www.samajalive.in
Sunday, December 7, 2025
15.1 C
Bhubaneswar

ଟୋକିଓ ପାରାଲିମ୍ପିକ୍ସ: ଦିବ୍ୟାଙ୍ଗ ବର୍ଗରେ ଅଯୋଗ୍ୟ ଘୋଷଣା ପରେ ବ୍ରୋଞ୍ଜ ପଦକ ହରାଇଲେ ବିନୋଦ କୁମାର

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହରାଇଲେ ବିନୋଦ କୁମାର। ଦିବ୍ୟାଙ୍ଗ ବର୍ଗରେ ଅଯୋଗ୍ୟ ଘୋଷଣା ପରେ ହରାଇଲେ ପଦକ, ଗତକାଲି ଡିସ୍‌କସ୍‌ ଥ୍ରୋରେ ବିନୋଦଙ୍କୁ ମିଳିଥିଲା ବ୍ରୋଞ୍ଜ ପଦକ। ଡିସକସ୍ ଥ୍ରୋ’ରେ ବିନୋଦ କୁମାର ଯେଉଁ ବ୍ରୋଞ୍ଜ ପଦକ ଜିତିଥିଲେ, ତାହା ତାଙ୍କୁ ଆଉ ମିଳିବ ନାହିଁ। ବିରୋଧ ପରେ ତାଙ୍କ ପଦକକୁ ହୋଲ୍ଡରେ ରଖାଯାଇଥିଲା। ଏବେ ତାଙ୍କୁ ଏହି ପଦକ ମିଳିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଟୋକିଓ ପାରାଲିମ୍ପିକ୍ସର ଟେକ୍ନିକାଲ ପ୍ରତିନିଧି ସ୍ପଷ୍ଟ କରିଛନ୍ତି ଯେ ବିନୋଦ କୁମାର ଡିସକସ୍ ଥ୍ରୋ’ (ଏଫ୍-୫୨ କ୍ଲାସ୍) ପାଇଁ ଅଯୋଗ୍ୟ ଘୋଷିତ ହୋଇଛନ୍ତି।

ରବିବାର ବିନୋଦ କୁମାର ଡିସ୍‌କସ୍‌ ଥ୍ରୋରେ ପଦକ ଜିତିଥିଲେ। କିନ୍ତୁ ତାଙ୍କର ଦିବ୍ୟାଙ୍ଗ ବର୍ଗକୁ ବିରୋଧ କରାଯିବା ପରେ ଏହି ପଦକକୁ ହୋଲ୍ଡ କରାଯାଇଥିଲା। ବିଏସଏଫର ୪୧ ବର୍ଷୀୟ ଯବାନ ବିନୋଦ କୁମାର ୧୯.୯୧ ମିଟର୍ ସର୍ବଶ୍ରେଷ୍ଠ ଥ୍ରୋ’ କରି ତୃତୀୟ ସ୍ଥାନ ହାସଲ କରିଥିଲେ। ସେ ପୋଲାଣ୍ଡର ପିଓଟ୍ର କୋସେୱିଜ୍ (୨୦.୦୨ ମିଟର) ଓ କ୍ରୋଏସିଆର ଭେଲିମିର ସାଣ୍ଡର୍ (୧୯.୯୮ ମିଟର୍)ଙ୍କ ଠାରୁ ପଛରେ ରହିଥିଲେ। କିନ୍ତୁ ଫଳାଫଳ ପରେ ଏଫ୍-୫୨ରେ ବିନୋଦଙ୍କ କ୍ୱାଲିଫିକେସନକୁ ଜଣେ ପ୍ରତିଦ୍ୱନ୍ଦ୍ୱୀ ଆପତ୍ତି ପ୍ରକାଶ କରିଥିଲେ। ତେବେ କେଉଁ ଆଧାରରେ ଆପତ୍ତି କରାଯାଇଥିଲା, ତାହା ସ୍ପଷ୍ଟ ହୋଇନାହିଁ।

- Advertisement -

ପୁରୁଷ ଡିସ୍‌କସ ଥ୍ରୋ ଏଫ୍‌୫୨ ବର୍ଗରେ ବିନୋଦ ୩ୟ ସ୍ଥାନରେ ରହି ବ୍ରୋଞ୍ଜ ଜିତିଛନ୍ତି। ବିନୋଦ ତାଙ୍କର ୫ମ ପ୍ରୟାସରେ ୧୯.୯୧ ମିଟର ଦୂରତା ହାସଲକରି ୩ୟ ସ୍ଥାନରେ ରହିଥିଲେ। ୧୯.୯୧ ମିଟର ହେଉଛି ଏଫ୍‌୫୨ ବର୍ଗରେ ନୂତନ ଏସୀୟ ରେକର୍ଡ। ପୋଲାଣ୍ଡର ପିଓଟର କୋସେୱିଜ୍ ୨୦.୦୨ ମିଟର ଦୂରକୁ ଡିସ୍‌କସ ଫିଙ୍ଗି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣପଦକ ଜିତିଛନ୍ତି। ୧୯.୯୮ ମିଟର ଦୂରତା ସହ କ୍ରୋଏସିଆର ଭେଲିମିର ସାଣ୍ଡର ୨ୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଥିଲେ।
ସେନା ପରିବାରରୁ ଆସିଥିବା ବିନୋଦ କୁମାର ଅବସରପ୍ରାପ୍ତ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଯବାନ। ବିଏସ୍‌ଏଫ୍‌ ପାଇଁ ଅଭ୍ୟାସ କରୁଥିବା ବେଳେ ଏକ ଖାଇରେ ଖସି ପଡ଼ିବାରୁ ସେ ଗୁରୁତର ଆହତ ହୋଇଥିଲେ। ୧୦ ବର୍ଷ ଧରି ସେ ଶଯ୍ୟାଶାୟୀ ଥିଲେ। ପରେ ସେ ପାରା କ୍ରୀଡ଼ା ପ୍ରତି ଆକୃଷ୍ଟ ହୋଇଥିଲେ ଏବଂ ଡିସ୍‌କସ୍ ଥ୍ରୋ ଅଭ୍ୟାସ କରି ଦେଶ ପାଇଁ ପଦକ ଜିତିଥିଲେ। ବିନୋଦ ବସିକରି ଡିସ୍‌କସ୍ ଫିଙ୍ଗିଥିଲେ। ତେବେ ଦିବ୍ୟାଙ୍ଗ ବର୍ଗରେ ଅଯୋଗ୍ୟ ଘୋଷଣା ହେବା ପରେ ତାଙ୍କୁ ପଦକ ହରାଇବାକୁ ପଡ଼ିଥିବା ସୂଚନା ମିଳିଛି।

ଏଫ୍-୫୨ ବର୍ଗ କ’ଣ?: ଏହି ବର୍ଗରେ ସେହି ଆଥଲେଟ୍ ଭାଗ ନିଅନ୍ତି, ଯେଉଁମାନଙ୍କର ମାଂସପେଶୀର କ୍ଷମତା ଦୁର୍ବଳ ହୋଇଥାଏ ଏବଂ ତାଙ୍କର ମୁଭମେଣ୍ଟ ସୀମିତ ରହିଥାଏ, ହାତର ବିକଳାଙ୍ଗତା କିମ୍ବା ଗୋଡ଼ର ଲମ୍ବାରେ ତଫାତ୍ ରହିଥାଏ। ଯାହାଦ୍ୱାରା ଖେଳାଳିମାନେ ବସିକି ଇଭେଣ୍ଟରେ ଭାଗ ନିଅନ୍ତି। ସେହିପରି ଯେଉଁମାନେ ମେରୁଦଣ୍ଡରେ ଆଘାତ ପାଇଥିବେ କିମ୍ବା ଯେଉଁମାନଙ୍କର କୌଣସି ଅଙ୍ଗ କଟାଯାଇଥିବ, ସେମାନେ ମଧ୍ୟ ଏହି ବର୍ଗରେ ଅଂଶଗ୍ରହଣ କରିଥାନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories