www.samajalive.in
Saturday, December 6, 2025
26.1 C
Bhubaneswar

ସାମ୍ନାକୁ ଆସିଲା ଧର୍ମାନ୍ତରୀକରଣର ଅଦ୍ଭୁତ କାରଣ

ସୋନିପତ୍‍: ଭାରତ ପରି ଦେଶରେ ଧର୍ମ ପରିବର୍ତ୍ତନକୁ ନେଇ କ୍ରମଶଃ ନାନା ଅଭିଯୋଗ ସାମ୍ନାକୁ ଆସୁଛି। କେଉଁଠି ଆର୍ଥିକ ଅଭାବ ପରିବାରବର୍ଗଙ୍କୁ ଧର୍ମ ପରିବର୍ତ୍ତନ କରିବାର ମାଧ୍ୟମ ପାଲଟୁଛି ତ’ ପୁଣି କେଉଁଠି ସରଳ ବିଶ୍ୱାସୀ ଆଦିବାସୀଙ୍କୁ ବିଭିନ୍ନ ପ୍ରହେଳିକା ଦେଖାଇ ସେମାନଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ପ୍ରବର୍ତ୍ତାଇ ଦିଆଯାଉଛି। ତେବେ ବିବାହ ପାଇଁ ଧର୍ମ ପରିବର୍ତ୍ତନ ପରି ଘଟଣା ହରିୟାନା ପରି ରାଜ୍ୟରେ ଦୃଶ୍ୟମାନ ହୋଇଛି।
ହରିୟାନା ପରି ରାଜ୍ୟର ଜନସଂଖ୍ୟାକୁ ତର୍ଜମା କଲେ ପୁରୁଷ ଓ ମହିଳାଙ୍କ ଅନୁପାତରେ ଅଧିକ ତାରତମ୍ୟ ରହିଛି। ୨୦୦୧ରେ ପ୍ରତି ୧୦୦୦ପୁରୁଷରେ ରାଜ୍ୟରେ କେବଳ ୮୬୧ମହିଳା ଥିଲେ। ୨୦୧୧ରେ ଏହି ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟି ପ୍ରତି ୧୦୦୦ପୁରୁଷରେ ୮୭୯ଜଣ ମହିଳା ଥିବା ରେକର୍ଡ଼ କରାଯାଇ ଥିଲା। ୨୦୧୭ରେ ମଧ୍ୟ ପ୍ରତି ୧୦୦୦ପୁରୁଷଙ୍କ ତୁଳନାରେ ରାଜ୍ୟରେ ୯୦୦ମହିଳା ରେକର୍ଡ଼ କରାଯାଇଛି। ଏଭଳି ପରିସ୍ଥିତିରେ ହରିୟାଣାରେ ଏକାଧିକ ଯୁବକ ଅବିବାହିତ ରହୁଥିବା ଜଣାପଡ଼ିଛି।
ସୋନେପତ ସହରର ଏକ ବାଇକ ସୋ-ରୁମରେ କାର୍ଯ୍ୟରତ ବିକାଶ ଜୈନଙ୍କୁ ବିବାହ ପ୍ରଲୋଭନ ଦେଖାଇ ତାଙ୍କ ଧର୍ମ ପରିବର୍ତ୍ତନ କରାଯାଇ ଥିବା ଅଭିଯୋଗ ହୋଇଛି। ବିକାଶଙ୍କ ସମେତ ଅଗ୍ରୱାଲ ସମାଜର ୩ଟି ପରିବାରର ଧର୍ମ ପରିବର୍ତ୍ତନ କରାଯାଇଛି। ଏଭଳି ସୂଚନା ଅଗ୍ରୱାଲ ସମାଜକୁ ଆନ୍ଦୋଳିତ କରିଥିବା ଜଣାପଡ଼ିଛି।
ଦୀର୍ଘ ଦିନ ଧରି ବିକାଶଙ୍କ ବିବାହ ହୋଇ ପାରୁ ନ ଥିଲା। ଯଦି ସେ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରନ୍ତି ତେବେ ତାଙ୍କ ବିବାହ ସହଜରେ ହୋଇଯିବ ବୋଲି ବିକାଶଙ୍କୁ କୁହାଯାଇ ଥିଲା। ଏପରିକି ତାଙ୍କୁ ଚର୍ଚ୍ଚ ନେଇଯାଇ କିଛି ଯୁବତୀ ଦେଖାଇଥିଲେ ବ୍ୟକ୍ତିଜଣକ। ଯଦି ଖ୍ରୀଷ୍ଟ ଧର୍ମ ଗ୍ରହଣ କରନ୍ତି ତେବେ ଏହି ଯୁବତୀଙ୍କ ସହ ତାଙ୍କ ବିବାହ ହୋଇପାରିବ ବୋଲି ବ୍ୟକ୍ତିଜଣକ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଭଳି ପ୍ରତିଶ୍ରୁତି ପରେ କେବଳ ବିକାଶ କାହିଁକି ଅଗ୍ରୱାଲ ସମାଜର ୩ଟି ପରିବାର ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି। ଏଭଳି ଖବର ପାଇବା ପରେ ଅଗ୍ରୱାଲ ସମାଜ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ସହିତ ଆଲୋଚନା କରାଯାଇଛି। ସେମାନେ ଯଦି ଆର୍ଥିକ ସହଯୋଗ ଆଶାରେ ଧର୍ମ ପରିବର୍ତ୍ତନ କରିଥାନ୍ତି ତେବେ ଅଗ୍ରୱାଲ ସମାଜ ପକ୍ଷରୁ ସେମାନଙ୍କୁ ଅର୍ôଥକ ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories