ଟାମ୍ପରକେଲା ଗ୍ରାମ ପଞ୍ଚାୟତ: ସମାଧାନ ହେଉନି ପାନୀୟ ଜଳ, ରସ୍ତାଘାଟ ଓ ସ୍ୱାସ୍ଥ୍ୟ ସମସ୍ୟା

ରେଙ୍ଗାଲି: ଟାମ୍ପରକଲେ ଗ୍ରାମ ପଞ୍ଚାୟତ ସମ୍ବଲପୁର ଜିଲ୍ଲା ର ଅନ୍ୟତମ ପୁରାତନ ଗ୍ରାମ ପଞ୍ଚାୟତ ଅଟେ। ତେବେ ସ୍ୱାଧୋିନତା ର ୭୪ ବର୍ଷ ପରେ ବି ଏହି ଗ୍ରାମ ପଞ୍ଚାୟତ ରେ ଅନେକ ସର୍ବ ନିମ୍ନ ମୌଳିକ ସମସ୍ୟା ଅସମାହିତ ହୋଇ ରହିଯାଇଛି। ଅନେକ ନିର୍ବାଚନ ଆସୂଛି ଯାଉଛି। ନେତ ବଦଳୁଛନ୍ତି ନିଥି ବି ବଦଳୁଛି। କିନ୍ତୁ ଟାମ୍ପରକେଲା ଗ୍ରାମ ପଞ୍ଚାୟତ ରେ ଦୀର୍ଘ ଦଶନ୍ଧି ରୁ ଲାଗି ରହିଥିବା ପିବା ପାଣି, ଗାଧୋଇବା ପାଣି, ସ୍ବାସ୍ଥ୍ୟ ସେବା, ଗମନାଗନ ପାଇଁ ଭାଲ ରାସ୍ତା ଆଦି ସର୍ବ ନିମ୍ନ ମୌଳିକ ଜନ ସମସ୍ୟାର ପ୍ରତିକାର ହେଉ ନାହିଁ। ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଅଜତ୍ସ ଯୋଜନା କାର୍ଯ୍ୟକାରୀ ହେଉଛି ତଥାପି ଟାମ୍ପରକେଲା ଗ୍ରାମ ପଞ୍ଚାୟତ ବିକାଶରେ ପଛୁଆ ହୋଇ ରହିଛି। ଏଥିପାଇଁ ନିର୍ବାଚିତ ନେତାମାନଙ୍କ ଅପରଗତା ହିଁ ଦାୟୀ ବୋଲି ସଚେତନ ନାଗରିିକ ମହଲ ରେ ପ୍ରତିକ୍ରିୟା ପ୍ରକାଶ ପାଉଛି।
ଚଳିତ ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତରେ ସରପଞ୍ଚ ଏବଂ ସମିତି ସଭ୍ୟ ପଦ ପାଇଁ ଦୁଇ ଜଣ ଲେଖାଏଁ ପ୍ରାର୍ଥୀ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ୧୨ ଟି ଓାର୍ଡକୁ ନେଇ ଗଠିତ ହୋଇଥିବା ଟାମ୍ପର କେଲା ଗ୍ରାମ ପଞ୍ଚାୟତ ୬୦ ଦଶକ ରେ ଗଠନ ହୋଇଥିଲା। ଏହାର ମୋଟ ଭୋଟର ସଂଖ୍ୟା ୩୭୪୭% ସେଥିମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୧୮୪୨ ଏବଂ ମହିଲାଭୋଟର ସଂଖ୍ୟା ୧୯୦୫। ଏହି ପଞ୍ଚାୟତର ସବୁଠାରୁ ମୁଖ୍ୟ ସମସ୍ୟା ହେଉଛି ପିଇବା ଏବଂ ଗାଧୋଇବା ପାଣି। ଗମନା ଗମନ ପାଇଁ ରାସ୍ତା ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ ସେବା। ପଞ୍ଚାୟତ ସଦର ମହକୁମାର ମହୁଲପଡାରୁ କାନିବନ୍ଧଲି, ଖପସାଡେରା, ଲାଙ୍ଗବାହାଲ, ମାହାରପଡା ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା ସାତ ଦଶନ୍ଧି ହେଲା ଅପନ୍ତରା ତଥା ଶୋଚନୀୟ ଅବସ୍ଥାରେ ପଡିରିଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏହି ରାସ୍ତାର ପୁନଃ ନିର୍ମାଣ କରାଯିବାକୁ ବହୁ ଥର ଦାବି ହୋଇ ଆସୁଥିଲେ ହେଁ ନିର୍ବାଚିତ ନେତା ଏବଂ ପ୍ରଶାସନ ଏଥିପ୍ରତି ଅଦୌ ଗୁରୁତ୍ୱ ଦେଉନାହାନ୍ତି। ଏହି ରାସ୍ତା ବ୍ୟତୀତ ଆରଡି ରୋଡରୁ ବୁରୋଡିହି ରାସ୍ତାର ଅବସ୍ଥା ମଧ୍ୟ ଅତି ଦୟନିୟ। ହାଇସ୍କୁଲ ଛକରୁ ବଘିଆକୁ ସଂଯୋଗ କରୁଥିବା ରାସ୍ତା ଅଦି ଦୟନିୟ ଅବସ୍ଥାରେ ପଡି ରହିଛି। ଏହି ରାସ୍ତା ନିର୍ମାଣ ହେଲେ ତବଡାବାହାଲ ପଞ୍ଚାୟତ ଅଞ୍ଚଳକୁ ଗମନା ଗମନ ର ସୁବିଧା ହେବାସ ସସହିତ ସଂପୃକ୍ତ ଅଞ୍ଚଳ ର ସ୍କୁଲ ଛାତ୍ର/ଛାତ୍ରୀ ପାଠ ପଢିବା ପାଇଁ ଯାତାୟାତରେ ସୁବିଧା ହୁଅନ୍ତା। ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବା ବେଳେ ଏହିପଞ୍ଚାୟତର ଟାମ୍ପରକେଲା ଗ୍ରାମ ବ୍ୟତୀତ ଅନ୍ୟ କୌଣସି ଗ୍ରାମ ରେ ସ୍ୱଜଳ ଧାରା ଅର୍ଥାତ ବସୁଧା ଯୋଜନା ରେ ପିଇବା ପାଣି ବ୍ୟବସ୍ଥା ନାହିଁ। ଅଁଳାମାଲ, ଖୁଣ୍ଟପାଲି, କାନିବନ୍ଧଲି, ଲାଙ୍ଗବାହାଲ, କୁଦାଳପାଲି, ବୁରୋଡିହି, ଲାଙ୍ଗବାହାଲ, ଖପସାଡେରା, ମହୁଲପଡା ଆଦି ଗ୍ରାମରେ ପିଇବା ପାଣିର ଉତ୍କଟ ସମସ୍ୟା ରହିଛି। ଏସବୁ ଗାଁ କୁ ସରକାର ଙ୍କ ବସୁଧା ଯୋଜନା ଅପହଞ୍ଚ ।

 

prayash

କେବଳ ପିଇବା ପାଣି ନୁହେଁ ଏହି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଥିବା ବନ୍ଧ କଟା, ପୋଖରି ଆଦି ପାରମ୍ପାରିକ ଜଳ ଉତ୍ସ ଗୁଡିକର ଦୀର୍ଘ ବର୍ଷ ହେଲା ପୁନଃରୁଦ୍ଧାର କରାଯାଉ ନଥିବାରୁ ଗ୍ରାଷ୍ମ ଋତୁ ନହେଉଣୂ ଜଳଉତ୍ସ ଶୁଖି ଯାଉଛି। ଫଳରେ ଲୋକେ ସ୍ନାନ ଶୌଚ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ପଞ୍ଚାୟତରେ ପ୍ରାଥମିକ ସ୍ୱାସ୍ଥ୍ୟ ଅବସ୍ଥା ଅତି ବିପର୍ଯ୍ୟସ୍ତ। ଟାମ୍ପରକେଲାରେ ଏକ ସ୍ୱସ୍ଥ୍ୟ ଉପ-କେନ୍ଦ୍ର ଅଛି କିନ୍ତୁ ସ୍ୱାସ୍ଥ୍ୟ କର୍ମଚାରୀ ରହୁ ନାହାନ୍ତି। ଫଳରେ ଲୋକେ ଉପଯୁକ୍ତ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଇ ପାରୁନାହନ୍ତି। ଏହି ପଞ୍ଚାୟତ ଏବଂ ଏହାର ପାଖରେ ଥିବା ତବଡାବାହାଲ ପଞ୍ଚାୟତରୁ ଲଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାୟ ୨୫ରୁ ୩୦ କିଲୋମିଟର। ଏହି ପରିପ୍ରେକ୍ଷୀରେ ଟାମ୍ପରକେଲା ଏବଂ ତବଡାବାହାଲ ଗ୍ରାମପଞ୍ଚାୟତର ମଧ୍ୟବର୍ତ୍ତି ସ୍ଥାନରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବା ଗତ ୫୦ବର୍ଷ ହେଲା ଅଞ୍ଚଳାସୀ ଦାବୀ କରି ଅସୁଛନ୍ତି। କିନ୍ତୁ ଦାବି ପୂରଣ ହେଉନାହିଁ । ଅନ୍ତତଃ ସପ୍ତାହରେ ଦୁଇ ଦିନ ଟାମ୍ପରକେଲାରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ମାଧ୍ୟମରେ ଡାକ୍ତର ଆସି ଅଞ୍ଚଳର ରୋଗୀ ଚିକିତ୍ସା କରିବାକୁ ହେଉଥିବା ଦାବି ମଧ୍ୟ କାର୍ଯ୍ୟକାରୀ ହେଉ ନାହିଁ। ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି।

kalyan agarbati

Comments are closed.