www.samajalive.in
Tuesday, December 9, 2025
17.1 C
Bhubaneswar

କୋଲ୍ ବ୍ଲକ୍ ସ୍କାମ: ପୂର୍ବ କେନ୍ଦ୍ର ମନ୍ତ୍ରୀ ଦିଲିପଙ୍କୁ ଆଜୀବନ କାରାବାସ ନିମନ୍ତେ ସିବିଆଇର ଅନୁରୋଧ

ନୂଆଦିଲ୍ଲୀ:  ୧୯୯୯ ମସିହାରେ କୋଇଲା ଖାଦାନ ଆବଣ୍ଟନ ମାମଲାରେ ଅନିୟମିତତା ନିମନ୍ତେ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲିପ ରାୟଙ୍କୁ ଆଜୀବନ କାରାବାସ ପ୍ରଦାନ କରାଯିବା ନିମନ୍ତେ ସ୍ବତନ୍ତ୍ର ଅଦାଲତରେ ଯୁକ୍ତି ବାଢ଼ିଛି ସିବିଆଇ ।  ଅନ୍ୟପକ୍ଷରେ ଦିଲିପଙ୍କ ଓକିଲ ତାଙ୍କର ବୟସ ଓ ପୂର୍ବର ଉତ୍ତମ ଛବିକୁ ଦୃଷ୍ଟିରେ ରଖି ଦଣ୍ଡ ବିଧାନ କୋହଳ କରିବାକୁ ଅଦାଲତରେ ଅନୁରୋଧ କରିଛନ୍ତି । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସ୍ବତନ୍ତ୍ର ଅଦାଲତର ବିଚାରପତି ଭରତ ପରାଶର ଦଣ୍ଡାଦେଶ ଅକ୍ଟୋବର ୨୬ରେ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ।  ଏହା ସହ ଏହି ମାମଲାରେ ସମସ୍ତ ଦୋଷୀଙ୍କୁ ଆସନ୍ତା ୨୬ ତାରିଖରେ  ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସ୍ୱତନ୍ତ୍ର କୋର୍ଟ ବିଚାରପତି ଭରତ ପରାଶର ନିର୍ଦେଶ ଦେଇଛନ୍ତି । ସମସ୍ତ ପ୍ରକାର କରୋନା ସୁରକ୍ଷା ଗ୍ରହଣ କରି ୨୬ ତାରିଖରେ ଦୋଷୀମାନେ ଅଦାଲତରେ ହାଜର ହେବେ ।

୧୯୯୯ ମସିହାର କୋଇଲା ଦୁର୍ନୀତି ମାମଲାରେ ଦିଲୀପଙ୍କ ସହ  କୋଇଲା ମନ୍ତ୍ରାଳୟରେ ଥିବା ଦୁଇ ବରିଷ୍ଠ ଅଧିକାରୀଙ୍କୁ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି ।  ସେହିପରି କାଷ୍ଟନ୍ ଟେକନୋଲୋଜି ଲିମିଟେଡ୍, ଏହାର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରଓ୍ୱାଲ ଏବଂ କାଷ୍ଟନ୍ ମାଇନିଂ ଲିମିଟେଡକୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories