www.samajalive.in
Tuesday, December 9, 2025
16.1 C
Bhubaneswar

ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଠାରୁ ଖୋଲିଲା ମା’ଶାରଳା , ବାବା ଗୋରଖନାଥ, ଧବଳେଶ୍ୱରଙ୍କ ମନ୍ଦିର

କଟକ/ ଜଗତସିଂହପୁର: କୋଭିଡ ଗାଇଡଲାଇନ ଅନୁଯାୟୀ ଆଜି ଠାରୁ ଜଗତସିଂହପୁର ସ୍ଥିତ ମା’ଶାରଳା ଓ ବାବା ଗୋରଖନାଥଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି । ସକାଳେ ୭ଟାରେ ମନ୍ଦିର ଖୋଲାଯିବା ବେଳେ ଆଳତୀ ପୂର୍ବରୁ ସନ୍ଧ୍ୟା ୬ଟା ପୂର୍ବରୁ ମନ୍ଦିର ବନ୍ଦ କରାଯିବ । ମନ୍ଦିର ଗର୍ଭଗୃହ ମଧ୍ୟକୁ କାହାରିକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ମନ୍ଦିର ପରିସରରେ ଭୋଗ କିମ୍ବା ପ୍ରସାଦ ସେବନ ପାଇଁ ବାରଣ କରାଯାଇଛି । ଥରକେ ମନ୍ଦିର ଭିତରକୁ ୧୫ ଜଣଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ । ସେହିପରି ଖୋର୍ଦ୍ଧା ଉପଖଣ୍ଡରେ ମନ୍ଦିର, ମସଜିଦ୍‌ , ଚର୍ଚ୍ଚ ଆଦି ଧର୍ମାନୁଷ୍ଠାନ ଖୋଲିବା ପାଇଁ ବିଚାରବିମର୍ଷ କରାଯାଉଛି ।
ସେହିପରି କଟକ ଜିଲାର ଆଠଗଡସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିର ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଠାରୁ ଖୋଲିଛି । ମନ୍ଦିର ଭିତରକୁ ବାହାର ଭୋଗକୁ ବାରଣ ରହିଥିବା ବେଳେ ତୁଣ୍ଡି ବ୍ୟବହାର ସହ ସମସ୍ତ କୋଭିଡ ନିୟମକୁ ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ସକାଳ ୬ଟାରୁ ରାତି ୮ଟା ଯାଏଁ ମନ୍ଦିର ଖୋଲା ରହିବ । ଯେଉଁମାନଙ୍କର ଥଣ୍ଡା,ଜ୍ୱର, କାଶ ଆଦି ଲକ୍ଷଣ ରହିଛି , ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଛି ।

 

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories