www.samajalive.in
Monday, December 8, 2025
20.1 C
Bhubaneswar

ଡିସେମ୍ବର ୧ରୁ ଦେଶବ୍ୟାପୀ କ୍ୟାଶ୍‌ଲେସ୍‌ ହେବ ଟୋଲଗେଟ୍‌, ଯାନରେ ଫାସ୍‌ଟ୍ୟାଗ୍‌ ଲଗାଇବାକୁ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧ ତାରିଖରୁ ଦେଶବ୍ୟାପୀ ଟୋଲଗେଟ୍‌ଗୁଡ଼ିକ କ୍ୟାଶ୍‌ଲେସ ହେବ। ଅର୍ଥାତ୍‌ ଏହି ଦିନଠାରୁ ଗାଡ଼ି ଚାଳକମାନଙ୍କଠାରୁ ଅନ୍‌ଲାଇନରେ ଟୋଲ୍‌ ଆଦାୟ କରାଯିବ। ତେବେ ଏଥିପାଇଁ ଫାସ୍‌ଟ୍ୟାଗ୍‌ ଜରୁରୀ। ବିନା ଫାସ୍‌ଟ୍ୟାଗରେ ଗାଡ଼ି ଚାଳକମାନେ ଟୋଲ ଦାଖଲ କରିପାରିବେ ନାହିଁ। ଗାଡ଼ିରେ ଫାସ୍‌ଟ୍ୟାଗ ଲଗାଯାଇଥିଲେ ଗାଡ଼ି ଟୋଲଗେଟ୍‌ରେ ପ୍ରବେଶ କରିବା ମାତ୍ରେ ଲେନରେ ଥିବା ଫାସଟ୍ୟାଗ୍‌ ରିଡର ଜରିଆରେ ସ୍ବୟଂକ୍ରିୟ ଭାବେ ଟିକସ୍‌ ସଂଗ୍ରହ କରାଯିବ। ଫାସ୍‌ଟ୍ୟାଗ ଲଗାଇ ନ ଥିଲେ ଚାଳକଙ୍କୁ ଦୁଇଗୁଣା ଅଧିକ ଟିକସ ଦେବାକୁ ପଡ଼ିବ। ତେଣୁ ଗାଡ଼ିଚାଳକମାନଙ୍କୁ ନିଜ ନିଜ ଗାଡ଼ିରେ ଫାସ୍‌ଟ୍ୟାଗ୍‌ ଲଗାଇବା ଜରୁରୀ।

ଫାସ୍‌ଟ୍ୟାଗକୁ ପ୍ରୋତ୍ସାହିତ କରିବା ଲାଗି କେନ୍ଦ୍ର ସରକାର ଆସନ୍ତା ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏହାକୁ ମାଗଣାରେ ବଣ୍ଟନ କରିବେ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଗୁରୁବାର ଏ ନେଇ ଘୋଷଣା କରିଛନ୍ତି। ଗଡ଼କରୀ କହିଛନ୍ତି, ଡିସେମ୍ବର ୧ରୁ ଦେଶବ୍ୟାପୀ ଜାତୀୟ ରାଜପଥ ଉପରେ ରହିଥିବା ଟୋଲ ପ୍ଲାଜାଗୁଡ଼ିକରେ ନଗଦ ଆକାରରେ ଟୋଲ ପଇଠ କରିବା ସୁବିଧା ଶେଷ ହୋଇଯାଉଛି। ଟୋଲଗେଟ୍‌ଗୁଡ଼ିକରେ କେବଳ ଫାସ୍‌ଟ୍ୟାଗ ଜରିଆରେ ଟୋଲ୍‌ ଆଦାୟ କରାଯିବ।

- Advertisement -

ଏହି ନୂଆ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନଏଚଏଆଇ) ସମସ୍ତ ପ୍ରସ୍ତୁତି କରିଛି। ଏନଏଚଏଆଇ ଅଧୀନରେ ବର୍ତ୍ତମାନ ସୁଦ୍ଧା ୫୩୭ଟି ଟୋଲ ପ୍ଲାଜା ରହିଛି। ଏଗୁଡ଼ିକ ମଧ୍ୟରୁ ୧୭ଟି ଟୋଲ ପ୍ଲାଜାକୁ ଛାଡ଼ି ଅବଶିଷ୍ଟ ଟୋଲ ପ୍ଲାଜାର ଲେନ୍‌ଗୁଡ଼ିକରେ ନଭେମ୍ବର ୩୦ ସୁଦ୍ଧା ଫାସ୍‌ଟ୍ୟାଗ୍‌ ସୁବିଧା ରହିବ। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଫାସ୍‌ଟ୍ୟାଗ ବଣ୍ଟନ ସମୟରେ ସିକ୍ୟୁରିଟି ବାବଦରେ ୧୫୦ ଟଙ୍କା ନିଆଯାଇଥାଏ। କିନ୍ତୁ ଏହାକୁ ପ୍ରୋତ୍ସାହନ ଦେବା ଲାଗି ମାଗଣାରେ ବଣ୍ଟନ କରାଯିବ। ଏହି ଫାସ୍‌ଟ୍ୟାଗ କେବଳ ଏନଏଚଏଆଇର ପଏଣ୍ଟ ଅଫ୍‌ ସେଲ୍‌(ପିଓଏସ)ରେ ଉପଲବ୍ଧ ହେବ। ଯଦି ଗ୍ରାହକମାନେ ଏହାକୁ ବ୍ୟାଙ୍କରୁ କିଣିବେ ତେବେ ଏଥିପାଇଁ ସମ୍ପୂର୍ଣ୍ଣ ଅର୍ଥ ଦେବାକୁ ପଡ଼ିବ। ଅନ୍ୟପଟେ ଯେଉଁ ଗାଡ଼ିରେ ଫାସ୍‌ଟ୍ୟାଗ୍‌ ରିଡର ଲଗାଯାଇ ନ ଥିବ ସେହି ଯାନଗୁଡ଼ିକ ଟୋଲ ପ୍ଲାଜା ଲେନ୍‌ରେ ପ୍ରବେଶ କଲେ ଦୁଇଗୁଣ ଟୋଲ ପଇଠ କରିବେ ବୋଲି ଗଡ଼କରୀ କହିଛନ୍ତି।

ଫାସ୍‌ଟ୍ୟାଗ୍‌ କ’ଣ

ଫାସ୍‌ଟ୍ୟାଗ(FASTAG) ଏକ ଉପକରଣ, ଯେଉଁଥିରେ ରେଡିଓ ଫ୍ରିକ୍ୟୁଏନ୍ସି ଆଇଡେଣ୍ଟିଫିକେଶନ(ଆରଏଫଆଇଡି) ଟେକ୍ନୋଲୋଜି ରହିଛି। ଟୋଲଗେଟ୍‌ ଲେନଗୁଡ଼ିକରେ ଫାସ୍‌ଟ୍ୟାଗ୍‌ ରିଡର ଲଗାଯିବ। ଯାନଗୁଡ଼ିକରେ ଲଗାଯାଇଥିବା ଫାସ୍‌ଟ୍ୟାଗ୍‌ ସହିତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍‌ ରହିବ। ଯାହା ଫଳରେ ଫାସ୍‌ଟ୍ୟାଗ୍‌ ରିଡର ଜରିଆରେ ସିଧାସଳଖ ଗ୍ରାହକ ଆକାଉଣ୍ଟରୁ ଟୋଲ ଟିକସ କଟାଯିବ। ଗାଡ଼ିର ୱିଣ୍ଡସ୍କ୍ରିନରେ ଏହି ଫାସ୍‌ଟ୍ୟାଗ ଲଗାଯିବ। ଟୋଲଗେଟ୍‌ ଦେଇ ଯାଉଥିବା ସମୟରେ ଗାଡ଼ି ଚାଳକଙ୍କୁ ଆଉ ଅଟକି ଟଙ୍କା ପଇଠ କରିବାକୁ ପଡ଼ିବ ନାହିଁ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories