www.samajalive.in
Sunday, December 7, 2025
16.1 C
Bhubaneswar

ପରଦାକୁ ଆସିଲା ‘ଦି ସ୍କାଏ ଇଜ୍‍ ପିଙ୍କ୍‍’

ମୁମ୍ବଇ : ପ୍ରିୟଙ୍କା ଚୋପ୍ରା ଓ ଫରହାନ ଅଖତରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦି ସ୍କାଏ ଇଜ୍‍ ପିଙ୍କ୍‍’ ଶୁକ୍ରବାର(୧୧ ଅକ୍ଟୋବର) ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ର ଦେଖିବା ପରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ଭାବପ୍ରବଣ ହୋଇପଡ଼ିଥିଲେ। ଆୟଶା ଚୌଧୁରୀ ନାମକ ଝିଅ ଓ ତା’ର ପରିବାରର ଏହି କାହାଣୀ ଖୁବ୍‍ ହୃଦୟସ୍ପର୍ଶୀ ଏବଂ ଭାବ ପ୍ରବଣତାରେ ପରିପୂର୍ଣ୍ଣ। ଚଳଚ୍ଚିତ୍ର ଦେଖି ଦର୍ଶକମାନେ କାନ୍ଦିଥିବା ମଧ୍ୟ କହିଛନ୍ତି। ଚଳଚ୍ଚିତ୍ରରେ ପ୍ରିୟଙ୍କାଙ୍କ ସହ ଜାୟରା ୱସୀମ, ଫରହାନ୍‍ ଅଖ୍‍ତର୍‍, ରୋହିତ୍‍ ସରାଫ ଓ ବାକି ସହ କଳାକାରମାନଙ୍କ ଅଭିନୟର ମଧ୍ୟ ଖୁବ୍‍ ପ୍ରଶଂସା କରାଯାଉଛି। ଏହାର ନିର୍ଦ୍ଦେଶକ ସୋନାଲୀ ବୋଷଙ୍କୁ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭଲ ପ୍ରତିକ୍ରିୟା ମିଳିଛି।

ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରିୟଙ୍କା ଦୀର୍ଘ ଦିନର ବିରତି ପରେ ବଲିଉଡ଼କୁ ଫେରିଛନ୍ତି। ତେବେ ବକ୍ସ ଅଫିସରେ ଏହା ଭଲ ବ୍ୟବସାୟ କରିବ ବୋଲି ନିର୍ମାତା ଆଶା ପୋଷଣ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories