www.samajalive.in
Monday, December 8, 2025
27.1 C
Bhubaneswar

କରୋନା ମୁକାବିଲାର ଅବଦାନ; ବିଏମ୍‍ସି ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: କରୋନା ମହାମାରୀ ସାରା ବିଶ୍ୱ ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି କରିଛି। ରାଜ୍ୟ ସରକାର ନିଜର ସମସ୍ତ ପ୍ରସ୍ତୁତି ସହିତ ଏହି ଅଭୂତପୂର୍ବ ମହାମାରୀର ମୁକାବିଲା କରୁଛନ୍ତି।  ଏହି ମହାମାରୀକୁ ସଫଳତାର ସହିତ ପ୍ରତିହତ କରିବାରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅବଦାନ ଉଲ୍ଲେଖନୀୟ। ଯଦିଓ ଭୁବନେଶ୍ୱର କରୋନା ଭୂତାଣୁ ସଂକ୍ରମଣ ପାଇଁ ହଟ୍‍ସ୍ପଟ୍‍ ଭାବେ ବିବେଚିତ ହୋଇଛି, କିନ୍ତୁ ଭିଏସ୍‍ଏସ୍‍ ନଗର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି)ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିରନ୍ତର ଉଦ୍ୟମ ଓ ବ୍ୟାପକ ସଚେତନତା ସୃଷ୍ଟି ଯୋଗୁ ଭିଏସ୍‍ଏସ୍‍ ନଗର ଅଞ୍ଚଳରେ ଆଜି ସୁଦ୍ଧା କରୋନା ଭୂତାଣୁ ପ୍ରବେଶ କରିପାରି ନାହିଁ।  ଆଗକୁ ମଧ୍ୟ ଏହି ଅଞ୍ଚଳରେ କରୋନା ଭୂତାଣୁକୁ ପ୍ରବେଶ କରାଇ ନ ଦେବାକୁ ସେମାନେ ପ୍ରତିଶ୍ରୁତିବଦ୍ଧ। ଭିଏସ୍‍ଏସ୍‍ ନଗର ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରେ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ସେବା ଓ ଜନସଚେତନା ସୃଷ୍ଟିରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଭିଏସ୍‍ଏସ୍‍ନଗର ବିଏମ୍‍ସି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ  ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ଉତ୍ସର୍ଗିକୃତ ସେବା ମନୋଭାବ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା।

ଭିଏସ୍‍ଏସ୍‍ ନଗର ବିଏମ୍‍ସି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଶେଫାଳି ମଲ୍ଲିକ, ଫାର୍ମାସିଷ୍ଟ ସନ୍ଦୀପ ତ୍ରିପାଠୀ, ନର୍ସ ସବିତା ଦାଶ, ଆଟେଣ୍ଟାଣ୍ଟ୍‍ ରାହୁଲ ସାହୁ, ସ୍ୱିପର୍‍ ଶିଳ୍ପାରାଣୀ ମଲ୍ଲିକଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ନିରାଡ଼ମ୍ବର କାର୍ଯ୍ୟକ୍ରମରେ ପ୍ରତ୍ୟେକ ସରକାରୀ ନିୟାମାନୁସାରେ ସାମାଜିକ ଦୂରତା ବଜାୟ ରଖିଥିଲେ ଏବଂ କରୋନା ମହାମାରୀ ରୋକିବା ପାଇଁ ସଚେତନତା ସୃଷ୍ଟି କରିଥିଲେ।

- Advertisement -

ବିଏମ୍‍ସି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଶେଫାଳି ମଲ୍ଲିକ କହିଥିଲେ ଯେ ଭିଏସ୍‍ଏସ୍‍ ନଗର ଅଞ୍ଚଳରେ ସ୍ୱାସ୍ଥ୍ୟ ସଚେତନତା କାର୍ୟ୍ୟକ୍ରମ ଜାରି ରହିଛି ଏବଂ ଲୋକେ ସରକାରୀ ନିୟମମାନୁଛନ୍ତି। ଏଥିରେ ଜନସାଧାରଣ ସହଯୋଗ କରୁଥିବାରୁ ସେମାନେ ଧନ୍ୟବାଦର ପାତ୍ର। ତେବେ ସେମାନେ ମାସ୍କ ପିନ୍ଧନ୍ତୁ, ନିୟମିତ ବ୍ୟବଧାନରେ ହାତ ଧୁଅନ୍ତୁ ଏବଂ ସରକାରୀ ନିୟମ ମାନି ଚଳିଲେ ଭିଏସ୍‍ଏସ୍‍ ନଗରକୁ କରୋନା ଭୂତାଣୁ ପଶିପାରି ନାହିଁ। ତେବେ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଆପଣମାନେ ଘରେ ରୁହନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ।

ଏହି ଅବସରରେ ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ, ଇଂ.ଶିବପ୍ରସାଦ ମିଶ୍ର, ବିଶ୍ୱଜିତ୍‍ ସ୍ୱାଇଁ, ନିରୂପମା ପାତ୍ର, ନିରଞ୍ଜନ ପାତ୍ର, ସମରଞ୍ଜନ ମହାନ୍ତି ପ୍ରମୁଖ ମହାମାରୀ ‘କରୋନା’ଆତଙ୍କରେ ସମଗ୍ର ବିଶ୍ୱ ଆତଙ୍କିତ ହୋଇଥିବାବେଳେ ଯେଉଁମାନେ ଏହି କରୋନା ଭୂତାଣୁ ସଂକ୍ରମଣରୁ ମାନବ ସମାଜକୁ ରକ୍ଷା କରିବା ପାଇଁ ଜୀବନକୁ ବାଜି ଲଗାଇ ଏହି ମହତ୍‍ କାର୍ଯ୍ୟରେ ନିଜକୁ ସମର୍ପିତ କରିଛନ୍ତି ସେମାନଙ୍କ ମଧ୍ୟରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ସମାଜର ରକ୍ଷା କବଚ ଭାବେ କାର୍ଯ୍ୟ କରି ପ୍ରଶଂସିତ ବୋଲି ସେମାନେ କହିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories