www.samajalive.in
Sunday, December 7, 2025
15.1 C
Bhubaneswar

୨.୨ ଲକ୍ଷ ଶସ୍ତା ହେଲା ଏହି କାର

ସମାଜ ଡିଜିଟାଲ ଡେସ୍କ: ୨ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି ଦୁଇଟି କାର। ଭାରତୀୟ ଗ୍ରାହକଙ୍କୁ ଆକର୍ଷିତ କରିବା ଲାଗି ଚେକ୍‌‌ ଗଣରାଜ୍ୟର ସ୍କୋଡା କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି ଦୁଇଟି ମଡେଲ ହେଉଛି ସ୍କୋଡା ସ୍ଲାଭିଆ ଏବଂ କୁଶାକ୍‌‌। ସ୍ଲାଭିଆ ଏବଂ କୁଶାକ ହେଉଛିି କମ୍ପାନୀର ସବୁଠୁ ଲୋକପ୍ରିୟ ସେଦାନ ଏବଂ ଏସୟୁଭି। କୁଶାକ୍‌‌ର ମୋଣ୍ଟେ କାର୍ଲୋ ସଂସ୍କରଣ ଉପରେ ସର୍ବାଧିକ ୨ ଲକ୍ଷ ୧୯ ହଜାର ଟଙ୍କା ହ୍ରାସ କରାଯାଇଛି। ଅନ୍ୟ ଭାରିଆଣ୍ଟଗୁଡ଼ିକରେ ୯୪ ହଜାରରୁ ୧ ଲକ୍ଷ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ ହୋଇଛି।

ସ୍କୋଡା ଅଟୋ ଇଣ୍ଡିଆ ପକ୍ଷରୁ ସୀମିତ ସମୟ ପାଇଁ ଏହି ଅଫର ଘୋଷଣା କରାଯାଇଛି। ବର୍ତ୍ତମାନ ସମୟରେ ଯେଉଁ ଲୋକମାନେ କାର୍‌‌ କିଣିବାକୁ ଚିନ୍ତା କରୁଛନ୍ତି, ସେମାନଙ୍କ ପାଇଁ ଭଲ ସୁଯୋଗ ରହିଛି। କମ୍ପାନୀ ପକ୍ଷରୁ ବି ଏହି ୨ଟି ମଡେଲର ଭାରିଆଣ୍ଟ ନାମ ପରିବର୍ତ୍ତନ କରାଯାଇଛି। କୁଶାକ ଏବଂ ସ୍ଲାଭିଆର ଭାରିଆଣ୍ଟ ନାମ ପୂର୍ବରୁ ଆକ୍ଟିଭ, ଆମ୍ବିସନ ଏବଂ ଷ୍ଟାଇଲ ରହିଥିଲା। କମ୍ପାନୀ ଏହାକୁ ବଦଳାଇ କ୍ଲାସକ, ସିଗ୍‌‌ନେଚର ଏବଂ ପ୍ରେଷ୍ଟିଜ ରଖିଛି।

- Advertisement -

ସ୍କୋଡା କ୍ଲାସିକ ଭାରିଆଣ୍ଟର ଏକ୍ସ ଶୋରୁମ ମୂଲ୍ୟ ୧୦ ଲକ୍ଷ ୮୯ ହଜାର ଟଙ୍କା ରହିଛି। ସେହିପରି ଓନିକ୍ସ ଭରିଆଣ୍ଟ ମୂଲ୍ୟ ୧୨ ଲକ୍ଷ ୮୯ ହଜାରରୁ ଆରମ୍ଭ କରି ୧୩ ଲକ୍ଷ ୪୯ ହଜାର, ସିଗ୍‌‌ନେଚର ଭାରିଆଣ୍ଟ ମୂଲ୍ୟ ୧୪ ଲକ୍ଷ ୧୯ ହଜାରରୁ ଆରମ୍ଭ କରି ୧୬ ଲକ୍ଷ ୮୯ ହଜାର, ମୋଣ୍ଟେ କାର୍ଲୋ ଭାରିଆଣ୍ଟ ମୂଲ୍ୟ ୧୫ ଲକ୍ଷ ୫୯ ହଜାରରୁ ୧୮ ଲକ୍ଷ ୨୯ ହଜାର ଏବଂ ପ୍ରେଷ୍ଟିଜ ଭାରିଆଣ୍ଟ ମୂଲ୍ୟ ୧୬ ଲକ୍ଷ ୯ ହଜାରରୁ ୧୮ ଲକ୍ଷ ୭୯ ହଜାର ଟଙ୍କା ରହିଛି।

ସେହିପରି ସ୍ଲାଭିଆର କ୍ଲାସିକ ଭାରିଆଣ୍ଟ ଏକ୍ସ ଶୋରୁମ ମୂଲ୍ୟ ୧୦ ଲକ୍ଷ ୬୯ ହଜାର ରହିଛି। ଏହାବ୍ୟତୀତ ସିଗ୍‌‌ନେଚର ଭାରିଆଣ୍ଟ ମୂଲ୍ୟ ୧୩ ଲକ୍ଷ ୯୯ ହଜାରରୁ ୧୬ ଲକ୍ଷ ୬୯ ହଜାର, ପ୍ରେଷ୍ଟିଜ ଭାରିଆଣ୍ଟ ମୂଲ୍ୟ ୧୫ ଲକ୍ଷ ୯୯ ହଜାରରୁ ଆରମ୍ଭ କରି ୧୮ ଲକ୍ଷ ୬୯ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories