୍ରମିତ !!

ସମ୍ବଲପୁର(ସିଟି) :  ସମ୍ବଲପୁରରେ ଦିନକୁ ଦିନ କରୋନା ତାର କାୟା ମେଲାଇ ଚାଲିଥିବା ବେଳେ ସମ୍ବଲପୁର ପୁଲିସ ଏଥିରୁ ବର୍ତ୍ତି ରହିଥିଲା। କିନ୍ତୁ ଶୁକ୍ରବାର ସମ୍ବଲପୁର ପୁଲିସରେ କାର୍ଯ୍ୟରତ କିଛି କର୍ମଚାରୀ ମାନଙ୍କ ଠାରେ କରୋନା ସଂକ୍ରମଣ ଲକ୍ଷଣ ଦେଖାଯିବାରୁ ଏବେ ପୁଲିସ ମହଲରେ ଚହଳ ପଡିଯାଇଛି। ଟାଉନ ଥାନା ଅର୍ନ୍ତଗତ ରିଜର୍ଭ ପୁଲିସ ଲାଇନରେ ରହିଥିବା ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଦୁଇ ଜଣ କର୍ମଚାରୀ କରୋନା ଲକ୍ଷଣ ଦେଖାଯିବା ପରେ ସେମାନଙ୍କୁ ଟେଷ୍ଟ ପାଇଁ ପଠାଯାଇଥିବା ବେଳେ ପେଟ୍ରୋଲ ପମ୍ପକୁ ବନ୍ଦ କରି ଦିଆଯାଇଛି। ସେହିଭଳି ବିଗତ ଦିନରେ ଅଇଁଠାପାଲି ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଧରିଥିବା ବେଳେ ତାର କରୋନା ପଜିଟିଭ ବାହାରିଛି। ଏଣୁ ସେହି ଅଭିଯୁକ୍ତ ସହିତ ସଂସ୍ପର୍ଶରେ ଆସିିଥିବା ପୁଲିସ ମାନଙ୍କର ସ୍ୱାବ ଟେଷ୍ଟ ହେବ। ଟାଉନ ଓ ଅଇଁଠାପାଲି ଥାନା କ୍ଷେତ୍ରରେ କାର୍ଯ୍ୟରତ ପୁଲିସ ମାନଙ୍କର କରୋନା ପଜିଟିଭ ବାହାରିଥିବାରୁ ଏବେ ସମସ୍ତ କର୍ମଚାରୀ ମାନଙ୍କର ସ୍ୱାବ ଟେଷ୍ଟ କରିବାର ଜରୁରୀ ହୋଇ ପଡିଛି। ସମ୍ବଲପୁର ସହରର ସମସ୍ତ ଗଳିକନ୍ଦି, ପଡା ଆଦିରେ ୧୪୪ ଧାରା ଓ କଣ୍ଟାନମେଣ୍ଟ ଜୋନ ଲାଗୁ କରାଯାଇଛି। ଏହି ଅଞ୍ଚଳରେ ରହୁଥିବା ଜନତାଙ୍କୁ ଏବେ ଖାଦ୍ୟପେୟ, ଶୌଚାଳୟ, ଅଘୋଷିତ ବିଦ୍ୟୁତ କାଟ, ଜଳ ସମସ୍ୟା ଲାଗି ରହିଥିବାର ସେମାନେ ବିଭିନ୍ନ ସମୟରେ ସେମାନେ ଦାବି ଓ ପ୍ରତିବାଦ କରୁଛନ୍ତି। ଏଣୁ ସେମାନେ ଦାବି ଓ ପ୍ରତିବାଦ କରୁଥିବା ସମୟରେ ଜିଲା ପ୍ରଶାସନ ଓ ନିଗମ ଅଧିକାରୀ ମାନେ ଘଟଣାସ୍ଥଳକୁ ପହଞ୍ଚୁ ନ ଥିବା ବେଳେ ପୁଲିସକୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାକୁ ଯିବାକୁ ପଡୁଛି। ତେଣୁ ପୁଲିସ ସେମାନଙ୍କ ସହିତ ପ୍ରତ୍ୟକ୍ଷ ଅଥବା ପରୋକ୍ଷରେ ସଂସ୍ପର୍ଶରେ ଆସୁଛି। ଏହା ସହିତ ମାସ୍କ, ହେଲମେଟ, କରୋନା ନିୟମ ଉଲ୍ଲଂଘନ ଆଦି କାର୍ଯ୍ୟ ଓ ଜରିମାନା ଆଦାୟ ସମୟରେ ମଧ୍ୟ ପୁଲିସ ମୃତୟନ ହେଉଥିବାରୁ ସିଧାସଳଖ ପୁଲିସ ଜନତାଙ୍କ ସଂସ୍ପର୍ଶରେ ଆସୁଛି। ଏଣୁ ପୁଲିସ କୌଣସି ନା କୌଣସି କରୋନା ରୋଗୀଙ୍କ ସହିତ ସଂସ୍ପର୍ଶରେ ଆସିବାକୁ ଏକ ପ୍ରକାରର ବାଧ୍ୟ ହୋଇଯାଇଛି। ତେଣୁ ସମସ୍ତ ପୁଲିସ କର୍ମଚାରୀ ମାନଙ୍କର ସ୍ୱାବ ଟେଷ୍ଟ କରାଯିବା ସହିତ ଯେଉଁ କର୍ମଚାରୀ ମାନଙ୍କର କରୋନା ଲକ୍ଷଣ ଦେଖାଯାଉଛି, ସେମାନଙ୍କୁ ତୁରନ୍ତ କୋଭିଡ ହସ୍ପିଟାଲକୁ ପଠାଯାଉ ବୋଲି ଜନତା ଦାବି କରୁଛନ୍ତି। ନ ହେଲେ ପୁଲିସ ସୁରକ୍ଷା ଦେବା ପରିବର୍ତ୍ତେ ‘ସୁପରସ୍ପେଡର’ ହେବାର ଆଶଙ୍କ ଦେଖା ଦେଇଛି। ଏଣୁ ଯେଉଁ ମାନେ କଣ୍ଟାନମେଣ୍ଟ ଜୋନ ଓ ୧୪୪ ଧାରା ଅଞ୍ଚଳରେ ଡ୍ୟୁଟି କରୁଛନ୍ତି ସେମାନଙ୍କୁ ପ୍ରଥମେ ହୋମ କ୍ୱାରେଣ୍ଟାନ କରିବା ସହିତ ସେହି ଅଞ୍ଚଳର ଥାନାଧିକାରୀଙ୍କୁ ମଧ୍ୟ ହୋମ କ୍ୱାରେଣ୍ଟାଇନ କରାଯାଉ। ଯଦି ସେମାନଙ୍କର ମଧ୍ୟରେ ହୋମ କ୍ୱାରେଣ୍ଟାନ ପରେ କୌଣସି ଲକ୍ଷଣ ଦେଖା ନ ଯାଏ ତାହା ହେଲେ ସେମାନଙ୍କୁ ପୁର୍ନବାର କାର୍ଯ୍ୟକ୍ଷେତ୍ରକୁ ଆଣିବାକୁ ସାଧାରଣରେ ଦାବି ହେଉଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories