www.samajalive.in
Thursday, December 11, 2025
27.1 C
Bhubaneswar

‘ଅମ୍ପନ’ କ୍ଷୟକ୍ଷତି : ୧୦ ଜିଲ୍ଲା ପ୍ରଭାବିତ, ଏକ ଲକ୍ଷ ହେକ୍ଟର ଫସଲ କ୍ଷତି, କାହାରି ମୃତ୍ୟୁ ଘଟିନି

ଭୁବନେଶ୍ବର : ସାମୁଦ୍ରକି ଘୁର୍ଣ୍ଣିଝଡ ଅମ୍ପନ ଯୋଗୁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ରାଜ୍ୟ ସରକାର ବାତ୍ୟା ଅମ୍ପନ ଜନିତ କ୍ଷୟକ୍ଷତି ଆକଳନ ଆରମ୍ଭ କରିଛନ୍ତି । ପ୍ରାଥମିକ ଆକଳନ ଅନୁସାରେ ରାଜ୍ୟରେ ଏକ ଲକ୍ଷ ହେକ୍ଟର ଜମିରେ ଫସଲ କ୍ଷତି ଘଟିଛି । ବାତ୍ୟାରେ ୧୦ଟି ଜିଲ୍ଲା ପ୍ରଭାବିତ ହୋଇଥିବା ଜଣା ପଡିଛି ।

ତେବେ ବାତ୍ୟାରେ କାହାରି ମୃତ୍ୟୁ ଘଟି ନାହିଁ ବୋଲି ସରକାର କହିଛନ୍ତି । ମୋଟ ୪୪ଲକ୍ଷ ୪୪ହଜାର ୮୯୬ ଲୋକ ପ୍ରଭାବିତ ହୋଇଛନ୍ତି । ୯୨ଟି ବ୍ଲକର ୯୮୩୩ ଗାଁ ଓ ୨୨ଟି ପୌରାଞ୍ଚଳର ୨୭୨ଟି ୱାର୍ଡ ପ୍ରଭାବିତ ହୋଇଛି । ସେହିପରି ୨୯୮ଟି ପଞ୍ଚାୟତ କୋଠା ଭାଙ୍ଗିଥିବା ସୂଚନା ମିଳିଛି। ୫୦୦ ଘର ସଂମ୍ପୂର୍ଣ୍ଣ ଭାଙ୍ଗିଛି ଓ ୧୫୦୦ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।

- Advertisement -

ଅନ୍ୟପକ୍ଷରେ ବାତ୍ୟାରେ ୨୮ଟି ବଡ଼ ପଶୁ, ୯ଟି ଛୋଟ ପଶୁ ଏବଂ୩୬୮୦ କୁକୁଡା ମରିଛନ୍ତି । ତେବେ ୨୬ ତାରିଖ ସୁଦ୍ଧା ​ଚୁଡାନ୍ତ ରିପୋର୍ଟ ପ୍ରସ୍ତୁତ ହୋଇଯିବ ବୋଲି ସରକାର କହିଛନ୍ତି ।

Hot this week

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories