www.samajalive.in
Monday, December 8, 2025
13.1 C
Bhubaneswar

ଦେଶ ବିଭାଜନର ପ୍ରାୟଶ୍ଚିତ ସିଏଏ: ପ୍ରତାପ ଷଡ଼ଙ୍ଗୀ

ସୁରତ: ଦେଶ ବିଭାଜନର ପ୍ରାୟଶ୍ଚିତ ହେଉଛି ନାଗରିକତା ସଂଶୋଧ ଆଇନ(ସିଏଏ)। କଂଗ୍ରେସ ଦେଶକୁ ବିଭାଜନ କରି ଯେଉଁ ପାପ କରିଛି, ସିଏଏ ମାଧ୍ୟମରେ ଆମେ ତା’ର ପ୍ରାୟଶ୍ଚିତ କରୁଛୁ। ଏହାକୁ ବିରୋଧ କରିବା ପରିବର୍ତ୍ତେ ଏହାକୁ ସମର୍ଥନ କରିବା ସହ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇବା ଉଚିତ। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଶନିବାର ନାଗରିକତା ସଂଶୋଧନ ଆଇନ ନେଇ ଗୁଜରାଟର ସୁରତରେ କଂଗ୍ରେସକୁ ଟାର୍ଗେଟ କରି ଏପରି କହିଛନ୍ତି। ଧାର୍ମିକ ନିର୍ଯାତନା ସହି ଯେଉଁ ସଂଖ୍ୟାଲଘୁମାନେ ସୀମା ଅତିକ୍ରମ କରି ଭାରତ ଆସିଛନ୍ତି, ସେମାନଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଏହି ଆଇନ ଆଣିଛନ୍ତି। ତେଣୁ ଏହାକୁ ବିରୋଧ କରିବାର କୌଣସି କାରଣ ନାହିଁ ବରଂ ଏହି ପଦକ୍ଷେପ ପ୍ରଶଂସା ଯୋଗ୍ୟ ବୋଲି ସେ କହିଛନ୍ତି।

- Advertisement -

ସେ ପୁନଶ୍ଚ କହିଛନ୍ତି, ସିଏଏକୁ ନେଇ କଂଗ୍ରେସ ଲୋକଙ୍କୁ ଭ୍ରମିତ କରି ଦେଶରେ ନିଆଁ ଲଗାଇବାକୁ ଚେଷ୍ଟା କରୁଛି। ଯେଉଁମାନଙ୍କୁ ଭାରତର ସ୍ବାଧୀନତା, ଅଖଣ୍ଡତା ଓ ବନ୍ଦେ ମାତରମ ସ୍ୱୀକାର ନୁହେଁ, ସେମାନଙ୍କର ଦେଶରେ ରହିବାର କୌଣସି ଅଧିକାର ନାହିଁ ବୋଲି ବିରୋଧୀଙ୍କୁ ଟାର୍ଗେଟ୍‌ ସ୍ବରୂପ ମନ୍ତ୍ରୀ ଷଡ଼ଙ୍ଗୀ କହିଛନ୍ତି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories