www.samajalive.in
Monday, December 8, 2025
13.1 C
Bhubaneswar

ପରୀ ହତ୍ୟାକାଣ୍ଡ : ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ରିପୋର୍ଟ ତଲବ କଲେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ

ଭୁବନେଶ୍ଵର : ନୟାଗଡର ନାବାଳିକା ‘ପରୀ’ ହତ୍ୟାକାଣ୍ଡ ମାମଲାରେ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ। ପରୀ ହତ୍ୟାକାଣ୍ଡ ମାମଲାରେ ତଦନ୍ତର ଅଗ୍ରଗତି, ପୀଡିତାର ବୟସ ପ୍ରମାଣ ପତ୍ର, ଏତଲା କପି ଏବଂ ଅଭିଯୁକ୍ତଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ୧୦ ଦିନ ମଧ୍ୟରେ ଏହାର ରିପୋର୍ଟ ଦେବାକୁ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ନୋଟିସ୍ କରିଛନ୍ତି।

ସୂଚନାଯୋଗ୍ୟ ଆଜି ପରୀ ହତ୍ୟାକାଣ୍ଡ ମାମଲାକୁ ନେଇ ଜାତୀୟ ଶିଶୁ ସୁରକ୍ଷା କମିଶନଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଥିଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସମ୍ବିତ ପାତ୍ର। ଦାବି ପତ୍ରରେ ମୁଖ୍ୟତଃ ୨ ପ୍ରସଙ୍ଗ ଉଠାଇଥିଲେ ସମ୍ବିତ ପାତ୍ର। ଜାତୀୟ ଶିଶୁ ସୁରକ୍ଷା କମିଶନର ଏକ ସ୍ବତନ୍ତ୍ର  ଟିମ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁ ବୋଲି ଡକ୍ଟର ପାତ୍ର ଦାବି କରିଥିଲେ। ‘ପରୀ’ ଶରୀରର ବିଭିନ୍ନ ଅଙ୍ଗ ଚୋରୀ ହୋଇଛି ନା ନାହିଁ ତାହାର ମଧ୍ୟ ତଦନ୍ତ କରିବା ଏବଂ ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କର ଏଥିରେ କ’ଣ ସମ୍ପୃକ୍ତି ରହିତ ତାହା ମଧ୍ୟ ତଦନ୍ତ କରାଯିବା ପାଇଁ ଦାବି କରାଯାଇଛି। ତେବେ ସମ୍ବିତ ପାତ୍ରଙ୍କ ଦାବି ପତ୍ର ପରେ ଜାତୀୟ ଶିଶୁ ସୁରକ୍ଷା କମିଶନ ନିଜ ଆଡୁ ଏକ ମାମଲା ରୁଜୁ କରି ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories