www.samajalive.in
Wednesday, December 10, 2025
26.1 C
Bhubaneswar

ଶୁଖିଲା କେନାଲ, ହାହାକାର ଚାଷୀ

ଟିଟିଲାଗଡ଼ : ଟିଟିଲାଗଡ ବ୍ଲକ ସିହିନୀ ପଞ୍ଚାୟତ ଅନ୍ତର୍ଗତ ଉଦେପୁର ଅଂଚଳର ଚାଷୀଙ୍କ ପାଇଁ ଚଳିତ ବର୍ଷ ଖରିଫ ପ୍ରାରମ୍ଭରୁ ଅଭିଶପ୍ତ ହୋଇପଡିଛି। କ୍ଷେତରେ ପାଣି ମୁନ୍ଦାଏ ମଧ୍ୟ ନାହିଁ। ଋଆବିହୁଡା କାର୍ଯ୍ୟ ସରିପାରିନାହିଁ। ଚାଷୀ ଏନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଦୀର୍ଘ ପ୍ରାୟ ୨୦ ଦିନ ହେଲା ବର୍ଷାର ଦେଖା ନାହିଁ। ଲଘୁଚାପ ସମ୍ଭାବନା ଘୋଷଣା କରାଯାଇଥିବା ବେଳେ ଅଦ୍ୟାବଧି ପାଣି ମୁନ୍ଦାଏ ବର୍ଷିନାହିଁ। ଅନ୍ୟପକ୍ଷରେ ଗ୍ରାମକୁ ସଂଯୋଗ ହୋଇଥିବା ଯମୁନା ଜୋର କେନାଲ କେବଲ ଐତିହ୍ୟ ହୋଇ ରହିଯାଇଛି। ପ୍ରାୟ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ହେଲା କେନାଲ ନିର୍ମାଣ ପରଠାରୁ ଗ୍ରାମବାସୀ ପାଣିି ଟୋପାଏ ପାଉନାହାନ୍ତି। କେନାଲ ସଂଯୋଗ ହୋଇଥିବାରୁ ଜଳସେଚିତ ଅଂଚଳ ନାଁରେ ଜଳକର ବାନ୍ଧୁଥିବା ତଥା ମରୁଡି ହେଲେ ବିମା ସହାୟତାରୁ ବଂଚିତ ହୋଇଆସୁଥିବା ଗ୍ରାମର ବରିଷ୍ଠ ଚାଷୀ ଜିରାମ ନାଗ, ଟିକନୁ କୁମ୍ଭାର, କୁତାର୍ଥ ନାଗ, ବିନ୍ଦ୍ୟା ନାଗ, ଋତୁରାଜ ଚନ୍ଦନ, ବନ ମାଝୀ, ରାକେଶ ଭୋଇ, ନୁର ମହାକୁର ପ୍ରମୁଖ ଅଭିଯୋଗ କରିଛନ୍ତି। ଡ୍ୟାମ ତଥା କେନାଲ ପରିଚାଲନା ଦାୟିତ୍ୱରେ ରହିଥିବା ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଟିଟିଲାଗଡରୁ ସ୍ଥାନାନ୍ତର ହୋଇସାରିଥିବା ନେଇ କାହାକୁ ଅଭିଯୋଗ କରିବେ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି। ଏପରିପ୍ରେକ୍ଷୀରେ ରାଜ୍ୟ ସରକାର ଚାଷୀ ସମସ୍ୟାର ତୁରନ୍ତ ସମାଧାନ ନେଇ ବିହିତ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories