www.samajalive.in
Tuesday, December 9, 2025
16.1 C
Bhubaneswar

ଆଫଗାନ ସଙ୍କଟ ଉପରେ ରୁଷ ଡାକିଲା ବୈଠକ; ବାଦ ପଡିଲା ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଆତଙ୍କିଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଜଟିଳ ପରିସ୍ଥିତିର ସମାଧାନ ସୂତ୍ର ବାହାର କରିବାକୁ ରୁଷ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି। ତେବେ ସେଥିପାଇଁ ଏହା ଭାରତକୁ ଆମନ୍ତ୍ରଣ କରିନାହିଁ। ବୈଠକରେ ପାକିସ୍ତାନ, ଚୀନ ଏବଂ ଆମେରିକା ଯୋଗଦେବେ ବୋଲି ଜଣାଯାଇଛି। ଏହି ପରିବର୍ଦ୍ଧିତ ତ୍ରୋଇକା ବୈଠକ ଚଳିତ ମାସ ୧୧ ତାରିଖରେ କାତାରଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବ୍ୟବସ୍ଥାରେ ପୂର୍ବରୁ ମାର୍ଚ୍ଚ ୧୮ ଓ ଏପ୍ରିଲ ୩୦ରେ ଆଲୋଚନା ଅନୁଷ୍ଠିତ ହୋଇସାରିଛି।
ଆଫଗାନିସ୍ତାନରେ ଶାକ୍ତି ଫେରାଇ ଆଣିବା ଏବଂ ଏକ ଜାତୀୟ ସ୍ତରରେ ସହମତି ଓ ସମାଧାନ ଦିଗରେ ପରିବେଶ ସୃଷ୍ଟି କରିବାକୁ ‘ମସ୍କୋ ଢାଞ୍ଚା’ରେ ମଧ୍ୟ ରୁଷ ଆଲୋଚନା ଜାରି ରଖିଛି। ଗତ ମାସରେ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭରୋଡ ତାସକେଣ୍ଟରେ କହିଥିଲେ ଯେ ରୁଷିଆ ଏଭଳି ପରିସ୍ଥିତିରେ ଭାରତ ଏବଂ ଅନ୍ୟ ରାଷ୍ଟ୍ରଗୁଡିକ ସହିତ ମିଶି କାର‌୍ୟ୍ୟ କରିବ, ଯାହା ଆଫଗାନିସ୍ତାନ ପରିସ୍ଥିତି ଉପରେ ପ୍ରଭାବ ପକାଇ ପାରିବ। ତାଙ୍କର ଏଭଳି ମନ୍ତବ୍ୟ ପରେ ପରିବର୍ଦ୍ଧିତ ତ୍ରୋଇକା ବୈଠକରେ ନୂଆଦିଲ୍ଲୀକୁ ଡକାଯିବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ତେବେ ଭାରତକୁ ବାଦ ଦିଆଯାଇଥିବାବେଳେ ଏ ସମ୍ପର୍କରେ ନୂଆଦିଲ୍ଲୀ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇନାହିଁ। ଅନ୍ୟପକ୍ଷରେ ଜାତିସଂଘ ନିରାପତ୍ତା ପରିଷଦର ଅଧିବେଶନ ଡକାଇବା ଏକ ସକାରାତ୍ମକ ଘଟଣା ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ଆଫଗାନ ରାଷ୍ଟ୍ରଦୂତ ଫରିଦ ମାମୁନଜାଇ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories