ସୋରଡ଼ା: ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ବିଶେଷ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ସୋରଡ଼ା ବ୍ଲକରେ ଏହାର ପ୍ରଭାବ ଢେର ଦେଖିବାକୁ ମିଳିଛି। ବୋରଦା ପଞ୍ଚାୟତରେ ପ୍ରଭାହିତ ପଦ୍ମା ନଦୀ ଉପରେ ଗୋକୁଳପୁର ଠାରେ ନିର୍ମିତ ପୋଲର କିଛି ଅଂଶ ବୁଧବାର ଭାସି ଯାଇଛି । ଫଳରେ ପାଞ୍ଚ ପଞ୍ଚାୟତର ପନ୍ଦରରରୁ ଉର୍ଦ୍ଧ୍ୱ ଗ୍ରାମ ଜଳ ଘେରରେ ରହିଛି। ଅତ୍ୟଧିକ ଜଳ ପ୍ରଭାହିତ ହେଉ ଥିବା ଯୋଗୁଁ ପୋଲଟିର ସ୍ଥିତି ଜଣା ପଡୁ ନାହିଁ । ଗୋଟିଏ ପଟରୁ କିଛି ଅଂଶ ଭାସି ଯାଇଛି। ଘଟଣା ସ୍ଥଳରେ ଭଞ୍ଜନଗର ଉପ ଜିଲ୍ଲାପାଳ ସୋରଡ଼ା ବିଡ଼ିଓ ତହସିଲଦାର ଉପସ୍ଥିତ ରହି ସ୍ଥିତିର ସମୀକ୍ଷା କରିଛନ୍ତି।
Popular Categories



