www.samajalive.in
Wednesday, December 10, 2025
26.1 C
Bhubaneswar

ଟ୍ରମ୍ପ୍‍ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ; ଜବାବ ରଖିଲେ ଆଇନ ବିଶେଷଜ୍ଞ

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ୍‍ଙ୍କ ଆଇନ ବିଶେଷଜ୍ଞମାନେ ତାଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବର ପ୍ରଥମ ଆନୁଷ୍ଠାନିକ ଜବାବ ରଖିଛନ୍ତି । ଏହି ଅଭିଯୋଗ ଗଣତନ୍ତ୍ର ଉପରେ ଏକ ବିପଜ୍ଜନକ ଆକ୍ରମଣ ବୋଲି ସେମାନେ ଜବାବରେ ଦର୍ଶାଇଛନ୍ତି । ସେମାନେ ଆହୁରି କହିଛନ୍ତି ଯେ ମହାଭିଯୋଗ ପ୍ରସ୍ତାବରେ ଶ୍ରୀ ଟ୍ରମ୍ପ୍‍ଙ୍କ ବିରୁଦ୍ଧରେ କୌଣସି ଅପରାଧର କୌଣସି ଉଲ୍ଲେଖ ନାହିଁ । ଏହା କେବଳ ଚଳିତବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ କରି ଟ୍ରମ୍ପଙ୍କୁ ବଦନାମ କରାଇବାକୁ ଉଦ୍ଦିଷ୍ଟ । ଶନିବାର ଏହି ମହାଭିଯୋଗ ପ୍ରସ୍ତାବ ଉପରେ ଆମେରିକୀୟ କଂଗ୍ରେସର ବିରୋଧୀ ଦଳ ଡେମୋକ୍ରାଟିକ୍‍ ପାର୍ଟି ପକ୍ଷରୁ ହୋଇଥିବା ଅଭିଯୋଗରେ ଟ୍ରମ୍ପଙ୍କ ପକ୍ଷରୁ ଏହି ଜବାବ ଦିଆଯାଇଛି । ଆସନ୍ତା ସପ୍ତାହରେ ଅଭିଯୋଗର ପ୍ରଥମ ଆନୁଷ୍ଠାନିକ ଶୁଣାଣି ହେବ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories