www.samajalive.in
Monday, December 8, 2025
20.1 C
Bhubaneswar

ଲଗାଣ ବର୍ଷାରେ ଗଛ ପଡି ଭାଙ୍ଗିଲା ଦୋକାନ, ଅଳ୍ପକେ ବର୍ତ୍ତିଲେ ଦମ୍ପତି

ଫୁଲବାଣୀ : ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି । କନ୍ଧମାଳ ଜିଲ୍ଲାରେ ମଧ୍ୟ ଗତ ୫ ଦିନ ହେବ ବର୍ଷା ଲାଗିରହିଛି । ବର୍ଷାରେ ଜନ ଜୀବନ ଅସ୍ତବ୍ୟବସ୍ତ ହୋଇପଡିଛି । ଜିଲ୍ଲାର ଅନେକ ଜାଗାରେ ନଦୀନାଳ ମାନଙ୍କରେ ବର୍ଷାପାଣି ପ୍ରବାହିତ ହେଉଥିବାରୁ ଅନେକ ଗାଁ ଏବେ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତର ନୂଆପଦର ଗାଁରେ ଏକ ବିରାଟ  ଆମ୍ବଗଛ ଉପୁଡି ଯାଇ ବହୁ କ୍ଷୟ କ୍ଷତି ହୋଇଥିବା ବେଳେ ରାସ୍ତା ପାର୍ଶ୍ୱରେ ଥିବା ୨ ଟି ଦୋକାନ ଉପରେ ଗଛ ପଡିଯିବାରୁ ଦୋକାନ ଗୃହ ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଦୋକାନ ମାନଙ୍କରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ଦୋକାନ ଭିତରେ ରାତିରେ ଶୋଇଥିବା ଦୋକାନ ମାଲିକ ଓ ତାଙ୍କ ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗଛଟି ଉପୁଡି ପଞ୍ଚାୟତ ସମ୍ମୁଖରେ ଥିବା ଦୋକାନ ଘରମାନଙ୍କରେ ପଡିଯାଇଥିଲା । ତେବେ ଦୋକାନ ମାଲିକମାନଙ୍କ ମଧ୍ୟରେ ଜଣେ ବିଲୁପଦର ଗାଁର ଚନ୍ଦ୍ରଶେଖର ସାହାଣୀ ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ଦୋକାନୀ ସେହି ବିଲୁପଦର ଗାଁର ପ୍ରଦୀପ ବେହେରା ବୋଲି ଜଣାପଡିଛି । ଏହି ଘଟଣାରେ ଦୋକାନ ଭିତରେ ଶୋଇଥିବା ଦୋକାନ ମାଲିକ ପ୍ରଦୀପ ବେହେରାଙ୍କ ସ୍ତ୍ରୀ ଟୁନି ବେହେରା ସାମାନ୍ୟ ଆହତ ମଧ୍ୟ୍ୟ ହୋଇଥିବା ଜଣାପଡିଛି । ଏହି ଦୁଇ ଦୋକାନ ମାଲିକ ବିଭିନ୍ନ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥାମାନଙ୍କଠାରୁ ଋଣ କରି ଦୋକାନ କରିଥିବାବେଳେ ଏବେ ସେମାନେ ସର୍ବସ୍ଵାନ୍ତ ହୋଇଯାଇଛନ୍ତି । ଯାହାପାଇଁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ସେମାନେ ଦାବି କରିଛନ୍ତି ।

ଲାଇଭ୍ ଭିଡିଓ କରି ଆତ୍ମହତ୍ୟା କଲେ ସାମ୍ବାଦିକା

- Advertisement -

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories