www.samajalive.in
Monday, December 8, 2025
27.1 C
Bhubaneswar

ବନ ବିଭାଗର ବଡ ଦୁର୍ନୀତି, କନିଷ୍ଠ କିରାଣୀ ବାବୁଙ୍କ ଠିକା ନିଯୁକ୍ତି ଚାଷ

ଶିକ୍ଷା ବିଭାଗରେ ଚାକିରୀ, ବନ ବିଭାଗରେ ଡିଲ୍‍
ପ୍ୟାଲେସ୍‍ ଲାଇନରେ ନାହିଁ ୱାଏଆରଆର ଅଫିସ୍‍

ବଲାଙ୍ଗିର: ବଲାଙ୍ଗିର ଜିଲା ବନ ବିଭାଗରେ ୧୨୫ ଜଣ ଅସ୍ଥାୟୀ ଠିକା କର୍ମଚାରୀଙ୍କ ଏକ ଅଣସରକାରୀ ଅନୁଷ୍ଠାନ (ଏନଜିଓ)ଇପିଏଫ, ଇଏସଆଇ ଟଙ୍କା ଚଳୁ କରିଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଲା ପରେ ଧିରେ ଧିରେ ଅନେକ କଥା ପଦାକୁ ଆସିବାରେ ଲାଗିଛି। ଏହି ଅଣସରକାରୀ ଅନୁଷ୍ଠାନ(ଏନଜିଓ) ସମ୍ପର୍କରେ ‘ସମାଜ’ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। କର୍ମ ନିଯୁକ୍ତି ଠିକା ସଂସ୍ଥା ଭାବେ ବଲାଙ୍ଗିର ପ୍ୟାଲେସ ଲାଇନ ସ୍ଥିତ ୟୁଥ୍‍ ଏସୋସିଏସନ ଫର୍‍ ରୁରାଲ ରିକ୍ରନଷ୍ଟ୍ରକ(ୱାଏଆରଆର୍‍)କୁ ବନ ବିଭାଗ ପକ୍ଷରୁ ୨୦୧୬ ମସିହା ଡିସେମ୍ବର ମାସ ଚୟନ କରାଯାଇଥିଲା। ଏବେ ଏହି ସଂସ୍ଥା ନାଁରେ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚଳୁ କରିଦେଇଥିବାର ସଙ୍ଗୀନ ଅଭିଯୋଗ। ସବୁଠୁ ବଡ କଥା ହେଲା ପ୍ୟାଲେସ୍‍ ଲାଇନ ଅଞ୍ଚଳରେ ଏହି ସଂସ୍ଥାକୁ କେହି ଜାଣି ନାହାନ୍ତି କି ଏହା ନାହିଁ। ଡିଏଫଓଙ୍କ କାର୍ଯ୍ୟାଳୟରେ ସଂସ୍ଥା ପକ୍ଷରୁ ନାମକୁ ମାତ୍ର ଠିକଣା ଦିଆଯାଇଥିଲା। ଯାହା କେବଳ କାଗଜ ପତ୍ରରେ ସବୁକିଛି ଚାଲିଥିଲା।

- Advertisement -

ତେବେ ଏସବୁ ପଛରେ ଶିକ୍ଷା ବିଭାଗର କନିଷ୍ଠ କିରାଣୀଙ୍କ ସଂପୃକ୍ତି ରହିଛି। ଯାହା କାଗଜାତ ପତ୍ର ସ୍ପଷ୍ଟ କରୁଛି। ଶିକ୍ଷା ବିଭାଗରେ ଚାକିରୀ କରୁଥିବା ବେଳେ କେମିତି ବନ ବିଭାଗର କୋଟି କୋଟି ଟଙ୍କାର ଡିଲ କରୁଥିଲେ ତାହା ସବୁଠୁ ଆଶ୍ଚର୍ଯ୍ୟର କଥା। ମିଳିଥିବା ତଥ୍ୟ ଅନୁସାରେ, ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଖଲିଆପାଲି ବଂଶୀଧର ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟରେ କନିଷ୍ଠ କିରାଣୀ ଭାବେ ସୁରେଶ କୁମାର ଷଡଙ୍ଗୀ ଗତ ୨୬ ଜୁଲାଇ ୨୦୦୦ ମସିହାରୁ କାର୍ଯ୍ୟ କରି ଆସୁଛନ୍ତି। ଶ୍ରୀ ଷଡଙ୍ଗୀ ୱାଏଆରଆର୍‍ ସଂସ୍ଥାର ସମ୍ପାଦକ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଠିକା ସଂସ୍ଥାର ସର୍ବେସର୍ବା ବୋଲାଉଥିଲେ। ତାଙ୍କ ଦ୍ୱାରା ପରିଚାଳିତ ଏହି ଠିକା କର୍ମଚାରୀ ନିଯୁକ୍ତି ସଂସ୍ଥାରେ ଅନେକ ଅଯୋଗ୍ୟ ପ୍ରାର୍ଥୀଙ୍କୁ ଲକ୍ଷାଧିକ ଟଙ୍କା ନେଣଦେଣ କରି ନିଯୁକ୍ତି କରିଥିବାର ମଧ୍ୟ ଅଭିଯୋଗ ହେଉଛି। ଯାହା ତଦନ୍ତ ସାପେକ୍ଷ। ଏସବୁର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ କଥା ସାମ୍ନାକୁ ଆସିପାରନ୍ତା ବୋଲି ଯୋଗ୍ୟ ପ୍ରାର୍ଥୀଙ୍କ ମହଲରେ ମତପ୍ରକାଶ ପାଉଛି। ଅନ୍ୟପକ୍ଷରେ ଏହି ଅନୁଷ୍ଠାନର ବେଆଇନ କାମ ଜଣାପଡିଲା ପରେ ବନ ବିଭାଗ ଦ୍ୱାରା କଳା ତାଲିକା ଭୁକ୍ତ ଅନୁଷ୍ଠାନ ଭାବେ ଘୋଷିତ ହୋଇଛି।

ଏବେ କନିଷ୍ଠ କିରାଣୀ ବାବୁଙ୍କ ଠିକା ନିଯୁକ୍ତି ଚାଷ ଧରା ପଡିଲା ପରେ ବନ ବିଭାଗର ବିଭାଗୀୟ ବରିଷ୍ଠ ଅଧିକାରୀ ଓ ତାଙ୍କ ସହଯୋଗ କରିଥିବା କର୍ମଚାରୀଙ୍କ ମଧ୍ୟରେ ହୃଦକମ୍ପନ ହୋଇଛି। ଦୀର୍ଘ ବର୍ଷ ଧରି ବନ ବିଭାଗରେ ଶିକ୍ଷା ବିଭାଗର ଜଣେ କନିଷ୍ଠ କିରାଣୀ ଆସି ଏତେ ଟଙ୍କାର ଦୁର୍ନୀତି କରିବା କମ କଥା ନୁହେଁ। ଅସ୍ଥାୟୀ ଠିକା କର୍ମଚାରୀଙ୍କ ଭବିଷ୍ୟତ ସହ ଖେଳ ଖେଳା ଯାଇଥିବା ବେଳେ ଇଏସଆଇ ମାଧ୍ୟମରେ ବିଭିନ୍ନ ସମୟରେ ଯେଉଁ ସବୁ ସୁବିଧା ସୁଯୋଗ ମିଳିବା କଥା ମିଳିପାରିଲା ନାହିଁ। ଯାହା ଅସ୍ଥାୟୀ ଠିକା କର୍ମଚାରୀମାନେ ଭୁକ୍ତଭୋଗୀ। ଏସବୁ ଭରଣା କରିବା ଦିଗରେ ବର୍ତ୍ତମାନ ସୁଦ୍ଧା ବିଭାଗ ପକ୍ଷରୁ ସେଭଳି ଠୋସ୍‍ ପଦକ୍ଷେପ ଗ୍ରହଣ କରାଯାଇନଥିବା ବେଳେ ଦୋଷୀ ଠିକା ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି। ଉକ୍ତ ସଂସ୍ଥାର ସମ୍ପାଦକ ଶ୍ରୀ ଷଡଙ୍ଗୀଙ୍କ ପ୍ରତିକ୍ରିୟା ପାଇଁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ ଫୋନ କାଟି ଦେଉଥିବା ବେଳେ ପରେ ଫୋନକୁ ସୁଇଚ୍‍ ଅଫ୍‍ କରିଦେଉଛନ୍ତି। ଫଳରେ ତାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories