www.samajalive.in
Tuesday, December 9, 2025
16.1 C
Bhubaneswar

କର୍ଣ୍ଣାଟକରେ କ୍ଷମତା ଲୋଭିଙ୍କ ବିଜୟ, ଗଣତନ୍ତ୍ରର ପରାଜୟ ହେଲା: ରାହୁଲ

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଭାଙ୍ଗିବା ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ରାହୁଲ ଟ୍ବିଟ୍‌ କରି କହିଛନ୍ତି, ‘କର୍ଣ୍ଣାଟକରେ କ୍ଷମତା ଲୋଭିଙ୍କ ବିଜୟ ହୋଇଛି ଏବଂ ଗଣତନ୍ତ୍ରର ପରାଜୟ ଘଟିଛି। ରାଜ୍ୟରେ କ୍ଷମତା ହାସଲ ପାଇଁ କଂଗ୍ରେସ-ଜେଡିଏସ ମେଣ୍ଟ ସେମାନଙ୍କ ରାସ୍ତାରେ ବାଧା ଦେଉଥିଲା। କେତେଜଣଙ୍କ ନ୍ୟସ୍ତ ସ୍ବାର୍ଥ ପାଇଁ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ପ୍ରଥମ ଦିନରୁ ହିଁ ଟାର୍ଗେଟରେ ରହିଥିଲା। ଉଭୟ ଦଳ ଭିତରେ ଏବଂ ଦଳ ବାହାରେ ଥିବା ଲୋକ, ଯେଉଁମାନଙ୍କ ପାଇଁ ମେଣ୍ଟ ବିପଦ ସାଜିଥିଲା ଏବଂ କ୍ଷମତା ହାସଲ କରିବା ଦିଗରେ ବାଧା ସୃଷ୍ଟି କରୁଥିଲା, ସେମାନଙ୍କ କ୍ଷମତାର ଲୋଭ ଆଜି ବିଜୟୀ ହୋଇଛି। ଗଣତନ୍ତ୍ର, ସାଧୁତା ଏବଂ କର୍ଣ୍ଣାଟକର ଲୋକେ ହାରିଯାଇଛନ୍ତି ବୋଲି ରାହୁଲ ଉଲ୍ଲେଖ କରିଛନ୍ତି।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ଦିନ ଆସିବ, ବିଜେପି ହୃଦବୋଧ କରିବ ଯେ ସବୁକିଛି କିଣାଯାଇପାରିବ ନାହିଁ। ସମସ୍ତେ ସବୁବେଳେ ଭୟଭୀତ ହୋଇ ରହିପାରିବେ ନାହିଁ। ଶେଷରେ ସବୁ ମିଛ ପଦାକୁ ଆସିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories