www.samajalive.in
Friday, December 12, 2025
19.1 C
Bhubaneswar

ଆଜି ପୃଥିବୀ ନିକଟତର ହେବ ଗ୍ରହାଣୁ

ଭୁବନେଶ୍ୱର : ରବିବାର ପୃଥିବୀ ନିକଟତର ହେବ ଏକ ଗ୍ରହାଣୁ। ତେବେ ପୃଥିବୀ ସହ ଗ୍ରହାଣୁର ଧକ୍କା ଦେବାର ସମ୍ଭାବନା ନାହିଁ। ପୂର୍ବରୁ ସେପ୍ଟେମ୍ବର ୬ରେ ପୃଥିବୀକୁ ଏକ ଗ୍ରହାଣୁ ଧକ୍କା ଦେବା ନେଇ ଚର୍ଚ୍ଚା ଚାଲିଥିବାରୁ ଜନସାଧାରଣ ଭୟଭୀତ ଅଛନ୍ତି। ଏଭଳି ଚର୍ଚ୍ଚାକୁ ପଠାଣି ସାମନ୍ତ ପ୍ଲାନେଟାରିୟମ ପକ୍ଷରୁ ଖଣ୍ଡନ କରାଯାଇଛି।

ଏ ସଂକ୍ରାନ୍ତ୍ରରେ ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ପୃଥିବୀ ନିକଟତର ହେବାକୁ ଥିବା ଗ୍ରହାଣୁ ନାମ ୪୪୬୫୮୨୪,୨୦୧୦ଏଫଆର। ଯାହାକୁ ୨୦୧୦ ମାର୍ଚ୍ଚ ୮ରେ ଆବିଷ୍କାର କରାଯାଇଥିଲା। ଏହି ଗ୍ରହାଣୁ ସେପ୍ଟେମ୍ବର ୬ ଭାରତୀୟ ସମୟ ଅପରାହ୍ନ ୨ଟା ୮ମିନିଟରେ ପୃଥିବୀ ନିକଟତର ହେବ । ସେତେବେଳେ ଏହାର ଦୂରତା ପ୍ରାୟ ୭୭ଲକ୍ଷ କିଲୋମିଟର ରହିବ। ଅର୍ଥାତ ପୃଥିବୀ ଓ ଚନ୍ଦ୍ର ଦୂରତାର ପ୍ରାୟ ୧୯ଗୁଣ ଦୂରରେ ରହିବ। ଏହାର ହାରାହାରି ବେଗ ଘଣ୍ଟା ପ୍ରତି ୫୧ହଜାର କିଲୋମିଟର ରହିବ ବୋଲି ଜଣାପଡ଼ିଛି। ଆକଳନ ଅନୁଯାୟୀ ଏହା ମାତ୍ର ୧୨୦ ମିଟର ଚଉଡା ଏବଂ ୨୭୦ ମିଟର ଲମ୍ବା ଅଟେ। ଏହା ୪୩୯ ଦିନରେ ଥରେ ସୂର୍ଯ୍ୟ ଚାରିପଟେ ବୁଲି ଆସୁଛି ଏବଂ ପ୍ରତି ୪ରୁ ୬ ବର୍ଷ ଭିତରେ ପୃଥିବୀର ନିକଟତର ହୋଇଥାଏ।

- Advertisement -

ମଙ୍ଗଳ ଓ ବୃହସ୍ପତି ଗ୍ରହ କକ୍ଷ ମଧ୍ୟରେ ସୂର୍ଯ୍ୟକୁ ପରିକ୍ରମା କରୁଛି ଏହି ଗ୍ରହାଣୁ। ଏହିଭଳି ଗ୍ରହାଣୁଙ୍କ ସଂଖ୍ୟା ଲକ୍ଷ ଲକ୍ଷ ଓ ଆକାରରେ ଏକ ମିଟରରୁ ଆରମ୍ଭ ହୋଇ ଶହଶହ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ। ଗ୍ରହାଣୁଗୁଡିକ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ପୃଥିବୀ ଆଡକୁ ଆକର୍ଷିତ ହୋଇଥାଆନ୍ତି; କିନ୍ତୁ ସେଗୁଡିକ ମଧ୍ୟରୁ ୯୯ପ୍ରତିଶତ ଗ୍ରହାଣୁ ପୃଥିବୀ ପୃଷ୍ଠରେ ପଡ଼ିବା ପୂର୍ବରୁ ବାୟୁ ମଣ୍ଡଳରେ ପାଉଁସ ହୋଇଯାଆନ୍ତି। ତେବେ ପୃଥିବୀ ନିକଟତର ହେବାକୁ ଥିବା ଗ୍ରହାଣୁ ଉପରେ ବୈଜ୍ଞାନିକ ଓ ଜ୍ୟୋର୍ତିବିଦ୍ମାନେ ଲକ୍ଷ୍ୟ ରଖିଛନ୍ତି ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories