www.samajalive.in
Sunday, December 7, 2025
16.1 C
Bhubaneswar

ପିଅନ୍ତୁ ହଳଦୀ ପାଣି ; ଦୂର ହେବ ଅନେକ ସମସ୍ୟା..

ହଳଦୀରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ। ଏଥିରେ ଅନେକ ପୋଷକ ତତ୍ତ୍ୱ ଭିଟାମିନ ସି, ପୋଟାସିୟମ, ଜିଙ୍କ୍‌‌, କ୍ୟାଲସିୟମ, ପ୍ରୋଟିନ୍‌‌ ଆଦି ରହିଛି। ଯାହା ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ। ହଳଦୀ ନିଜ ଖାଦ୍ୟରେ ବିଭିନ୍ନ ଉପାୟରେ ସାମିଲ କରି ପାରିବେ। ମାତ୍ର ହଳଦୀ ପାଣି ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ।
ଦିନର ଆରମ୍ଭ ହଳଦୀ ପାଣିରୁ ଆରମ୍ଭ କଲେ ଅନେକ ଚମତ୍କାରୀ ଲାଭ ମିଳିଥାଏ। ଏହାର ସେବନ ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା, ପାଚନ ଜନିତ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଜାଣନ୍ତୁ..
ହଳଦୀରେ ଅନେକ ଔଷଧୀୟ ଗୁଣ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାର ନିୟମିତ ରୂପରେ ସେବନ କଲେ ଶରୀରରୁ ଅନେକ ସଂକ୍ରାମକ ରୋଗ ଦୂରେଇ ରହିଥାଏ।
ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିଲେ, ହଳଦୀ ସେବନ ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଏଥିପାଇଁ ଆପଣ ଏକ ଗ୍ଲାସ କ୍ଷୀରରେ ହଳଦୀ ମିଶାଇ ସେବନ କରନ୍ତୁ।
ହଳଦୀ ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ସୁଚାରୁ ରୂପେ ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାଏ। ଏହା ପାଚନ ତନ୍ତ୍ରକୁ ମଜଭୂତ କରିଥାଏ। ଏହା ଗ୍ୟାଷ୍ଟ୍ରିକ ସମସ୍ୟାକୁ ଦୂର କରିଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ହଳଦୀର ନିଶ୍ଚୟ ସେବନ କରନ୍ତୁ। ଏହାସହ ଓଜନ ହ୍ରାସ ପାଇଁ ହଳଦୀ ପାଣି ନିଶ୍ଚୟ ପିଅନ୍ତୁ।
ତ୍ୱଚାକୁ ସୁନ୍ଦର ଓ ଉଜ୍ଜ୍ୱଳ କରିବା ପାଇଁ ହଳଦୀ ବେଶ ଫଳପ୍ରଦ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ତ୍ୱଚାକୁ ସୁସ୍ଥ ରଖିବା ସହ କୁଞ୍ଚନ ଆସିବାକୁ ରୋକିଥାଏ। ନିୟମିତ ହଳଦୀ ପାଣି ପିଇବା ଦ୍ୱାରା ତ୍ୱଚାର ଚମକ ବୃଦ୍ଧି ପାଇବା ସହ ଯୁବା ବୟସ ବଜାୟ ରହିଥାଏ। ଏପରି ପ୍ରସ୍ତୁତ କରନ୍ତୁ ହଳଦୀ ପାଣି..
ଏକ ପାତ୍ରରେ ଏକ କପ ପାଣି ଉଷୁମ କରନ୍ତୁ। ଅନ୍ୟ ଏକ କପରେ ଅଳ୍ପ ହଳଦୀ ଓ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ। ଏବେ ଏଥିରେ ଉଷୁମ ପାଣି ମିଶାନ୍ତୁ। ନିଜ ପସନ୍ଦ ମୁତାବକ ଅଳ୍ପ ମହୁ ମଧ୍ୟ ମିଶାଇ ପାରିବେ।
ନିୟମିତ ଏହି ହଳଦୀ ପାଣିର ସେବନ କରିପାରିବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories