www.samajalive.in
Monday, December 8, 2025
17.1 C
Bhubaneswar

କାର୍ଯ୍ୟରେ ଥିବା ବାଧା ଓ ଆର୍ଥିକ ସମସ୍ୟା ଦୂର ପାଇଁ ରାଶି ଅନୁଯାୟୀ ଆପଣାନ୍ତୁ ଏହି ଉପାୟ

ବହୁ ସମୟରେ ଏପରି ଦେଖାଯାଇଥାଏ, ଅତ୍ୟଧିକ ପରିଶ୍ରମ ଓ ବାରମ୍ବାର ଚେଷ୍ଟା କରିବା ପରେ କାର୍ଯ୍ୟରେ ସଫଳତା ମିଳିପାରି ନଥାଏ। ଏତଦ ବ୍ୟତୀତ ଆର୍ଥିକ ସମସ୍ୟା ଲାଗି ରହିବା ସହ ବକେୟା ଅର୍ଥ ମଧ୍ୟ ମିଳିବାରେ ବାଧା ସୃଷ୍ଟି ହୁଏ। ଯଦି ଆପଣ ମଧ୍ୟ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ରାଶି ଅନୁଯାୟୀ  ଆପଣାନ୍ତୁ ଏହି ଉପାୟ….
ମେଷ ରାଶି – ଧନପ୍ରାପ୍ତି ପାଇଁ ସକାଳେ ସ୍ନାନ ପରେ ପ୍ରଥମେ ସୂର୍ଯ୍ୟଦେବଙ୍କୁ ଦର୍ଶନ କରନ୍ତୁ। ଏହାପରେ ପ୍ରଭୁ ଲକ୍ଷ୍ମୀନାରାୟଣଙ୍କ ନିକଟରେ ଗୁଡ଼ର କ୍ଷୀରୀ ଭୋଗ କରି ମହିଳାଙ୍କୁ ଏହାକୁ ବାଣ୍ଟି ଦିଅନ୍ତୁ।
ବୃଷ ରାଶି – ଧନ ପ୍ରାପ୍ତି ପାଇଁ ସକାଳେ ସ୍ନାନ ପରେ ପ୍ରଥମେ ପ୍ରଭୁ ଶଙ୍କରଙ୍କୁ ଦର୍ଶନ କରନ୍ତୁ। ଶୁକ୍ରବାର ଦିନ ଶିବଲିଙ୍ଗରେ ଗୋଟା ଅରୁଆ ଚାଉଳ ପ୍ରଭୁଙ୍କୁ ଅର୍ପଣ କରିବା ସହ ଦହି ଚିନି ଖାଇ ଘରୁ କାର୍ଯ୍ୟରେ ଯାଆନ୍ତୁ।
ମିଥୁନ ରାଶି – ଆର୍ଥିକ ସମସ୍ୟା ଦୂର ପାଇଁ ସକାଳେ ସ୍ନାନ ପରେ ସର୍ବପ୍ରଥମେ ମା’ଲକ୍ଷ୍ମୀ କିମ୍ବା ମା’ ଦୁର୍ଗାଙ୍କୁ ଦର୍ଶନ କରନ୍ତୁ। ପାଞ୍ଚଟି ଗେଣ୍ଡୁ ଫୁଲ ପ୍ରଭୁ ଗଣେଶଙ୍କୁ ଅର୍ପଣ କରିବା ସହ କନ୍ୟାଙ୍କୁ ମିଠା ଖାଇବାକୁ ଦିଅନ୍ତୁ।
କର୍କଟ ରାଶି – ଧନ ପ୍ରାପ୍ତି ପାଇଁ ସକାଳେ ସ୍ନାନ ପରେ ପ୍ରଥମେ ଭଗବାନ କୃଷ୍ଣଙ୍କୁ ଦର୍ଶନ କରନ୍ତୁ। ପ୍ରଭୁଙ୍କୁ ତୁଳସୀ ପତ୍ର , ମିଶ୍ରି , ଲହୁଣୀ , ଅର୍ପଣ କରନ୍ତୁ। ଲାଲ ଚନ୍ଦନର ତିଳକ ପ୍ରଭୁଙ୍କୁ ଲଗାନ୍ତୁ।
ସିଂହରାଶି – ଧନ ପ୍ରାପ୍ତି ପାଇଁ ସକାଳେ ସ୍ନାନ ପରେ ପ୍ରଥମେ ସୂର୍ଯ୍ୟଦେବଙ୍କୁ ଦର୍ଶନ କରନ୍ତୁ। ବକେୟା ଅର୍ଥ ପ୍ରାପ୍ତି ପାଇଁ ଦକ୍ଷିଣ ହସ୍ତରେ ଲାଲ ଗୋଲାପ ପ୍ରଭୁ ହନୁମାନଙ୍କ ଚରଣରେ ଅର୍ପଣ କରି ତାହାକୁ ନିଜ ପର୍ସରେ ରଖନ୍ତୁ।
କନ୍ୟା ରାଶି – ଧନ ପ୍ରାପ୍ତି ପାଇଁ ସକାଳେ ସ୍ନାନ ପରେ ପ୍ରଥମେ ପ୍ରଭୁ ଗଣେଶଙ୍କୁ ଦର୍ଶନ କରନ୍ତୁ। ଧଳା ଅରୁଆ ଚାଉଳ ମା’ଦୁର୍ଗାଙ୍କୁ ଅର୍ପଣ କରନ୍ତୁ। ଘରେ ପ୍ରଭୁ ଗଣେଶଙ୍କ ନିକଟରେ ଏକ ଗୁଆ ରଖନ୍ତୁ।
ତୁଳା ରାଶି – ଏହି ରାଶିର ବ୍ୟକ୍ତି ବା ମହିଳା ଭଗବାନ ଲକ୍ଷ୍ମୀନାରାୟଣଙ୍କୁ ପଦ୍ମ ଫୁଲ ଅର୍ପଣ କରନ୍ତୁ। ପାଞ୍ଚଟି ବୁନ୍ଦି ଲଡ଼ୁ ପ୍ରଭୁ ହନୁମାନଙ୍କ ନିକଟରେ ଭୋଗ କରି ପିଲାମାନଙ୍କୁ ବାଣ୍ଟି ଦିଅନ୍ତୁ।
ବିଛା ରାଶି – ଏହି ରାଶିର ବ୍ୟକ୍ତି ବା ମହିଳା ଧନ ପ୍ରାପ୍ତି ପାଇଁ ତୁଳସୀ ବୃକ୍ଷ ବିଷ୍ଣୁଙ୍କ ମନ୍ଦିରରେ ଲଗାନ୍ତୁ। ବ୍ୟବସାୟିକ କାର୍ଯ୍ୟରେ ଯିବା ପୂର୍ବରୁ ଶ୍ରୀରାମଙ୍କ ସ୍ତୁତି ପାଠ କରନ୍ତୁ।
ଧନୁ ରାଶି – ଧନ ପ୍ରାପ୍ତି ପାଇଁ ପ୍ରଭୁ ହନୁମାନଙ୍କୁ ଦର୍ଶନ କରନ୍ତୁ। ପାଞ୍ଚଟି ପାନର ପତ୍ର, ହଳଦିଆ ମିଠା ଅଶ୍ୱତ୍ଥ ବୃକ୍ଷ ନିକଟରେ ଅର୍ପଣ କରନ୍ତୁ।
ମକର ରାଶି – ଧନ ପ୍ରାପ୍ତି ପାଇଁ ମା’ଗାୟତ୍ରୀଙ୍କର ଦର୍ଶନ କରନ୍ତୁ। ଯେକୌଣସି ମହତ୍ତ୍ୱ ପୂର୍ଣ୍ଣ କାର୍ଯ୍ୟରେ ଯିବା ପୂର୍ବରୁ ଧଳା ଫୁଲ ନିଜ ପାଖରେ ରଖନ୍ତୁ। ପିମ୍ପୁଡ଼ିକୁ ଚିନି ଖାଇବାକୁ ଦିଅନ୍ତୁ।
କୁମ୍ଭ ରାଶି – ଧନ ପ୍ରାପ୍ତି ପାଇଁ କଦଳୀ ବୃକ୍ଷ ନିକଟରେ ଦେଶୀ ଘିଅର ଦୀପ ଲଗାନ୍ତୁ। ଯେକୌଣସି କାର୍ଯ୍ୟରେ ଯିବା ପୂର୍ବରୁ ପ୍ରଭୁ ହନୁମାନଙ୍କୁ ମିଠାପାନ ଅର୍ପଣ କରନ୍ତୁ।
ମୀନ ରାଶି – ଧନ ପ୍ରାପ୍ତି ପାଇଁ କେସର ତିଳକ ପ୍ରଭୁ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ। ସେହି ତିଳକ ନିଜ ମଥାରେ ଲଗାନ୍ତୁ। ଦେବୀ ଲକ୍ଷ୍ମୀଙ୍କୁ ପେଡ଼ା ଭୋଗ ଅର୍ପଣ କରନ୍ତୁ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories