www.samajalive.in
Friday, December 5, 2025
23.1 C
Bhubaneswar

ରାଜ୍ୟପାଳଙ୍କ ଅଭିଭାଷଣ ସହ ଆରମ୍ଭ ହେଲା ବଜେଟ ଅଧିବେଶନ

ଭୁବନେଶ୍ୱର : ଆଜି ଠାରୁ ଷୋଡଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ। ବିଧାନସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଧାନସଭାରେ ଉପସ୍ଥିତ ଅଛନ୍ତି।
ଏହାପରେ ବିଧାନସଭାରେ ରାଜ୍ୟପାଳ ଅଭିଭାଷଣ ରଖୁଛନ୍ତି। ଦିବଂଗତ ପୂର୍ବତନ ସଦସ୍ୟଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଶୋକ ପ୍ରସ୍ତାବ ଦେଇଛନ୍ତି। ସହିଦ ଯବାନ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ସହ କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ ବୋଲି କହିଛନ୍ତି ରାଜ୍ୟପାଳ। ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ୱ, ନିରାଶ୍ରୟ,ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ନିରାପତ୍ତା ଲାଗି ପ୍ରତିଶ୍ରୁତିବଦ୍ଧ,ତୃଣମୂଳ ସ୍ତରରୁ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ସରକାରଙ୍କ ଉଦ୍ଦେଶ୍ୟ, ସୁନ୍ଦରଗଡ଼ରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପ୍ରତିଷ୍ଠା କରାଯିବ,୨୦୨୦ରେ ରାଜ୍ୟରେ ଆଇନଶୃଙ୍ଖଳା ଶାନ୍ତିପୂର୍ଣ୍ଣ ଥିଲା। ପୁଲିସର ତ୍ୱରିତ ପଦକ୍ଷେପ ପାଇଁ ବଡଧରଣର ଆଇନଶୃଙ୍ଖଳା ଉପୁଜିନି। ୨୦୨୧ ଜାନୁଆରୀ ଶେଷ ସୁଦ୍ଧା ୩୮,୭୬୦ କୋଟିର ରାଜସ୍ୱ ଆଦାୟ ହୋଇଛି, ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ୭,୩% ଅଧିକ ରାଜସ୍ୱ ଆଦାୟ ହୋଇଛି, ରାଜ୍ୟର ଆପତ୍ତକାଳନୀନ ପାଣ୍ଠି ୨ ହଜାର କୋଟି ଟଙ୍କାକୁ ବୃଦ୍ଧି ହୋଇଛି। ଜଳ ସଂରକ୍ଷଣ ପାଇଁ ୫ ବର୍ଷରେ ୧୧,୭୦୦ କୋଟି ଖର୍ଚ୍ଚ ଯୋଜନା , ମୋ ସରକାରର ମିଶନ- ସୁସ୍ଥ ଓଡିଶା-ସୁଖି ଓଡିଶା, ଆମ ପାଇଁ ପ୍ରତି ଜୀବନ ମୂଲ୍ୟବାନ, ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ବୋଲି ରାଜ୍ୟପାଳ କହିଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories