www.samajalive.in
Friday, December 5, 2025
23.1 C
Bhubaneswar

ମହିଳାଙ୍କୁ ସମ୍ମାନ ମିଳିଛି : ସୁମିତ୍ରା ମହାଜନ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ ଦେଶରେ ମହିଳାଙ୍କୁ ଇଜ୍ଜତ ଓ ସମ୍ମାନ ମିଳିଛି ବୋଲି ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନ କହିଛନ୍ତି। ପୂର୍ବରୁ ଦେଶରେ ଝିଅ ଓ ମହିଳା ଜାଳେଣି କାଠ ସଂଗ୍ରହ କରିବା ପାଇଁ ଘର ବାହାରକୁ ଜଙ୍ଗଲ ଅଥବା ଅନ୍ୟ କୌଣସି ସ୍ଥାନକୁ ଯିବାକୁ ପଡ଼ୁଥିଲା। ଏମାନେ ଘରକୁ ନ ଫେରିବା ପର୍ଯ୍ୟନ୍ତ ଘର ଲୋକଙ୍କ ମନରେ ନାନା ପ୍ରକାରର ଅଶଙ୍କା ଲାଗି ରହୁଥିଲା। ଯୋଜନାର ସଫଳ ରୂପାୟନ ପରେ ଏବେ ଝିଅ ଓ ମହିଳାଙ୍କୁ ଜାଳେଣି କାଠ ସଂଗ୍ରହ ପାଇଁ ବାହାରକୁ ଯିବାକୁ ପଡ଼ୁନାହିଁ। ବାହାରୁ ଜାଳେଣି କାଠ ସଂଗ୍ରହ ଭଳି ବିପଜ୍ଜନକ କାର୍ଯ୍ୟରୁ ଝିଅ ଓ ମହିଳାଙ୍କୁ ନିବୃତ୍ତ କରି ସେମାନଙ୍କ ଇଜ୍ଜତ ସୁରକ୍ଷିତ ରଖିବାରେ ଉଜ୍ଜ୍ୱଳା ଯୋଜନା ସହାୟକ ହୋଇଛି। ମହିଳାଙ୍କୁ ଅସ୍ୱାସ୍ଥ୍ୟକର ପରିବେଶରୁ ଅବ୍ୟାହତି ମିଳିବା ସହ ସେମାନଙ୍କୁ ସମ୍ମାନ ମିଳିପାରିଛି ବୋଲି ବାଚସ୍ପତି ଶ୍ରୀମତୀ ମହାଜନ କହିଥିଲେ। ଯେଉଁ ବ୍ୟକ୍ତିମାନେ ନିଜ ମା ଏବଂ ପରିବାରର ଅନ୍ୟ ମହିଳାଙ୍କୁ ଚୁଲି ଧୂଆଁରେ ରୋଷେଇ କରିଥିବାର ଦେଖିଥିବେ ସେମାନେ ଯୋଜନାର ମହତ ଉଦ୍ଦେଶ୍ୟ ଜାଣିପାରିବେ। ଖୁବ୍‌ କମ୍‌ ଦିନରେ ଉଜ୍ଜ୍ୱଳା ଯୋଜନାରେ ଦେଶରେ ଗରିବ ପରିବାରଙ୍କୁ ପାଞ୍ଚ କୋଟି ଏଲପିଜି ସଂଯୋଗ ମିଳିବା, କେନ୍ଦ୍ର ସରକାରଙ୍କ ଏକ ବଡ଼ଧରଣର ସଫଳତା ବୋଲି ଲୋକସଭା ବାଚସ୍ପତି ଶ୍ରୀମତୀ ମହାଜନ କହିଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଥିଲେ ଯେ ଉଜ୍ଜ୍ୱଳା ଯୋଜନା ଗରିବ ଜୀବନରେ ପରିବର୍ତ୍ତନ ଆଣିଛି। ଚୁଲି ଧୂଆଁରୁ ମହିଳାଙ୍କ ମୁକ୍ତିପାଇଁ ପ୍ରଧାନମନ୍ତ୍ରୀଙ୍କ ଉଜ୍ଜ୍ୱଳା ଯୋଜନା ଏକ ଉପହାର ସଦୃଶ। ନିର୍ଦ୍ଧାରିତ ସମୟସୀମା ଠାରୁ କମ୍‌ ଦିନରେ ପାଞ୍ଚ କୋଟି ପରିବାରକୁ ଏଲପିଜି ସଂଯୋଗ ଯୋଗାଇ ଦେବାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟର ସଫଳତା ହାସଲ କରିଛି। ମନ୍ତ୍ରଣାଳୟର ସଫଳତା ପରେ ଏବେ ଉଜ୍ଜ୍ୱଳା ଯୋଜନାରେ ଆଠ କୋଟି ହିତାଧିକାରୀଙ୍କୁ ଏଲପିଜି ସଂଯୋଗ ବଣ୍ଟନ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀମତୀ ପଟେଲ କହିଥିଲେ। ଦେଶରେ ମହିଳାଙ୍କ ପ୍ରତି ସମର୍ପିତ ଉଜ୍ଜ୍ୱଲା ଯୋଜନା ଗରିବଙ୍କ ଆର୍ଥିକ ଅଭିବୃଦ୍ଧିର ମାଧ୍ୟମ ପାଲିଟିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ।
ସଂସଦ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦିଲ୍ଲୀ ସଂଗମ ବିହାର ଅଞ୍ଚଳର ବିପିଏଲ ଶ୍ରେଣୀର ମହିଳା ତକଦିରନଙ୍କୁ ପାଞ୍ଚ କୋଟି ସଂଖ୍ୟା ବିଶିଷ୍ଟ ଏଲପିଜି  ସଂଯୋଗ ପ୍ରଦାନ କରାଯାଇଥିଲ।
ଦିଲ୍ଲୀର ଅନ୍ୟ ସାତ ଜଣ ବିପିଏଲ ଶ୍ରେଣୀର ମହିଳାଙ୍କୁ ମଧ୍ୟ ଉଜ୍ଜ୍ୱଳା ରନ୍ଧନ ଗ୍ୟାସ ସଂଯୋଗ ଦିଆଯାଇଥିଲ। ପ୍ରକାଶ ଯେ ୧ ମଇ ୨୦୧୬ରେ ଉତ୍ତରପ୍ରଦେଶର ବାଲିଆରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ କରିଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories