www.samajalive.in
Monday, December 8, 2025
27.1 C
Bhubaneswar

କୋଟି କୋଟି ମହିଳାଙ୍କ ଭାଗ୍ୟ ବଦଳାଇଛି ଉଜ୍ଜ୍ୱଳା ଯୋଜନା – ପୁରିଲା ୪ ବର୍ଷ

ସମାଜ ପୋର୍ଟାଲ ଡେସ୍କ: କରୋନା ମହାମାରୀ ଯୋଗୁ ଲକ ଡାଉନ ସମୟରେ ବାହାରକୁ ଯାଇ କିଛି ଜିନିଷ ଆଣି ହେଉନି। ଏମିତି ସମୟରେ ନରେନ୍ଦ୍ର ମୋଦୀ ସରକାର ଉଜ୍ଜ୍ୱଳା ଯୋଜନାରେ ଆମକୁ ତିନି ମାସର ଗ୍ୟାସ ସିଲିଣ୍ଡର ଯୋଗାଇଦେବାକୁ ବ୍ୟବସ୍ଥା କରିଛନ୍ତି। ସେଥିମଧ୍ୟରୁ ଗୋଟିଏ ଗ୍ୟାସ ସିଲିଣ୍ଡର ଆମେ ପାଇଲୁଣି। ଏଠାକାର ଅନ୍ୟମାନେ ମଧ୍ୟ ପାଇଛନ୍ତି। ଏହି ଗ୍ୟାସରେ ଦୁଇ ଓଳି ଖାଇବା ରାନ୍ଧିବାଢ଼ି ପିଲାମାନଙ୍କୁ ଓ ପରିବାରର ସମସ୍ତଙ୍କୁ ଦେଇପାରୁଛି। ସେଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି, ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଜିଲ୍ଲା ବୋମାଲୋଇ ଅଂଚଳର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଜନୈକା ହିତାଧିକାରୀ କାଂଚନ ରଣା।

ଖାଲି କାଂଚନ ନୁହନ୍ତି, ମାଲକାନଗିରିର ଜୟନ୍ତୀ ବୈଦ୍ୟ, ଦେବଗଡ଼ର ସୁଜାତା କିସାନ, କେନ୍ଦୁଝରର କୁନ୍ତଳା ବେହେରା, ଚମ୍ପାବତୀ ବେହେରା, ଗଜପତି ଜିଲ୍ଲା ଗୁମ୍ମା ଅଂଚଳର ସୁଲୋଚନା କାଉଁରୀ, କେନ୍ଦୁଝରର ଅମ୍ବିକା ମହାକୁଡ଼ ପ୍ରମୁଖ ମଧ୍ୟ ସମାନ ଧରଣର ପ୍ରତିକ୍ରିୟା ରଖିଛନ୍ତି। ଏମାନେ ବି ଜଣେ ଜଣେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ। ଏପ୍ରିଲ ମାସର ଗ୍ୟାସ ସିଲିଣ୍ଡର ବିନା ମୂଲ୍ୟରେ ପାଇବା ପରେ ମନର ଖୁସି ଜାହିର କରିଛନ୍ତି। କଷ୍ଟ ସମୟରେ ସେମାନଙ୍କର ଅସୁବିଧା ଲାଘବ ପାଇଁ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାର ୨୬ ଲକ୍ଷରୁ ଅଧିକ ମହିଳା ହିତାଧିକାରୀ ଉପକୃତ ହୋଇଛନ୍ତି। ସମସ୍ତେ ମଧ୍ୟ ଏପ୍ରିଲ ମାସ ପାଇଁ ମାଗଣା ଗ୍ୟାସ ସିଲିଣ୍ଡର ପାଇଛନ୍ତି। ସମସ୍ତେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି। ରାଜ୍ୟରେ ଥିବା ମୋଟ ୮୮.୫ ଲକ୍ଷ ଏଲପିଜି ହିତାଧିକାରୀଙ୍କ ମଧ୍ୟରୁ ୪୭.୫ ଲକ୍ଷ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ ରହିଛନ୍ତି।

ମେ ପହିଲାରେ ଉଜ୍ଜ୍ୱଳା ଯୋଜନାକୁ ୪ ବର୍ଷ ପୂରିଛି। ସାରା ଦେଶରେ ଥିବା ୨୭ କୋଟି ୮୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୮ କୋଟି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ ରହିଛନ୍ତି। ୨୦୨୦ ଏପ୍ରିଲରେ ୪.୫୩ କୋଟି ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ରିଫିଲ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୬ ମସିହା ମେ ୧ ତାରିଖରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଆରମ୍ଭ ହୋଇଥିଲା। ରୋଷେଇ ଘରକୁ ଧୂଆଁ ମୁକ୍ତ କରିବା ଉଦ୍ଦେଶ୍ୟରେ ଏହି ଯୋଜନାରେ ଗରିବ ମହିଳାମାନଙ୍କ ନାମରେ ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିର୍ଣ୍ଣୟ କରିଥିଲେ। ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ବିଗତ ୪ ବର୍ଷ ମଧ୍ୟରେ ଅନେକ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିଛି। ଦେଶର ୮ କୋଟିରୁ ଊର୍ଦ୍ଧ୍ଵ ଗରିବ ମହିଳାଙ୍କ ଭାଗ୍ୟ ପରିବର୍ତ୍ତନରେ ସହାୟକ ହୋଇଛି। ଖାଲି ଦେଶରେ ନୁହେଁ, ସାରା ବିଶ୍ୱରେ ଏବେ ଏହି ଯୋଜନାକୁ ନେଇ ଚର୍ଚ୍ଚା ହେଉଛି। ବିଭିନ୍ନ ଅନ୍ତର୍ଜାତୀୟ ଅଧ୍ୟୟନ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଗ୍ୟାସ ଚୁଲାରେ ରୋଷେଇ କରିବା ଦ୍ୱାରା ଦେଶର ଗରିବ ମହିଳାମାନେ ପାରମ୍ପରିକ ଜାଳେଣି ଚୁଲିରେ ରୋଷେଇ କରିବାରୁ ମୁକ୍ତି ପାଇଛନ୍ତି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories