www.samajalive.in
Monday, December 8, 2025
20.1 C
Bhubaneswar

ବଲାଙ୍ଗୀରରେ ବୋଲ ମାନୁନି କରୋନା, ବଢୁଛି ସଂକ୍ରମିତ କୋଭିଡ ଯୋଦ୍ଧାଙ୍କ ସଂଖ୍ୟା

ବଲାଙ୍ଗୀର : ବଲାଙ୍ଗୀରରେ ବୋଲ ମାନୁନି କରୋନା। ଦିନକୁ ଦିନ କରୋନା ସଂକ୍ରମଣ ବଲାଙ୍ଗୀର ସହର ତଥା ଜିଲାରେ ତୀବ୍ରଗତିରେ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ୧୯ ଜଣ ରୋଗୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟା ୩୮ରେ ପହଞ୍ଚିଛି। ଶୁକ୍ରବାର ଠାରୁ ଜିଲାପାଳ ଚାରିଦିନିଆ ସଟଡାଉନ ଘୋଷଣା କରିଥିବା ବେଳେ ଦ୍ୱିତୀୟ ଦିନରେ ସଂକ୍ରମିତ ସଂଖ୍ୟାରେ ବୃଦ୍ଧି ଲୋକଙ୍କ ଚିନ୍ତା ବଢାଇଛି। ସହରର ସମସ୍ତ ପଡାରେ ଏବେ କରୋନା ପଶିସାରିଥିବା ବେଳେ ଧିରେ ଧିରେ ଏହା ଗାଁ ମାନଙ୍କରେ ପ୍ରବେଶ କରିବାରେ ଲାଗିଛି।
ଶନିବାର ଚାରିଦିନିଆ ସଟଡାଉନର ଦ୍ୱିତୀୟ ଦିବସ ରହିଥିଲା। ଏହି ସଟଡାଉନକୁ କଡାକଡି କରାଯାଇଥିବା ବେଳେ ସୀମା ଗୁଡିକ ସିଲ କରାଯାଇଛି। ଜିଲା ତଥା ସହର ଭିତରକୁ ପ୍ରବେଶ କରିବା ପାଇଁ ପୁଲିସର କଡାକଡି କଟକଣା ସତ୍ୱେ ବଲାଙ୍ଗୀର ବୋଲ ମାନୁନି କରୋନା। ଶନିବାର ୩୮ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୩ରେ ପହଞ୍ଚିଛି। ଜିଲା ପ୍ରଶାସନର ସୂଚନା ଅନୁସାରେ ବଲାଙ୍ଗୀର ସହରରେ ବେଲଗାମ ହୋଇଛି କରୋନା। ୩୮ ଜଣ ପଜିଟିଭଙ୍କ ମଧ୍ୟରୁ କେବଳ ସହରରେ ୨୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଭଗବତୀନଗରରୁ ୩ ଜଣ, ଶାନ୍ତପଡାରୁ ୩ ଜଣ, ରାଧାରାଣୀପଡାରୁ ୨ ଜଣ, ମାଲପଡାରୁ ୨ ଜଣ, ସୁଦପଡା, କ୍ଲବପଡା, ରମାଇଟକିଜ ରୋଡ, ଏବିଏସଏସ ରୋଡ, ରୁଗୁଡିପଡା, ଆଦର୍ଶପଡା ଅଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଡାକ୍ତରଖାନାରେ କାର୍ଯ୍ୟରତ କର୍ମଚାରୀ ତଥା କୋଭିଡ ଯୋଦ୍ଧା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଶନିବାର ତିନି ଜଣ କୋଭିଡ ଯୋଦ୍ଧା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସହରରେ ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ଗାଁ ମାନଙ୍କରେ ମଧ୍ୟ ଏହି ସଂଖ୍ୟା ବଢିବାରେ ଲାଗିଛି। ବେଲପଡା ବ୍ଲକ ସଦର ଗାଁରୁ ୪ ଜଣ ଓ ଚିକିଲିରୁ ଜଣେ ଚିିହ୍ନଟ ହୋଇଛନ୍ତି। ଲୋଇସିଂହା ବ୍ଲକ ରାନୀପାଲିର ଜଣେ ଓଏସଏପି ଯବାନ, ଗେର୍ଡି ଓ ଝାରମୁଣ୍ଡାରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପତି ଗୁଡଭେଲା ବ୍ଲକ ଡୁଙ୍ଗିବାହାଲରୁ ଜଣେ, ବଲାଙ୍ଗିର ସଦରବ୍ଲକ ବିସ୍ରାମୁଣ୍ଡା ଓ କୁଡାସିଂହାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ କଣ୍ଠାବାଞ୍ଜି, ପୁଇଁନ୍ତଲା ବ୍ଲକ ବିଲେଇସର୍ଡା, ସଇଁନ୍ତଲା ବ୍ଲକ ସଦର ଗାଁ, ପାଟଣାଗଡ ଭରତବାହାଲ ଗାଁରୁ ଜଣେ ଲେଖାଏଁ ରୋଗୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୁରିବାହାଲ ବ୍ଲକ ବାୟାଉଡାର ଗାଁର ଦୁଇ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଦିନକୁ ଦିନ ଏହି ସଂକ୍ରମଣ ଠିକଣା ବଦଲାଉଥିବା ବେଳେ ଆଗକୁ ସ୍ଥିତି ବିଗିଡିବାର ଆଭାସ ମଧ୍ୟ ମିଲିଛି। ଶନିବାର ଚିହ୍ନଟ ହୋଇଥିବା ୩୮ ଜଣ ରୋଗୀଙ୍କୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୩ରେ ପହଞ୍ଚିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories