www.samajalive.in
Monday, December 8, 2025
27.1 C
Bhubaneswar

ଶୁଷ୍କ ତ୍ବଚାକୁ ନେଇ ଚିନ୍ତିତ କି? ଏହି ଦିଗ ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ

ଶୁଷ୍କ ତ୍ୱଚା ସମସ୍ୟାକୁ ନେଇ ବହୁତ ଲୋକ ଚିନ୍ତିତ ଥାଆନ୍ତି। ଏଥିପାଇଁ ଅନେକ ଉପାୟ ଆପଣାଇ ମଧ୍ୟ କିଛି ଲୋକ ବିଫଳ ହୋଇଥାଆନ୍ତି। ତେବେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେଲେ ଶୁଷ୍କ ତ୍ବଚା ସମସ୍ୟା ଦୂର ହୋଇପାରିବ। ଆସନ୍ତୁ ଜାଣିବା ସେ ବିଷୟରେ –

ସାବୁନର ବ୍ୟବହାର କମ୍ କରନ୍ତୁ: ସାବୁନ ଶୁଷ୍କ ତ୍ୱଚାର ଏକ ମୁଖ୍ୟ କାରଣ ହୋଇଥାଏ। ବହୁ ମହିଳା ବଜାରରେ ମିଳୁଥିବା ସାଧାରଣ ସାବୁନକୁ ତ୍ୱଚା ସଫା କରିବା ପାଇଁ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏହା ଆପଣଙ୍କ ତ୍ୱଚାକୁ ମାତ୍ରାଧିକ ଶୁଷ୍କ କରିଥାଏ। କାରଣ ସାବୁନରେ ଏମିତି କିଛି ତତ୍ତ୍ବ ଥାଏ ଯାହାକି ତ୍ୱଚା ଉପରେ ବିପରୀତ ପ୍ରଭାବ ପକାଇଥାଏ। ତେଣୁ ସର୍ବଦା ଆପଣ ଗ୍ଲିସେରିନ ଯୁକ୍ତ ସାବୁନ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ। ନଚେତ ପ୍ରାକୃତିକ ଉପାୟ ଯେପରିକି ଦହି, ଘି କୁଆଁରୀ ସାହାଯ୍ୟରେ ମଧ୍ୟ ତ୍ୱଚା ସଫା କରି ପାରିବେ।

- Advertisement -

ସ୍କ୍ରବ୍‌ର ବ୍ୟବହାର: ସ୍କ୍ରବ କଲେ ତ୍ବଚାରୁ ଧୂଳି, ମଇଳା ଆଦି ବାହାରି ଯାଇଥାଏ ସତ କିନ୍ତୁ ବଜାରରେ ମିଳୁଥିବା ଶସ୍ତା ସ୍କ୍ରବ୍ ଗୁଡିକୁ ମାତ୍ରାଧିକ ବ୍ୟବହାର କଲେ ତ୍ୱଚା ଶୁଷ୍କ ହୋଇଯାଏ। ବିଭିନ୍ନ ପ୍ରକାର ଘରୋଇ ଜିନିଷ ଯେପରିକି ବେସନ, ଚିନି, ଲୁଣ, ଚାଉଳ ଗୁଣ୍ଡ, ପେସ୍ତା ବାଦାମ, କଫି ଆଦିରେ ଆପଣ ସ୍କ୍ରବ କରିପାରିବେ। ଯାହା ଆପଣଙ୍କ ତ୍ୱଚାରୁ ପ୍ରାକୃତିକ ତୈଳ ହଟାଇନଥାଏ। ଏହା ସହ ତ୍ବଚାରେ ଚମକ ଆଣିଥାଏ।

ଅତ୍ୟଧିକ ଗରମ ପାଣିର ବ୍ୟବହାର: ପ୍ରାୟତଃ ମହିଳାଙ୍କର ଧାରଣା ଥାଏ ଯେ ଗରମ ପାଣି ତ୍ୱଚା ପାଇଁ ସର୍ବୋତ୍ତମ ହୋଇଥାଏ। କିନ୍ତୁ ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ। ଅତ୍ୟଧିକ ଗରମ ପାଣି ତ୍ୱଚାର ପ୍ରାକୃତିକ ନମନୀୟତାକୁ ନଷ୍ଟ କରିଦେଇଥାଏ। ଫଳରେ ତ୍ୱଚା ଅଧିକ ଶୁଷ୍କ ହୋଇଯାଏ। ଗରମ ପାଣି ବଦଳରେ ନଖ ଉଷୁମ ପାଣିର ବ୍ୟବହାର କରିପାରିବେ।

ଟୋନରର ବ୍ୟବହାର: ସାଧାରଣତଃ ଆମେ ଭାବନ୍ତି ଟୋନର ତ୍ବଚା ପାଇଁ ବହୁତ ଭଲ ହୋଇଥାଏ। ମାତ୍ର ଟୋନର ବ୍ୟବହାର କରିବା ପୂର୍ବରୁ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ। ଆଷ୍ଟ୍ରିଜେଣ୍ଟ ଯୁକ୍ତ ଟୋନର ଶୁଷ୍କ ତ୍ୱଚାରେ ବ୍ୟବହାର କରିବା ଆଦୌ ଉଚିତ ନୁହେଁ। ସବୁବେଳେ ମଶ୍ଚରାଇଜର ଯୁକ୍ତ ଟୋନର ବ୍ୟବହାର କରିବା ଉଚିତ।

ଏସିର ବ୍ୟବହାର: ଆଜି କାଲି ଲୋକେ ସବୁବେଳେ ଏସିରେ ରହିବାକୁ ପସନ୍ଦ କରୁଛନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି, ଏସିର ଅତ୍ୟଧିକ ଥଣ୍ଡା ପବନ ତ୍ୱଚାକୁ ଅଶେଷ କ୍ଷତି ପହଞ୍ଚାଇଥାଏ। ତେଣୁ ଯଥା ସମ୍ଭବ ଏହାଠାରୁ ଦୁରେଇ ପ୍ରାକୃତିକ ପବନର ମଜା ନେବା ଉଚିତ।
ଏହି ସବୁ ବିଶେଷ ଦିଗ ପ୍ରତି ଧ୍ୟାନ ଦେଲେ ଆପଣଙ୍କ ତ୍ୱଚା ଶୁଷ୍କ ହେବାରୁ ରକ୍ଷା ପାଇପାରିବ। ଏହା ସହ ଆପଣଙ୍କ ତ୍ୱଚାର ପ୍ରାକୃତିକ ଚମକ ବଜାୟ ରହିବ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories