ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥୱରଚନ୍ଦ ଗେହଲଟ ମାନସିକ ରୋଗୀମାନଙ୍କୁ ସହାୟତା କରିବା ପାଇଁ ଏକ ୨୪ ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର ‘କିରନ୍’ର ଉନ୍ମୋଚନ କରିଛନ୍ତି। ଏହି ନମ୍ବରଟି ହେଉଛି ୧୮୦୦-୫୦୦-୦୦୧୯। ଏହି ନମ୍ବର ମାନସିକ ଭାବେ ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ସାହାଯ୍ୟ ଯୋଗାଇ ଦେବ। କୋଭିଡ୍ ନାଇଣ୍ଟିନ୍ ମହାମାରୀ ପରିପ୍ରେକ୍ଷୀରେ ମାନସିକ ଅସୁସ୍ଥତା ସମ୍ପର୍କିତ ଘଟଣା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଏହି ହେଲ୍ପଲାଇନ୍ ନମ୍ବର ଉନ୍ମୋଚନ କରାଯାଇଛି। ଏହି ଅବସରରେ ଗେହଲଟ ହେଲ୍ପଲାଇନ୍ ଉପରେ ପୋଷ୍ଟର, ବ୍ରୋଚର୍ ଓ ଗବେଷଣାତ୍ମକ ପୁସ୍ତକ ଉନ୍ମୋଚନ କରିଥିଲେ।
Popular Categories



