www.samajalive.in
Saturday, December 6, 2025
26.1 C
Bhubaneswar

ଏମଏସଏମଇ ଶିଳ୍ପ ଉପରେ କରୋନା ମାଡ଼, ଉତ୍ପାଦନ, କାରବାର ଓ ନିଯୁକ୍ତି କ୍ଷେତ୍ର ପ୍ରଭାବିତ

ରାଉରକେଲା :  କରୋନା ମହାମାରୀ ବେଳେ ଦେଶର ଆର୍ଥିକ ଅବସ୍ଥା ବଡ଼ ଆହ୍ୱାନର ସମ୍ମୁଖୀନ ହୋଇଛି। କଳକାରଖାନା ଭରା ସୁନ୍ଦରଗଡ଼ ଜିଲାରେ ଶ୍ରମିକଙ୍କ ପାଇଁ ଅଧିକ କର୍ମସଂସ୍ଥାନ ଯୋଗାଉଥିବା ଅଣୁ,କ୍ଷୁଦ୍ର ଓ ମଧ୍ୟମ(ଏମଏସଏମଇ) ଶିଳ୍ପ ପାଇଁ ଅଧିକ ସଙ୍କଟ ସୃଷ୍ଟି ହୋଇଛି। କେବଳ ଓଡ଼ିଶା ନୁହେଁ ବରଂ ପଡ଼ୋଶୀ ରାଜ୍ୟଞ ସହିତ ଏହି ଶିଳ୍ପର ପାରିପାର୍ଶିକ ଅବସ୍ଥା ପ୍ରଭାବିତ ହୋଇଛି। ଗତ କିଛି ମାସ ତଳେ ଏହିଭଳି ଏକ ସଙ୍କଟ ସମୟରେ କେନ୍ଦ୍ର ସରକାର ଦେଶର ଆର୍ଥିକ ବ୍ୟବସ୍ଥାକୁ ସଂଜୀବନୀ ଦେବା ପାଇଁ ଆତ୍ମନିର୍ଭର ଭାରତ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ବିଶେଷକରି କେନ୍ଦ୍ର ସରକାରଙ୍କ ଏମଏସଏମଇ କ୍ଷେତ୍ର ପାଇଁ କେନ୍ଦ୍ରସରକାରଙ୍କ ସ୍ୱତନ୍ତ୍ର ଯୋଜନା ସ୍ଥାନୀୟ ଶିଳ୍ପ ପାଇଁ ଅତ୍ୟନ୍ତ ଉତ୍ସାହର ପରିବେଶ ସୃଷ୍ଟି କରିଥିଲା।

ଏହି ଯୋଜନା ଅନୁସାରେ ଏମଏସଏମଇ କ୍ଷେତ୍ର ପ୍ରତି ବ୍ୟାଙ୍କ କର୍ତୃପକ୍ଷ ଆବଶ୍ୟକ କୋହଳ ମନୋଭାବ ପୋଷଣ କରିଛନ୍ତି। ସ୍କିମ ଅନୁସାରେ ଏହି କ୍ଷେତ୍ର ପ୍ରତି ସେମାନଙ୍କର ସହଯୋଗର ହାତ ବଢାଇଛନ୍ତି। ଏନେଇ ରାଉରକେଲା ବଣିକସଂଗଣ ପୂର୍ବତନ ସଭାପତି ସୁନୀଲ କୟାଲ କହିଛନ୍ତିଯେ ବ୍ୟାଙ୍କ କର୍ତୃପକ୍ଷଙ୍କ ସହଯୋଗ ଶିଳ୍ପ ପାଇଁ ଏକ ସ୍ୱାଗତଯୋଗ୍ୟ ତଥା ଅତ୍ୟାବଶ୍ୟକ ବ୍ୟପାର। କିନ୍ତୁ ଶିଳ୍ପ ପାଇଁ ଅନ୍ୟ କ୍ଷେତ୍ରର ଆବଶ୍ୟକତା କରୋନା ମହାମାରୀ ସମୟରେ ପ୍ରଭାବିତ ହୋଇଥିବାରୁ ଏହି କ୍ଷେତ୍ର ଏବେ ଭିନ୍ନ ଏକ ସଙ୍କଟ ଦେଇ ଗତି କରୁଛି। ବିଶେଷକରି ଉତ୍ପାଦନ ପାଇଁ ଆବଶ୍ୟକ ଶ୍ରମିକ ଓ କଂଚାମାଲ କ୍ଷେତ୍ର ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଉଭୟ କର୍ତୃପକ୍ଷ ଓ ଶ୍ରମିକ ଲକଡାଉନ ଓ ସଟଡାଉନ ଭଳି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥାରେ ପ୍ରଭାବିତ ହୋଇଛି।

- Advertisement -

କରୋନା ମହାମାରୀ ସମୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। କାମ ହେଉଥିବା ଶିଳ୍ପ ପାଇଁ ଶ୍ରମିକ ମିଳୁନାହାଁନ୍ତି। ଅପରପକ୍ଷରେ ବୃହତ ଶିଳ୍ପ ସହିତ ଟାଏ ଅପ ଥିବା ଏମଏସଏମଇ ଶିଳ୍ପ କିଛି ପରିମାଣରେ ଉତ୍ପାଦନକଚ ଜାରି ରଖିବାରେ ସହାୟକ ହେଉଛନ୍ତି। ବିଶେଷକରି ନର୍ମାଣ ଓ ଫେବ୍ରିକେସନ ଶିଳ୍ପ ଭଳି କ୍ଷେତ୍ର ପାଇଁ ଏହା ସହାୟକ ହେଉଛି। କିନ୍ତୁ ବୃହତ ଶିଳ୍ପ ସହିତ ଟାଏ-ଅପ ନଥିବା ତଥା ନିଜସ୍ୱ ଉତ୍ପାଦନକୁ ଜାରି ରଖିଥିବା ଏମଏସଏମଇ ପାଇଁ ସାମ୍ପ୍ରତିକ ସ୍ଥିତି ସଙ୍କଟ ସୃଷ୍ଟି କରିଛି। ଗାର୍ମେଂଟ ଶିଳ୍ପ ଠାରୁ ଆର ଫଆଗ୍ରୋ, ଫୁଡ, ଅଟୋ କମ୍ପୋନେଟ, କେମିକାଲ ପ୍ରଡକ୍ଟ ଆଦି ଏମଏସଏମଇ ଶିଳ୍ପ ଉପରେ ଏହାର ସମ୍ପୂର୍ଣ୍ଣ ପ୍ରତିକୂଳ ପ୍ରଭାବ ଦେଖିବକାୁ ମିଳୁଛି। ବିଭିନ୍ନ ଅଂଚଳରେ ଲକଡାଉନ ଓ ସଟ ଡାଉନ ପ୍ରକ୍ରିୟା ରହୁଥିବାରୁ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଛି।

ଯାହାଫଳରେ ଶିଳ୍ପ ପାଇଁ ଆବଶ୍ୟକ କଂଚାମାଲ ଆସି ପାରୁନାହିଁ। ସେହିପରି ଏଠାରେ ଉତ୍ପାଦିତ ଦ୍ରବ୍ୟର ପରିବହନ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି। ଯେଉଁ ଏମଏସଏମଇ ଗୁଡ଼ିକ ବୃହତ ଶିଳ୍ପକୁ ଭରସା କରି ମାଲ ପରିବହ କରୁଛନ୍ତି, ବର୍ତମାନ ବଜାରର ଅବସ୍ଥା ଦୃଷ୍ଟିରୁ ସେମାନଙ୍କୁ ବହୁ ବିଳମ୍ବରେ ପ୍ରାପ୍ୟ ମିଳୁଛି। ମାସକ ସ୍ଥାନରେ ଏହି ପ୍ରାପ୍ୟ ପାଇବା ପାଇଁ ୩ମାସ ଲାଗି ଯାଉଛି। ଯାହାଫଳରେ ଏହି ଶିଳ୍ପ ଯାହାକିଛି ଉତ୍ପାଦନ କରି ବଜାରରେ ତିଷ୍ଠିବା ପାଇଁ ଉଦ୍ୟମ କରୁଥିଲା, ତାହା ସଙ୍କଟ ଆଡ଼କୁ ଗତି କରୁଛି। ରାଉରକେଲା ବଣିକସଂଘର ସଭାପତି ପ୍ରବୀଣ ଗର୍ଗଙ୍କ କହିବା କଥା ହେଲା କରୋନା ମହାମାରୀ ଏହି ଶିଳ୍ପର ଉତ୍ପାଦନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ତେବେ ବିଭିନ୍ନ ଶିଳ୍ପ ର ଲାଇାସନ୍ସ ନବୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉନଥିବାରୁ ଏହା ଏହି କ୍ଷେତ୍ର ପାଇଁ ଅଡ଼ୁଆ ସୃଷ୍ଟି କରିଛି। ୨୦୧୯-୨୦ ଲାଇସେନ୍ସର ନବୀକରଣ ଏପର୍ଯ୍ୟନ୍ତ ହୋଇ ନାହିଁ। ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଯୋଜନା ଘୋଷଣା ପରେ ଜାତୀୟକରଣ ବ୍ୟାଙ୍କ ଶିଳ୍ପ କ୍ଷେତ୍ର ପ୍ରତି ସେମାନଙ୍କର ସହଯୋଗର ହାତ ବଢାଇଛନ୍ତି। କିନ୍ତୁ ଘରୋଇ ବ୍ୟାଙ୍କ ଗୁଡ଼ିକ ଏଥିରେ ସହଯୋଗ କରୁନଥିବା ଆବଶ୍ୟକତାଠାରୁ ଅଧିକ ସୁଧ ଲାଗୁ କରୁଥିବା ସେ କହିଛନ୍ତି।

ତେବେ ବିଭିନ୍ନ ପାରିପାର୍ଶିକ ପରିସ୍ଥିତି ଏହି ସାମଗ୍ରିକ ବ୍ୟବସ୍ଥା ପାଇଁ ବାଧକ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ରାଉରକେଲା ବଣିକସଂଘର ସାଧାରଣ ସମ୍ପାଦକ ଆଲୋକ ଏମ. ଲୋସଲାକା କହିଛନ୍ତି ତିନୋଟି ବ୍ୟବସ୍ଥା ବର୍ତମାନ ଏମଏସଏମଇ ଶିଳ୍ପକୁ ପ୍ରଭାବିତ କରିଛି। ଏହି ପ୍ରତିକୂଳ ପରିସ୍ଥିତିରେ ହେଉଥିବା ଉତ୍ପାଦନର ପରିବହନ ଉତ୍ପାଦନ, କାରବାର ଓ ନିଯୁକ୍ତି କ୍ଷେତ୍ର ପ୍ରଭାବିତ ଉତ୍ପାଦନ, କାରବାର ଓ ନିଯୁକ୍ତି କ୍ଷେତ୍ର ପ୍ରଭାବିତ  ସବୁଠାରୁ ବଡ଼ ଆହ୍ୱାନ। ରାଜ୍ୟ ଓ ରାଜ୍ୟ ବାହାରକୁ ଯାଉଥିବା ସାମଗ୍ରୀ ସମ୍ପୃକ୍ତ ସ୍ଥାନରେ ପହଂଚିବା ପରେ ସେଠାରେ ଲକଡାଉନ ଓ ସଟ ଡାଉନ ପାଇଁ ଏହି ସାମଗ୍ରୀ ହସ୍ତାନ୍ତର ହୋଇ ପାରୁନାହିଁ।

ଏହା ସହିତ ସାମଗ୍ରୀ ପାଉଥିବା ଡିଲର ଓ ଦୋକାନୀ ଉପଯୁକ୍ତ ସମୟରେ ଦେୟ ପ୍ରଦାନ କରୁ ନାହାଁନ୍ତି। ଫଳରେ ପ୍ରତିକୂଳ ପରିସ୍ଥିତିରେ ହେଉଥିବା ଉତ୍ପାଦନ ପ୍ରଭାବିତ ହେଉଛି। ଏହା ଦ୍ୱାରା ସ୍ଥାୟୀ ଶ୍ରମିକ ନୁହେଁ ବରଂ ଠିକା ଶ୍ରମିକ ଅଧିକ ପ୍ରଭାବିତ ହେଉଛନ୍ତି। ଜିଲାରେ ଏହି ସ୍ଥିତି ଏବେ ଉଭୟ ଶିଳ୍ପ କର୍ତୃପକ୍ଷ ଓ ଶ୍ରମିକଙ୍କ ପାଇଁ ଚିନ୍ତାର କାରଣ ସୃଷ୍ଟି କରିଛି। ୮୦ପ୍ରତିଶତରୁ ଅଧିକ ଉତ୍ପାଦନ କରୁଥିବା ଏହି ଶିଳ୍ପ ବର୍ତମାନ ପାଖାପାଖି ୩୦ରୁ ୪୦ ପ୍ରତିଶତକୁ ଖସି ଆସିଛି। ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି କ୍ଷେତ୍ରରେ ବୃହତ ଶିଳ୍ପ ଠାରୁ ଏହି ଶିଳ୍ପର ଗୁରୁତ୍ୱ ବେଶ୍‍ ଅଧିକ ରହିଥାଏ। କିନ୍ତୁ କରୋନା ମହାମାରୀ ଉତ୍ପାଦନ କ୍ଷେତ୍ର ପରି ଏହାର ନିଯୁକ୍ତି କ୍ଷେତ୍ର ଉପରେ ମାଡ଼ କରିଛି। ଯାହାଫଳରେ ସଙ୍କଟର କ୍ଷେତ୍ର ଅଧିକ ବୃଦ୍ଧି ପାଇଛି। ଯଦି ଏହି ସ୍ଥିତି ଲାଗି ରୁହେ, ତେବେ ଆଗାମୀ ଦିନର ସଙ୍କଟ ଭିନ୍ନରୂପ ଧାରଣ କରିବ ବୋଲି ଆଶଙ୍କା ପ୍ରକାଶ ପାଉଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories