www.samajalive.in
Wednesday, December 10, 2025
18.1 C
Bhubaneswar

ୟୁକ୍ରେନ୍‌-ରୁଷ ଯୁଦ୍ଧ: ଆଲୋଚନା ପାଇଁ ଜେଲେନସ୍କିଙ୍କ ପ୍ରସ୍ତାବ

କିଭ୍‌: ୧୮ଦିନ​‌ରେ ପହଞ୍ଚିଲାଣି ୟୁକ୍ରେନ୍‌-ରୁଷ ଲଢ଼େଉ । ଯୁଦ୍ଧ ଥମିବା ପରିବର୍ତ୍ତେ ଆହୁରି ଉଗ୍ରରୂପ ଧାରଣ କରୁଥିବା ଦେଖିବାକୁ ମିଳିଛି । ୟୁକ୍ରେନ୍‌ ମାଟିରେ ଏବେ ବି ଶୁଭୁଛି ବିସ୍ଫୋରଣର ଶବ୍ଦ । ରୁଷ ଆକ୍ରମଣରେ ୟୁକ୍ରେନର ଅନେକ ସହର ଖିନଭିନ୍‌ ହୋଇସାରିଲାଣି । ଅଜି ପୁଣି ୟୁକ୍ରେନର ରାଜଧାନୀ କିଭ୍‌ ଉପରେ ଘନଘନ ଆକ୍ରମଣ କରିଛି ରୁଷ । ରୁଷ ସୈନ୍ୟଙ୍କ ଗୁଳିମାଡ଼ରେ ୟୁକ୍ରେନର ଜଣେ ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିବା​‌ ଜଣାପଡ଼ିଛି ।

ରୁଷ ଏହି ଆକ୍ରମଣ ୟୁକ୍ରେନର ଗ୍ରୀନ କରିଡରରେ କରିଥିବା କହିଛି ୟୁକ୍ରେନ୍‌ । ସେପଟେ ଯୁଦ୍ଧ ବନ୍ଦ କରିବାକୁ ହୋଇ ସାରିଲାଣି ଚାରି ଚାରି ଥର ଆଲୋଚନା । ୪ଥର ଆଲୋଚନା ପରେ ବି ବାହାରୁନି ସମାଧନର ବାଟ । ବେଲାରୁଷରେ ଉଭୟଙ୍କ ମଧ୍ୟରେ ହୋଇଥିବା ଅଲୋଚନାରେ କୌଣସି ସୁଫଳ ମିଳିପାରିନାହିଁ । ତେବେ ଯୁଦ୍ଧକୁ ନେଇ ପୁଣି ହୋଇପାରେ ଉଭୟଙ୍କ ମଧ୍ୟରେ ଆଲୋଚନା ।

- Advertisement -

ଏନେଇ ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ଜେଲେନସ୍କି । ଆଲୋଚନାରେ ମଧ୍ୟସ୍ଥି ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଜେଲେନସ୍କି ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି । ଏହି ଆଲୋଚନା ହେବକି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ୧୮ ଦିନ ଧରି ଲାଗି ରହିଥିବା ଏହି ଯୁଦ୍ଧରେ ଉଭୟ ଦେଶ ରୁଷ ଓ ୟୁକ୍ରେନର ବହୁ କ୍ଷତି ଘଟିଲାଣି । ଉଭୟ ଦେଶର ବହୁ ସୈନକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ସାଧାରଣ ଲୋକଙ୍କ ଜୀବନ ଗଲାଣି ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories