www.samajalive.in
Monday, December 8, 2025
27.1 C
Bhubaneswar

ବାଇକକୁ ଧକ୍କା ଦେଲା ଟ୍ରକ୍‌; ୨ ମୃତ

ବୌଦ୍ଧ : ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବୌଦ୍ଧ ବ୍ଲକ ଅନ୍ତର୍ଗତ ତାଳସରଡା ପଞ୍ଚାୟତର ମାନେଶ୍ୱର ଛକଠାରେ ବାଇକକୁ ଏକ ଟ୍ରକ ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି ।

ସୂଚନା ମୁତାବକ, ତାଳସରଡା ଗ୍ରାମର କେଶବ ପେରା ଓ ତାଙ୍କ ପତ୍ନୀ ରୁକୁଣି ପେରା ଜଣେ ବନ୍ଧୁ ଘରକୁ ବାଇକ ଯୋଗେ ଯାଉଥିବାବେଳେ ମାନେଶ୍ୱର ଛକଠାରେ ସୁବର୍ଣ୍ଣପୁର ପଟରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକା ଦେଇଥିଲା । ଏଥିରେ ଉଭୟ ପତି, ପତ୍ନୀ ଘଟଣା ସ୍ଥଳରେ ମୃତ୍ୟୁର ଶିକାର ହୋଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଯିବା ସହିତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି । ବାଉଁଶୁଣି ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହ ରାଜପଥ ଅଵରୋଧକାରୀଙ୍କ ସହ ଆଲୋଚନା କରୁଥିବା ଜଣାଯାଇଛି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories