ଗାଧୋଇବାବେଳେ ପୋଖରୀରେ ବୁଡି ଦୁଇ ଶିଶୁ ମୃତ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ କେଶଡିହା ଗ୍ରାମରେ ଅଘଟଣ  । ଗାଧୋଇବାବେଳେ ପୋଖରୀରେ ବୁଡି ୨ ଶିଶୁଙ୍କ ମୃତ୍ୟୁ ଘଟିଛି । ମହୁଲଡିହା ଥାନା କେଶଡିହା ଗାଁର ସମ୍ବିତ ହନହାଗା ଏବଂ ରାଜେଶ ମହାକୁଡ଼ ଅଙ୍ଗନବାଡିରୁ ଛୁଟି ହେବା ପରେ ଘରକୁ ଫେରି ଘର ପାଖରେ ଖେଳୁଥିଲେ । ଅନ୍ୟ ଜଣେ  ଶିଶୁ ମଧ୍ୟ ପୋଖରୀକୁ ଯାଇ  ଗାଧୋଉଥିଲେ । ମାତ୍ର ସେହି ସମୟରେ ୨ ଜଣ ଶିଶୁ ବୁଡିଯିବାରୁ ଅନ୍ୟ ଶିଶୁ ଜଣକ ଘରକୁ କାନ୍ଦି କାନ୍ଦି ଆସି ମାକୁ ଜଣାଇଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ୨ ଶିଶୁଙ୍କୁ ପୋଖରୀରୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ମାତ୍ର ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏପରି ଏକ ଦୁଃଖଦ ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 

Comments are closed.