www.samajalive.in
Tuesday, December 9, 2025
16.1 C
Bhubaneswar

ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଶିକ୍ଷକ ଗିରଫ

ଆଗ୍ରା: ୨୦୧୫ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବ୍ୟକ୍ତିଙ୍କୁ ଫିରୋଜାବାଦ ପୁଲିସ ଗିରଫ କରିଛି। ବ୍ୟକ୍ତିଜଣକ ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେବାରେ ଅସମର୍ଥ ହେବା ପରେ ପୁଲିସ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
ସିଖୋହାବାଦ ପୁଲିସ ଥାନା ଅର୍ନ୍ତଗତ ଭଣ୍ଡାରୀ ଗ୍ରାମର ଆଶିଷ କୁମାର(୨୮)ଙ୍କୁ ତାଙ୍କ ପରୀକ୍ଷାର ଫଳାଫଳକୁ ଦୃଷ୍ଟିରେ ରଖି ପ୍ରାଥମିକ ଶିକ୍ଷକ ନିଯୁକ୍ତି ମିଳିଥିଲା। ୨୦୧୫ରେ ଶିକ୍ଷା ବିଭାଗ ଦ୍ୱାରା ୧୨,୪୬୦ଜଣ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥି ନିମନ୍ତେ ହୋଇଥିବା ପରୀକ୍ଷାରେ ଆଶିଷ କୁମାର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଫଳାଫଳ ପ୍ରକାଶିତ ହେବା ପରେ ଆଶିଷ କୁମାରଙ୍କୁ ୩, ମେ’ ୨୦୧୮ରେ ଉମିଦପୁର ପ୍ରଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ମିଳିଥିଲା। ଏହା ପୂର୍ବରୁ ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ଆଶିଷଙ୍କୁ କିଛି ସାଧାରଣ ପ୍ରଶ୍ନ ପଚରା ଯାଇଥିଲା। ମଣିଷ ଶରୀରରେ କେତେ ଖଣ୍ଡ ହାଡ଼ ରହିଛି ବୋଲି ପ୍ରଶ୍ନରେ ଆଶିଷ ୨୫୬ଖଣ୍ଡ ବୋଲି ଉତ୍ତର ରଖିଥିଲେ। ଏପରିକି ପ୍ରାଥମିକ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଆଶିଷ ୪ର୍ଥ ଶ୍ରେଣୀ ଗଣିତ ପ୍ରଶ୍ନର ଉତ୍ତର ଦେବାରେ ବିଫଳ ହୋଇଥିଲେ। ଆଶିଷଙ୍କ ଏଭଳି ଜ୍ଞାନ ସମ୍ପର୍କରେ ସନ୍ଦେହ ସୃଷ୍ଟି ହେବାରୁ ତାଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ରର ଯାଞ୍ଚ କରାଯାଇ ଥିଲା। ଆଶିଷ ଶାରୀରିକ ବିଜ୍ଞାନରେ ସ୍ନାତକ ଲାଭ କରିବା ସହ ୮୮ ପ୍ରତିଶତ ନମ୍ବରରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରମାଣପତ୍ର ପ୍ରଦାନ କରିଥିଲେ। ତେବେ ଆଶିଷ ଉତ୍ତୀର୍ଣ୍ଣ ହୋଇଥିବା କଲେଜ ଏଭଳି କୌଣସି ଛାତ୍ର ତାଙ୍କ କଲେଜର ପାଠ୍ୟକ୍ରମ ସମ୍ପନ୍ନ କରି ନାହିଁଁ ବୋଲି ତଦନ୍ତରୁ ଜଣା ପଡ଼ିଥିଲା। ତାଙ୍କୁ ଗିରଫ କରାଯିବା ସହ ତାଙ୍କ ନାମରେ ଠକେଇ ଅଭିଯୋଗରେ ମାମଲା ରୁଜୁ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories