www.samajalive.in
Sunday, December 7, 2025
13.1 C
Bhubaneswar

ଚିଲିକା ଓ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ ମୋଦୀ ସରକାର ୨ବର୍ଷରେ ଦେଇଛନ୍ତି ୪.୭ କୋଟି : ଧର୍ମେନ୍ଦ୍ର ପ୍ରଧାନ

-ଅଂଶୁପା ହ୍ରଦର ପୁନରୁଦ୍ଧାର କରାଯିବା ସମସ୍ତଙ୍କୁ ଖୁସି ଦେଇଛି
-ଅଂଶୁପା ଏବଂ ଚିଲିକା ହ୍ରଦ ପରିବେଶ ପର୍ଯ୍ୟଟନର ଅପାର ସମ୍ଭାବନା ରଖିଛି
-ଚିଲିକା ହ୍ରଦ ବିଦେଶୀ ପକ୍ଷୀଙ୍କର ବାସଗୃହ ଓ ପ୍ରକୃତି ବିଶେଷଜ୍ଞଙ୍କ ପାଇଁ ଏକ ମନମୋହିଲା ଭଳି ପରିବେଶ ସଦୃଶ

ନୂଆଦିଲ୍ଲୀ/ଭୁବନେଶ୍ୱର : ନ୍ୟାସନାଲ୍‍ ପ୍ଲାନ୍‍ ଫର୍‍ କନଜରଭେସନ୍‍ ଅଫ୍‍ ଆକ୍ୱାଟିକ ଇକୋସିଷ୍ଟମ (ଏନପିସିଏ) ଅଧୀନରେ ବିଗତ ୨ ବର୍ଷ ମଧ୍ୟରେ ମୋଦୀ ସରକାର ଓଡ଼ିଶାକୁ ୪.୭ କୋଟି ଟଙ୍କା ଦେଇଛନ୍ତି। ଭାରତର ସର୍ବବୃହତ ଲୁଣି ହ୍ରଦ ଚିଲିକା ଏବଂ ଓଡିଶାର ସର୍ବବୃହତ ମଧୁର ଜଳ ହ୍ରଦ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ ଏହି ଆର୍ଥିକ ଅନୁଦାନ ଦିଆଯାଇଛି ବୋଲି ଟ୍ୱିଟ୍‍ କରି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକେରଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏବଂ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଜାଭଡେ଼କରଙ୍କ ଦକ୍ଷ କାର୍ଯ୍ୟଶୈଳୀ ଯୋଗୁଁ ସନ୍ତସନ୍ତିଆ ଅଞ୍ଚଳ ଓ ଜୈବ ବିବିଧତାର ସଂରକ୍ଷଣ, ସୁରକ୍ଷା ଏବଂ ପରିଚାଳନା ଦିଗରେ ବିଶେଷ ପଦକ୍ଷେପ ନିଆଯାଇପାରିଛି ବୋଲି ସେ କହିଛନ୍ତି।

- Advertisement -

ଶ୍ରୀ ପ୍ରଧାନ କହିଛନ୍ତି ତିନି ବର୍ଷ ପୂର୍ବେ ଦଳ ଓ ଆବର୍ଜନାରେ ପୋତି ହୋଇଯାଇଥିବା ଥିବା ଅଂଶୁପା ହ୍ରଦର ପୁନରୁଦ୍ଧାର କରାଯିବା ସମସ୍ତଙ୍କୁ ଖୁସି ଦେଇଛି ଏବଂ ସମଗ୍ର ଦେଶରେ ଆମର ସନ୍ତସନ୍ତିଆ ଅଞ୍ଚଳର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ପ୍ରୋତ୍ସାହନ ମଧ୍ୟ ଯୋଗାଇଛି। ପରିବେଶ ପର୍ଯ୍ୟଟନର ଅପାର ସମ୍ଭାବନା ରଖିଥିବା ଅଂଶୁପା ହ୍ରଦ ଏବଂ ଚିଲିକା ହ୍ରଦ ବିଦେଶୀ ପକ୍ଷୀମାନଙ୍କର ବାସଗୃହ ଓ ପ୍ରକୃତି ବିଶେଷଜ୍ଞଙ୍କ ପାଇଁ ମନମୋହିଲା ଭଳି ପରିବେଶ ସଦୃଶ। ଏକ ସ୍ଥିର ଭବିଷ୍ୟତ ପାଇଁ ଭାରତ ସରକାର ଏହି ‘ଓଡ଼ିଶାର ଅଳଙ୍କାର’ର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ।
ସେହିପରି ସହରାଞ୍ଚଳର ସ୍ଥିର ଭବିଷ୍ୟତ ପାଇଁ ଆବଶ୍ୟକ ହେଉଥିବା ମୂଲ୍ୟବାନ ଇକୋସିଷ୍ଟମ୍‍ ନିମନ୍ତେ ସନ୍ତସନ୍ତିଆ ଅଞ୍ଚଳ ହେଉଛି ଗୁରୁତ୍ୱପୂର୍ଣ୍ଣ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ଭଳି ରାଜ୍ୟରେ ଏହି ସନ୍ତସନ୍ତିଆ ଅଞ୍ଚଳ ଆର୍ଥିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ମଧ୍ୟ ସୁରକ୍ଷା ଯୋଗାଇବା ପାଇଁ ସହାୟକ ହୋଇଥାଏ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories