www.samajalive.in
Wednesday, December 10, 2025
26.1 C
Bhubaneswar

ସ୍କୁଲ ସାମ୍ନାରେ ମୁକୁଳା ଟ୍ରାନ୍ସଫର୍ମ;  ଗାଁ ଭିତରେ ଅଧା ଢଳିଥିବା ବିଜୁଳି ଖୁଣ୍ଟ

ପାଇକମାଳ :  ପାଇକମାଳ ବିଦ୍ୟୁତ ସବଡିଭିଜ ଅନ୍ତର୍ଗତ ଡୁମ୍ବେରବାହାଲ ଗ୍ରାମର ସ୍କୁଲ ଗେଟ ସମ୍ମୁଖରେ ଦୀର୍ଘ ବର୍ଷ ହେଲା ମୁକୁଳା ଭାବେ ଏକ ୧୦୦ କେଭି ଟ୍ରାନ୍ସଫର୍ମର ରହିଥିବା ବେଳେ ଗାଁ ଭିତରେ ଜୀବନ୍ତ ତାର ଯାଇଥିବା ଏକ ଲୁହା ବିଦ୍ୟୁତ ଖୁମ୍ବ ଅଧା ଢଳିଯାଇଛି । ଏହାର ପ୍ରତିକାର ପାଇଁ ବିଭାଗୀୟ ଏସଡିଓ ଓ ସ୍ଥାନୀୟ ଲାଇନମେନମାନଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ କୈ।ଣସି ସୁଫଳ ମିଳୁନାହିଁ । ଫଳରେ ଯେ କୌଣସି ସମୟରେ ବିଦ୍ୟୁତ ଜନିତ ଦୁର୍ଘଟଣା ଘଟି ବଡ଼ ଧରଣର ଜୀବନ ହାନି ହେବାର ଆଶଙ୍କା ରହିଛି ।
 ଡୁମ୍ବେରବାହାଲ ସ୍କୁଲ ସମ୍ମୁଖରୁ ମାତ୍ର ୧୬ ଫୁଟ ଦୂରରେ ୧୦୦ କେଭି ଟ୍ରାନ୍ସଫର୍ମର ସମ୍ପୁର୍ଣ୍ଣ ମୁକୁଳା ଭାବେ ରହିଛି । ସ୍କୁଲ ଖୋଲାଥିଲେ କୋମଳମତୀ ଛାତ୍ରଛାତ୍ରୀଙ୍କ ସମେତ ଗୋରୁଗାଈ ମଧ୍ୟ ଏଠାକୁ ଅସାବଧାନତା ବଶତଃ ଚାଲିଆସନ୍ତି ଓ ସବୁବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । ଗତ ଜୁନ ମାସରେ ଗ୍ରାମର ଅନ୍ୟ ଏକ ୬୩ କେଭି ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଜଣେ ଯୁବକ ପ୍ରାଣ ହରାଇ ସାରିଛନ୍ତି । ତେବେ ସ୍କୁଲ ସମ୍ମୁଖ ମୁକୁଳା ଟ୍ରାନ୍ସଫର୍ମରରେ ମଧ୍ୟ କେତେବେଳେ ଯେ ଜୀବନ ହାନି ନ ହେବ ତାହା କିଏ କହିପାରିବ ।ସେହିପରି ଗାଁ ଭିତରେ ବିଦ୍ୟୁତ ଖୁମ୍ବମାନଙ୍କରୁ ଖୋଳା ତାର ଅପସାରଣ କରାଯାଇ କେବୁଲ ତାରର ବ୍ୟବସ୍ଥା କରାଯାଇଛି ଓ ଏଥିପାଇଁ ୩ ଟି ନୂତନ ୬୩ କେଭି ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି ଓ ନୂତନ ବିଦ୍ୟୁତ ଖୁମ୍ବମାନ ପୋତାଯାଇଛି । ତେବେ ଗାଁ ଭିତରେ ଗୋଟିଏ ପୁରୁଣା ଲୁହା ବିଦ୍ୟୁତ ଖୁମ୍ବ ୬୦ ଡିଗ୍ରୀ ପର୍ଯ୍ୟନ୍ତ ଢଳି ବଙ୍କା ହୋଇଯାଇଛି ଓ ତାହା କେତେବେଳେ ମଧ୍ୟ ଧରାଶାୟୀ ହୋଇଯିବ । ଏହି ଖୁମ୍ବ ଦେଇ ଯାଇଥିବା ଜୀବନ୍ତ ବିଦ୍ୟୁତ ତାରକୁ ଅପସାରଣ କରାଯାଇ ନାହିଁ । ଗାଁ ଭିତରେ ଅନ୍ୟ ସ୍ଥାନମାନଙ୍କରେ ନୁଆ ବିଦ୍ୟୁତ ଖୁମ୍ବ ମାନଙ୍କରେ କେବୁଲ ତାରର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କାହା ସ୍ୱାର୍ଥରେ ବିପଦ ସଙ୍କୁଳ ଭାବେ ଅଧା ଢଳିଯାଇଥିବା ଖୁମ୍ବରୁ ଜୀବନ୍ତ ବିଦ୍ୟୁତ ତାର ଅପସାରଣ କରାଯାଉ ନାହିଁ ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରାୟ ଦୁଇ ବର୍ଷ ତଳେ ବିଭାଗୀୟ ଏସଡିଓ ଡୁମ୍ବେରବାହାଲ ଗ୍ରାମକୁ ଆସି ମୁକୁଳା ଟ୍ରାନ୍ସଫର୍ମର ଓ ଅଧା ଢଳିଥିବା ବିଦ୍ୟୁତ ଖୁଣ୍ଟ ଦେଖି ଯାଇଥିଲେ । ଏହା ପରେ ମଧ୍ୟ ସ୍କୁଲ ସମ୍ମୁଖରୁ ଟ୍ରାନ୍ସଫର୍ମର ଅପସାରଣ କିମ୍ବା ସେଠାରେ ବାଉଣ୍ଡରୀ ବ୍ୟବସ୍ଥା ନ କରିବା ଓ ଗାଁ ଭିତରେ ବିପଦ ସଙ୍କୁଳ ଭାବେ ଅଧା ଢଳିଯାଇଥିବା ବିଦ୍ୟୁତ ଖୁମ୍ବକୁ ଅପସାରଣ ନ କରିବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories