www.samajalive.in
Wednesday, December 10, 2025
26.1 C
Bhubaneswar

ପେନସନଧାରୀଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟ

ଉଦଳା:  ଗତକାଲି (ବୁଧବାର) ଅପରାହ୍ନରେ ମୟୂରଭଞ୍ଜ ଜିଲା ଉଦଳାରେ ଥିବା ସୁଭଦ୍ରା ଗାର୍ମେଣ୍ଟସ ସମ୍ମୁଖରୁ ପଲସର ବାଇକରେ ଆସିଥିବା ଦୁଇ ଜଣ ଲୁଟିଆ ଜଣେ ପେନସନଧାରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ କରିବାକୁ ସକ୍ଷମ ହୋଇଛନ୍ତି। ଲୁଟର ଶିକାର ବ୍ୟକ୍ତି ଜଣକ ବାରିପଦା ବିଜୟ ରାମଚନ୍ଦ୍ରପୁର (ୱାର୍ଡ ନମ୍ବର -୧୭)ବାସିନ୍ଦା ଥିବାବେଳେ ନାମ ଜିତେନ୍ଦ୍ର କୁମାର ସେଠୀ ବୋଲି ଜଣାଯାଇଛି। ସେ ଘର ତିଆରି ପାଇଁ ଷ୍ଟେଟ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ସୁଭଦ୍ରା ଗାର୍ମେଣ୍ଟସ ସମ୍ମୁଖରେ ଥଣ୍ଡା ପାନୀୟ ପିଉଥିବା ସମୟରେ ଜଣେ ଲୁଟିଆ ଡିକି ଭାଙ୍ଗି ବ୍ୟାଗରେ ଥିବା ଟଙ୍କା ନେଇ ବାଇକରେ ଅପେକ୍ଷା କରିଥିବା ଅନ୍ୟ ଲୁଟିଆ ସହିତ ଫେରାର ହୋଇଯାଇଥିଲେ। ଏହି ଲୁଟିଆ ଟଙ୍କା ନେବା ସମୟରେ ଲୋକେ ନେଇଗଲା ନେଇ ଗଲା ପାଟି କରୁଥିବା ସମୟରେ ଲୁଟିଆ ଦୁଇ ଜଣ ମଧ୍ୟ ନେଇଗଲା ନେଇଗଲା କହି ଚକମା ଦେଇ ଖସି ଯିବାକୁ ସକ୍ଷମ ହୋଇଥିଲେ। କ୍ରମାଗତ ଭାବେ ଏଭଳି ଲୁଟ ଜନସାଧାରଣରେ ଆତଙ୍କ ଖେଳାଇ ଦେଇଛି। ବାରମ୍ବାର ବାଇକ୍ ଡିକିରୁ ଟଙ୍କା ଚୋରି ହେଉଥିଲା ବେଳେ ଜନସାଧାରଣ କାହିଁକି ଯେ ସଚେତନ ହେଉନାହାନ୍ତି, ସେନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ବାବଦରେ ଉଦଳା ଥାନାରେ ଅଭିଯୋଗ ପରେ ତଦନ୍ତ ଜାରି ରହିଛି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories