ଦୁର୍ବଳତା ଦୂର କରି ଶରୀରକୁ ମଜବୁତ୍ କରିବା ପାଇଁ ଖାଆନ୍ତୁ ଏହି ଜିନିଷ

ସାଧାରଣତଃ ଆଜିକାଲି ଅନେକ ଲୋକ ଦୁର୍ବଳତାର ଶିକାର ହେଉଛନ୍ତି। ଅନିୟମିତ ଖାଦ୍ୟପେୟ ଏବଂ ବିଶୃଙ୍ଖଳିତ ଜୀବନଶୈଳୀ ହେଉଛି ଏହାର ମୁଖ୍ୟ କାରଣ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଔଷଧ ଆଦି ସେବନ କରିଥା’ନ୍ତି। ତେବେ ଘରୋଇ ଉପାୟରେ ଏହି ସମସ୍ୟାକୁ ଏଡ଼ାଇ ଦିଆଯାଇପାରିବ। ଏପରି କିଛି ଜିନିଷ ଅଛି ଯାହାକୁ ନିୟମିତ ଖାଇବା ଦ୍ବାରା ଦୁର୍ବଳତା ଦୂର ହେବା ସହ ଶରୀର ସୁସ୍ଥ ଓ ସତେଜ ରହିଥାଏ। ଆସନ୍ତୁ ଜାଣିବା ନିୟମିତ କ’ଣ ଖାଇବା ଦ୍ବାରା ଶରୀର ଶକ୍ତିଶାଳୀ ଏବଂ ମଜବୁତ ହେବ –

prayash

ଗଜାବୁଟ : ପ୍ରତିଦିନ ସକାଳେ ଉଠି ଗଜାବୁଟ ସେବନ କରିବା ଦ୍ବାରା ଶରୀର ଶକ୍ତିଶାଳୀ ହୋଇଥାଏ। ଗଜାବୁଟରେ ଫାଇବର୍, କ୍ୟାଲସିୟମ୍ ଏବଂ ପ୍ରୋଟିନ୍ ଆଦି ତତ୍ତ୍ବ ରହିଥାଏ। ଯାହା ଶରୀରକୁ ସୁସ୍ଥ ଓ ଶକ୍ତିଶାଳୀ ହେବାରେ ସହାୟକ ହୋଇଥାଏ।

ସୋୟାବିନ୍ : ଯଦି ଆପଣ ନିୟମିତ ସୋୟାବିନ୍ ଖାଉଛନ୍ତି ତେବେ ଆପଣଙ୍କ ଶରୀରରେ ପ୍ରୋଟିନର ଅଭାବ ହେବ ନାହିଁ ଏବଂ ଶରୀର ଶକ୍ତିଶାଳୀ ତଥା ମଜବୁତ୍ ହେବ।

Comments are closed.