www.samajalive.in
Saturday, December 6, 2025
26.1 C
Bhubaneswar

ସେନା ଗୁଳିରେ ୩ ଆତଙ୍କୀ ନିହତ

ନୂଆଦିଲ୍ଲୀ : ଗତକିଛି ଦିନ ହେଲା ଘାଟିରେ ଆତଙ୍କବାଦୀ ବିରୋଧରେ ସେନାର ଲଢେଇ ଜାରି ରହିଛି। ପୁଣି ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଆଉ ତିନି ଆତଙ୍କୀ ନିହତ ହୋଇଛନ୍ତି। ଏହା ସହ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଥିବା ଜଣେ ଯବାନ ସହିଦ ହୋଇଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନିହତ ଆତଙ୍କବାଦୀ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସେନା ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁଯାୟୀ, ପୁଲଓ୍ୱାମାର ଜଦୁରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ସେନା ଓ ସ୍ଥାନୀୟ ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଆତଙ୍କୀ ଲୁଚି ରହିଥିବାର ଖବର ମିଳିବା ମାତ୍ରେ ସେନା ଓ ସ୍ଥାନୀୟ ପୁଲିସ ପୁରା ଅଞ୍ଚଳକୁ ଘେରି ଯାଇଥିଲେ। ଚାରିପଟୁ ସେନା ଘେରିବା ଦେଖି ଆତଙ୍କୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ। ଯାହାର ଦୃଢ ଜବାବ ସେନାବାହିନୀ ପକ୍ଷରୁ ଦିଆଯାଇଥିଲା ।

- Advertisement -

ଖବର ମୁତାବକ, ଜମ୍ମୁ-କଶ୍ମୀରରେ ୨୪ଘଣ୍ଟା ମଧ୍ୟରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ମୁକାବିଲା । ଏହାପୂର୍ବରୁ ଶୁକ୍ରବାର ଦିନ ଶୋପିଆଁ ଜିଲାର କିଲୋରା ଅଞ୍ଚଳରେ ଏକ ଏନକାଉଣ୍ଟର ବେଳେ ସୁରକ୍ଷା ବାହିନୀ ଏବଂ ଜମ୍ମୁ-କଶ୍ମୀର ପୁଲିସ ମିଳିତ ଭାବରେ ୪ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଏହା ସହ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥବା ଜଣାପଡିଥିଲା ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories