www.samajalive.in
Friday, December 5, 2025
23.1 C
Bhubaneswar

ସଂସ୍କୃତି ଜାଗରଣ ସଂଘ ସମ୍ପାଦକଙ୍କ ପରଲୋକ

କୁଚିଣ୍ଡା: ସଂସ୍କୃତିର ରକ୍ଷା ଓ ପାରମ୍ପାରିକ ଲୋକଗୀତ, ପାଲା, ଦାସକାଠିଆ ଆଦି କଳାକାରଙ୍କୁ ସଂଗଠିତ କରୁଥିବା ସଂସ୍କୃତି ଜାଗରଣ ସଂଘର ସଂପାଦକ ଟିକେନ୍ଦ୍ର କୁମାର ନାୟକଙ୍କ ପରଲୋକ ହୋଇଯାଇଛି। ସେ ଗତ କିଛିମାସ ଧରି କିଡ୍‌ନୀଜନିତ ରୋଗରେ ପୀଡ଼ିତ ରହି ଚିକିତ୍ସିତ ହେଉଥିଲେ। ମାତ୍ର ମଙ୍ଗଳବାର ଆକସ୍ମିକ ଭାବେ ଗୁରୁତର ହୋଇ ତାଙ୍କର ମୃତ୍ୟୁ ଘଟିଛି।

ଗୁଣ୍ଡୁରୁଚୁଆଁ ନିକଟସ୍ଥ ଶିଙ୍କଲମୁଣ୍ଡା ନିବାସୀ ଟିକେନ୍ଦ୍ର ନାଏକ ଦୀର୍ଘବର୍ଷ ଧରି ତାଙ୍କ ଅଞ୍ଚଳରେ ଆୟୁର୍ବେଦ ଚିକିତ୍ସା ବା ଉପଚାରର ପ୍ରଚାର ପ୍ରସାର କରି ସେବା ଦେଇ ଆସୁଥିଲେ। ଏପରିକି ଅଞ୍ଚଳରେ ଲୋକ କଳା, ସଂସ୍କୃତି ଆଦି ଉଜ୍ଜୀବିତ କରି ରଖିବା ସକାସେ ସେ ସଂସ୍କୃତି ଜାଗରଣ ସଂଘ ପ୍ରତିଷ୍ଠା କରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ପ୍ରଶଂସିତ ହୋଇଥିଲେ। ତାଙ୍କର ଅଞ୍ଚଳକୁ ନେଇ ରଚନା ମଧ୍ୟ କରିଥିଲେ। ଶରିଡ ନିକଟସ୍ଥ ଧୂଡିଖୋଲଠାରେ ଥିବା ରାଧାନାଥ ରାୟଙ୍କ ସ୍ମୃତି ପୀଠ ରକ୍ଷା ଦିଗରେ ତାଙ୍କର ଉଦ୍ୟମ ରହିଥିଲା। ତାଙ୍କ ବିୟୋଗରେ ସଂସ୍କୃତି ପ୍ରେମୀ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ତାଙ୍କ ବିୟୋଗରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ସୁବାଷ ନାଏକ, ବାବା ଶୀବାନନ୍ଦ, ମଳୟ ବେହେରାଙ୍କ ସମେତ ବହୁ କଳାପ୍ରେମୀ ଶୋକ ପ୍ରକାଶ କରିଛନ୍ତି।

- Advertisement -

 

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories