www.samajalive.in
Thursday, December 11, 2025
27.1 C
Bhubaneswar

ଆସନ୍ତାକାଲି ଠାରୁ ରାଜ୍ୟରେ ମଦ ହୋମ୍ ଡେଲିଭରୀ, ଅନୁମତି ଦେଲେ ରାଜ୍ୟ ସରକାର

ଭୁବନେଶ୍ଵର : ଆସନ୍ତାକାଲି ଠାରୁ ରାଜ୍ୟରେ ମଦ ହୋମ୍ ଡେଲିଭରି ହେବ । ମଦ ଦୋକାନ ଖୋଲାହେଲେ ଗ୍ରାହକ ସାମଜିକ ଦୂରତ୍ଵ ମାନୁ ନଥିବା କାରଣରୁ ରାଜ୍ୟ ସରକାର ଦୋକାନ ନଖୋଲି ଅନଲାଇନ ଅର୍ଡର ପରେ ଘରେ ହୋମ୍ ଡେଲିଭରୀ କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ କଣ୍ଟେନମେଣ୍ଟ ଜୋନରେ ଏହି ନିୟମ ଲାଗୁ ହେବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ଓଡ଼ିଶା ଅବକାରୀ ନିୟମ-୨୦୧୭ର ସଂଶୋଧନ କରିବା ସହ ମଦ ଉପରେ ସ୍ପେଶାଲ କୋଭିଡ ଫି ଲଗାଇଛନ୍ତି । ବିଦେଶୀ ମଦ, ବିୟର ଉପରେ ସ୍ପେଶାଲ କୋଭିଡ୍  ଫି ଅର୍ଥାତ ଏମଆରପି ଉପରେ ୫୦ ପ୍ରତିଶତ ଅଧିକ ଫି ଦେବାକୁ ପଡିବ ବୋଲି ସୂଚନା ମିଳିଛି ।

ରାଜ୍ୟରେ ଖାଦ୍ୟ ହୋମ୍ ଡେଲିଭରି କରୁଥିବା ସଂସ୍ଥା କିମ୍ବା ନିଜେ ମଦଦୋକାନୀ ପିଲା ରଖି ମଦର ହୋମ୍ ଡେଲିଭରି କରିପାରିବେ । ସର୍ବନିମ୍ନ ୫୦୦ ଟଙ୍କାର ମଦ କିଣିଲେ ଏଥିପାଇଁ ୫୦ ଟଙ୍କାର ସର୍ଭିସ୍‌ ଚାର୍ଜ ବା ଡେଲିଭରି ଚାର୍ଜ ଦେବାକୁ ପଡ଼ିପାରେ। ଏହା ସହିତ ଏମଆରପି ଉପରେ ୫୦ ପ୍ରତିଶତ ଅଧିକ ଫି ଦେବାକୁ ପଡିବ। ଜଣେ ଗ୍ରାହକ ସର୍ବାଧିକ ୫ ଲିଟର ବିୟର ଓ ସର୍ବାଧିକ ଅଢ଼େଇ ଲିଟର ମଦ ପାଇଁ ଅର୍ଡର ଦେଇପାରିବେ ବୋଲି ପ୍ରସ୍ତାବ ରହିଛି। ମଦ ବିକ୍ରିରେ ମିଳିବାକୁ ଥିବା ରାଜସ୍ୱ କରୋନା ମୁକାବିଲା କ୍ଷେତ୍ରରେ ଖର୍ଚ୍ଚ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories