www.samajalive.in
Monday, December 8, 2025
17.1 C
Bhubaneswar

ଆଜି କ୍ୱାର୍ଡ଼ ଦେଶର ପ୍ରଥମ ଶିଖର ସମ୍ମିଳନୀ

ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାକୁ ନେଇ ଗଠିତ କ୍ୱାର୍ଡ ଦେଶର ପ୍ରଥମ ଶିଖର ସମ୍ମିଳନୀ ଆଜି ଭିଡିଓ କନଫରେନସିଂ ଜରିଆରେ ଆୟୋଜିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‍ ମରିସନ, ଜାପାନ ପ୍ରଧାନମନ୍ତ୍ରୀ ୟୋସେହିଦ୍‍ ସୁଗା ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍ ଭାଗ ନେବେ। ଏହି ଶିଖର ସମ୍ମିଳନୀରେ ବିଶ୍ୱର ହିତ ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବିଶେଷଭାବରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଉପୁଜିଥିବା ସମସ୍ୟା ଗୁଡିକର ଶାନ୍ତିପୂର୍ଣ୍ଣ ସମାଧାନ, ନୂତନ ଜ୍ଞାନ କୌଶଳ ଓ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ।

ଏହି ବୈଠକରେ କୋଭିଡ-୧୯ ମହାମାରୀର ମୁକାବିଲା ଓ ପ୍ରଶାନ୍ତ ମହାସାଗରୀୟ ଦେଶଗୁଡିକରେ କୋଭିଡ ଟିକା କିଭଳି ସହଜ ଓ ସୁରକ୍ଷିତ ଭାବରେ ଉପଲବ୍ଧ ହୋଇପାରିବ ସେ ପ୍ରସଙ୍ଗରେ ଆଲୋଚନା କରାଯିବ। ତେବେ ଏହି ସମ୍ମିଳନୀ ଆରମ୍ଭ ହେବ ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ କହିଛନ୍ତି, ଏହି ପ୍ରଥମ ବୈଠକରେ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗ ସହ ଜଳବାୟୁ ପରିବର୍ତ୍ତନ ଓ କୋଭିଡ ପରିସ୍ଥିତି ଉପରେ ଆଲୋଚନା ହେବ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ଅନେକ ଥର ବୈଠକ ହେଉଛି କିନ୍ତୁ ଯେତେବେଳେ ଦେଶର ସରକାରଗୁଡିକ ଏକାଠି କୌଣସି ପ୍ରସଙ୍ଗରେ ଆଲୋଚନା କରିବେ ତାହା ନିଶ୍ଚୟ ବିକାଶ ନୂଆ ଦିଗ ଉନ୍ମୋଚନ କରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories