www.samajalive.in
Thursday, December 11, 2025
27.1 C
Bhubaneswar

ଘର ଉପରେ ଓଲଟିଲା ଗେଟି ଭର୍ତ୍ତି ଟ୍ରକ୍‌: ୪ ମୃତ, ୪ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶର ଦମୋହ ଜିଲାରେ ଘଟିଛି ଏକ ଦୁଃଖଦ ଘଟଣା। ଏକ ଟ୍ରକ୍‌ ନିୟନ୍ତ୍ରଣ ହରାଇ ଗୋଟିଏ ଘର ଉପରେ ଚଢିଯିବା ଫଳରେ ଘରେ ଶୋଇଥିବା ତିନି ଶିଶୁଙ୍କ ସମେତ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତ ତିନି ଶିଶୁ ଭାଇଭାଉଣୀ ଥିଲେ। ଏଥିସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଜିଲାର ବଟିୟାଗାଡ଼ ଥାନା ଅଧିନସ୍ଥ ଅଞ୍ଜନୀ ଟପରିୟା ଗାଁରେ ଘଟିଛି ଏହି ଦୁର୍ଘଟଣା। ଦ୍ରୁତ ଗତିରେ ଆସୁଥିବା ଗେଟି ଭର୍ତ୍ତି ଏହି ଟ୍ରକଟି କଚ୍ଚା ଘର ଉପରେ ଓଲଟି ପଡ଼ିଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ହୋ ହାଲ୍ଲା ହୋଇଥିଲା। ଗ୍ରାମବାସୀଙ୍କ ସାହାଯ୍ୟରେ ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଦୁର୍ଗା ପୂଜା ପାଇଁ ହରିରାମ ଦିଲ୍ଲୀରୁ ଗାଁକୁ ଆସିଥିଲେ। ତାଙ୍କର ତିନି ପିଲା ଆକାଶ, ମନୀଷା ଏବଂ ଓମ୍‌କାର ଘରେ ଶୋଇଥିଲେ। ହରିରାମ ତାଙ୍କ ପତ୍ନୀଙ୍କ ସହ କଥା ହେଉଥିଲେ। ଏହି ସମୟରେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସିଲା ଓ ଖୁଣ୍ଟରେ ପିଟି ହୋଇ ତାଙ୍କ ଘର ଉପରେ ଓଲଟି ପଡ଼ିଥିଲା। ଓଲଟିବା ପରେ ଟ୍ରକରେ ଥିବା ଗେଟିଗୁଡ଼ିକ ଘର ଉପରେ ଡାଳି ହୋଇଯାଇଥିଲା ଏବଂ ସପରିବାର ତା ତଳେ ଚାପି ହୋଇଯାଇଥିଲେ। ସେଠାରେ ଉପସ୍ଥିତ ଲୋକେ ବହୁ କଷ୍ଟରେ ହରିରାମ ଓ ତାଙ୍କ ପତ୍ନୀଙ୍କୁ ବାହାର କରିଥିଲେ, କିନ୍ତୁ ପିଲାମାନଙ୍କୁ ବାହାର କରି ପାରିନଥିଲେ। ତା’ ଭିତରେ ଅଧିକ ସମୟ ରହିବାରୁ ଶ୍ବାସରୁଦ୍ଧ ହୋଇ ତିନି ଶିଶୁଙ୍କ ମୃତ୍ୟୁ ଘଟିଥିଲା। ପ୍ରାୟ ୨ ଘଣ୍ଟା ପରେ ପିଲାମାନଙ୍କୁ ବାହାର କରାଗଲା। ଦୁର୍ଘଟଣାରେ ଟ୍ରକ ଚାଳକ ପୁରୁଷୋତ୍ତମ ସାହୁଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ, ପ୍ରଶାସନ ଓ ଲୋକପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିଥିଲେ। ଅପରପକ୍ଷେ, ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଟ୍ବିଟ୍‌ କରି ଘଟଣାରେ ଶୋକ ପ୍ରକାଶ କରିଛନ୍ତି।

- Advertisement -

 

 

 

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories