www.samajalive.in
Monday, December 8, 2025
27.1 C
Bhubaneswar

ଖାସୋଗିଙ୍କ ମୃତ୍ୟୁ ପଛରେ ସାଉଦି ରାଜା: ଟ୍ରମ୍ପ

ଇସ୍ତାନବୁଲ୍‍ : ୱାଶିଂଟନ ପୋଷ୍ଟର ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟା ପାଇଁ ସାଉଦି ରାଜା ମହମ୍ମଦ ବିନ ସଲମାନଙ୍କୁ ଦାୟୀ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଖାସୋଗିଙ୍କ ହତ୍ୟା ସମ୍ପର୍କରେ ସଲମାନ ତାଙ୍କ ମନ୍ତବ୍ୟ ଦେବାକୁ ଯିବା ପୂର୍ବରୁ ଟ୍ରମ୍ପ ଏପରି କହିଛନ୍ତି। ଅନ୍ୟପଟେ ତୁର୍କୀ ରାଷ୍ଟ୍ରପତିଙ୍କ ଜଣେ ପରାମର୍ଶଦାତା ମଧ୍ୟ ଖାସୋଗିଙ୍କ ହତ୍ୟା ପାଇଁ ସଲମାନଙ୍କୁ ଦାୟୀ କହିଛନ୍ତି। ପରାମର୍ଶଦାତା ଜଣଙ୍କ କହିଛନ୍ତି ଯେ ଖାସୋଗିଙ୍କ ରକ୍ତରେ ସଲମାନଙ୍କ ହାତ ରଞ୍ଜିତ ହୋଇଛି। ତେବେ ସାଉଦି ଆରବ ସରକାର ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଅକ୍ଟୋବର ୨ରେ ଖାସୋଗିଙ୍କୁ ତୁର୍କୀର ରାଜଧାନୀ ଇସ୍ତାନବୁଲସ୍ଥିତ ସାଉଦି ଆରବ ଦୂତାବାସ ମଧ୍ୟରେ ହତ୍ୟା କରାଯାଇଥିଲା। ଖାସୋଗି ସାଉଦି ଆରବର ବାସିନ୍ଦା ହୋଇଥିବାବେଳେ ସେ ଆମେରିକାରେ ଆତ୍ମନିର୍ବାସନରେ ରହୁଥିଲେ। ତାଙ୍କ ହତ୍ୟାକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଚାଲିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories