www.samajalive.in
Monday, December 8, 2025
27.1 C
Bhubaneswar

କୋଭିଡ ପରିଚାଳନା, ଉନ୍ନୟନ କାର୍ଯ୍ୟ ନେଇ ମନ୍ତ୍ରୀଙ୍କ ସମୀକ୍ଷା

ଟିଟିଲାଗଡ଼: ରାଜ୍ୟ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ବୁଧବାର ଟିଟିଲାଗଡ ଗସ୍ତ ଅବସରରେ ବଲାଙ୍ଗିର ଜିଲାରେ କୋଭିଡ ପରିଚାଳନା ତଥା ସ୍ଥିତି ନେଇ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଜିଲାପାଳ ଚଞ୍ଚଳ ରାଣାଙ୍କ ସହ ସମୀକ୍ଷା କରିଛନ୍ତି। ଏନେଇ ଜିଲାରେ ସଂକ୍ରମଣ ହାର ଦିନକୁ ଦିନ ହ୍ରାସ ସହ ସ୍ଥିତି ଆୟତ୍ତାଧିନ ଥିବା ଜିଲାପାଳ ଆଲୋଚନା କାଳରେ ମନ୍ତ୍ରୀଙ୍କ ଅବଗତ କରିଥିଲେ।

ଏହା ସହ ଜିଲାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନେଇ ପଚାରି ବୁଝିବା ସହ ବିଭିନ୍ନ ପରାମର୍ଶ ଦେଇଥିଲେ। ଟିଟିଲାଗଡ ପୌର ପରିଷଦ ପକ୍ଷରୁ ସହରରେ ମହାରାଜ ସାଗର, ଦେବନ୍ଧ ସାଗର, ନୂତନ ବସଷ୍ଟାଣ୍ଡ, ଆଇଟିଆଇ କଲେଜ, ଜାତୀୟ ରାଜପଥ ୫୯ ବାଇପାସ ରାସ୍ତା, ଦୁର୍ଗମ କୁଟରାକେନ ଗ୍ରାମକୁ ପୋଲ, ଟିଟିଲାଗଡ ଏବଂ ସଇଁନ୍ତଲା ବ୍ଲକର ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଣ ନେଇ ବେଲଗାଁ ଠାରେ ନିର୍ମାଣାଧିନ ୩୯ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପ, ଦେସିଲ, ବାନ୍ଧୁପଲା ଠାରେ ନୁତନ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଲ୍ପ ତ୍ୱରାନ୍ୱିତ କରିବା ନେଇ ଜିଲାପାଳ ତଥା ଉପସ୍ଥିତ ଉପଜିଲାପାଳ ସୋମେଶ ଉପାଧ୍ୟାୟଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ସମୀକ୍ଷା ବୈଠକ ପୂର୍ବରୁ ଜିଲାପାଳ, ଉପଜିଲାପାଳ ସହରରେ ନିର୍ମାଣାଧିନ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଥିବା ଜଣାଯାଇଛି।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories