www.samajalive.in
Tuesday, December 9, 2025
17.1 C
Bhubaneswar

କାଶ୍ମୀରରେ ଖୋଲିବ ମଲ୍ଟିପ୍ଲେକ୍ସ: ରାଜ୍ୟପାଳ ସତ୍ୟପାଲ

ଶ୍ରୀନଗର: ଜାମ୍ମୁ କାଶ୍ମୀର ଉପତ୍ୟକା ଅଞ୍ଚଳରେ ଲୋକମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଦେବା ଉଦ୍ଦେଶ୍ୟରେ ମଲ୍ଟିପ୍ଲେକ୍ସ ଖୋଲିବା ଉପରେ ରାଜ୍ୟପାଳ ସତ୍ୟ ପାଲ ମଲିକ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ ସନ୍ଧ୍ୟା ୬ଟା ପରେ କାଶ୍ମୀର ଲୋକଙ୍କ ପାଇଁ ବିଶେଷ କିଛି କରିବାର ନାହିଁ ଏବଂ ସେଠାରେ ସିନେମା ହଲଗୁଡିକ କାହିଁ କେଉଁ କାଳରୁ ବନ୍ଦ ରହିଛି ଓ କଫି ହାଉସ ଖୋଲିବା ପାଇଁ ଅନୁମତି ମିଳିବାକୁ ୪ବର୍ଷ ଲାଗିଥାଏ। ସେଠାରେ ଦୂରଦର୍ଶନର ଡ଼ିସ ଟିଭି ଦେୟମୁକ୍ତ ସେବାର ଶୁଭାରମ୍ଭ କରିବା ଅବସରରେ ସେ କହିଛନ୍ତି, ସନ୍ଧ୍ୟା ପରେ ସମୟ କାଟିବା ବହୁତ କଷ୍ଟଦାୟକ।

ରାଜ୍ୟପାଳ ସତ୍ୟ ପାଲ କହିଛନ୍ତି ଯେ, କାଶ୍ମୀର ଲୋକମାନେ ଏତେ ମାତ୍ରାରେ ସକ୍ରିୟ ଯେ ସେମାନେ ଛୁଟିଦିନଗୁଡିକରେ କ୍ଷେତ ଏବଂ ପାର୍କକୁ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିଥାନ୍ତି। କିନ୍ତୁ ଆମେ ସେମାନଙ୍କ ମନୋରଞ୍ଜନ ପାଇଁ କିଛି ବି କରି ପାରି ନାହୁଁ। ତେବେ ଖୁବ ଶୀଘ୍ର ମଲ୍ଟିପ୍ଲେକ୍ସ ସ୍ଥାପନ କରାଯିବ ବୋଲି ରାଜ୍ୟପାଳ ସତ୍ୟ ପାଲ ମଲିକ କହିଛନ୍ତି।

- Advertisement -

ଆତଙ୍କବାଦୀ ଆକ୍ରମଣ ଯୋଗୁ ୧୯୮୯ ପରଠାରୁ କାଶ୍ମୀରର ସମସ୍ତ ଫିଲ୍ମ ହଲ ବନ୍ଦ ରହିଥିବା ବେଳେ, ପରବର୍ତ୍ତୀ ସମୟରେ ସେହି ହଲଗୁଡିକୁ ଖୋଲିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ପୁଣି ଗ୍ରେନେଡ଼ ମାଡ଼ ଯୋଗୁ ବନ୍ଦ ରଖାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories