www.samajalive.in
Wednesday, December 10, 2025
26.1 C
Bhubaneswar

ଭାରତ ସରକାରଙ୍କ ଉଦ୍ୟମ ଓଡ଼ିଶାରେ ପର୍ଯ୍ୟଟନକୁ ବ୍ୟାପକ ଓ ବିକଶିତ କରିବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ବିଭିନ୍ନ ପ୍ରକାରର ଜୈବ ବିବିଧତା ସହ ଦେଶରେ ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳି ହେବାର କ୍ଷମତା ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ସଂରକ୍ଷଣ ପାଇଁ ଉଦ୍ୟମ ଏବଂ ଜୈବ-ବିବିଧତାକୁ ସଶକ୍ତ କରିବାର ପ୍ରଚେଷ୍ଟା ରାଜ୍ୟରେ ପର୍ଯ୍ୟଟନକୁ ବ୍ୟାପକ ଓ ବିକଶିତ କରିବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମୋଦୀ ସରକାର ବନ୍ୟଜନ୍ତୁ ସଂରକ୍ଷଣ ଏବଂ ଜଙ୍ଗଲ ସୁରକ୍ଷା ପାଇଁ ନେଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରସଙ୍ଗରେ ଶ୍ରୀ ପ୍ରଧାନ ଟ୍ୱିଟ୍‍ କରି କହିଛନ୍ତି ଯେ, ବନ୍ୟଜନ୍ତୁ ସଂରକ୍ଷଣ ଏବଂ ସହାବସ୍ଥାନ ଭାରତର ସାଂସ୍କୃତିକ ବୈଶିଷ୍ଟ୍ୟର ଏକ ଅଙ୍ଗ ଭାବେ ରହିଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଜୈବ ବିବିଧତା ସଂରକ୍ଷଣ ପ୍ରତି ଅଧିକ ସମ୍ବେଦନଶୀଳ ଏବଂ ଏହାର ପ୍ରୋତ୍ସାହନ ଓ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ଉଦ୍ଭିଦ ଓ ଜୀବଜନ୍ତୁଙ୍କ ସମ୍ଭାରରେ ପରିପୂର୍ଣ୍ଣ ଭାରତ ବିଶ୍ୱର ଜୈବ-ବିବିଧତାର ପ୍ରାୟ ୭ ରୁ ୮ ପ୍ରତିଶତ ଅଟେ। ବନ୍ୟଜନ୍ତୁ ଓ ଜୈବ ବିବିଧତାର ସଂରକ୍ଷଣ, ପରିଚାଳନା ତଥା ସୁରକ୍ଷା ସମ୍ବନ୍ଧରେ ଭାରତ ଅନେକ ପ୍ରମୁଖ ଆନ୍ତର୍ଜାତୀୟ ସମ୍ମିଳନୀରେ ଚୁକ୍ତିସ୍ୱାକ୍ଷର କରିଛି। ଭାରତ ସରକାରଙ୍କ ବାଘ ପ୍ରକଳ୍ପ ଦେଶରେ ବଡ଼ ସଫଳତାର ସହ ଦୁଇ ବର୍ଷ ମଧ୍ୟରେ ବାଘ ସଂଖ୍ୟାକୁ ଦୁଇ ଗୁଣା କରି କୃତିତ୍ୱ ହାସଲ କରିପାରିଛି। ଭାରତ ସରକାର କ୍ରମାଗତ ଭାବରେ ସନ୍ତସନ୍ତିଆ ଅଞ୍ଚଳ ଓ ବିଲୁପ୍ତପ୍ରାୟ ପ୍ରଜାତି ଗୁଡ଼ିକର ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି।

- Advertisement -

ଶ୍ରୀ ପ୍ରଧାନ କହିଛନ୍ତି, ଅପାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓଡ଼ିଶା ପୂର୍ବ ଭାରତର ଜୈବ-ବିବିଧତା ହଟସ୍ପଟ୍‍ ମଧ୍ୟରୁ ଅନ୍ୟତମ। ଶିମିଳିପାଳ ଅଭୟାରଣ୍ୟ, ଗନ୍ଧମାର୍ଦ୍ଦନ ପର୍ବତ, ଚିଲିକା, ଭିତରକନିକା ଏବଂ ଦେଓମାଳ ପର୍ବତରେ ୨୭୦୦ରୁ ଅଧିକ ପ୍ରଜାତିର ପ୍ରାଣୀ ବାସ କରନ୍ତି। ସେ କହିଛନ୍ତି ନଦୀକୂଳ ଅଞ୍ଚଳର ଇକୋସିଷ୍ଟମ ବା ପରିସଂସ୍ଥାନ ପରିବେଶ ସ୍ୱାସ୍ଥ୍ୟର ଗୁରୁତ୍ୱପୂର୍ଣ୍ଣ ଦିଗକୁ ସୂଚିତ କରେ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଡଲଫିନ୍‍ ପ୍ରକଳ୍ପ ସାମୁଦ୍ରିକ ପରିସଂସ୍ଥାନ ସଂରକ୍ଷଣର ଉଦ୍ୟମକୁ ପୁନଃଉଦ୍ଧାର କରିବା ସହ ଓଡ଼ିଶାର ଇରାୱାଡ଼ି ଡଲଫିନ ଏବଂ ଅଲିଭ୍‍ ରିଡଲେ କଇଁଛଙ୍କ ପାଇଁ ବରଦାନ ସଦୃଶ ହେବ।

ଉତ୍ସର୍ଗୀକୃତ ବୃକ୍ଷରୋପଣ କାର୍ଯ୍ୟ ଯୋଗୁଁ ଓଡ଼ିଶାରେ ଦ୍ରୁତ ଗତିରେ ଜଙ୍ଗଲ ସଂଖ୍ୟା ବୃଦ୍ଧି ପାଇଛି। ଓଡ଼ିଶାରେ ସବୁଜବଳୟକୁ ବୃଦ୍ଧି କରିବା ପାଇଁ ଭାରତ ସରକାର ଅଭୁତପୂର୍ବ ସମର୍ଥନ ଦେଇଛନ୍ତି। ଗତ ଥର କାମ୍ପା ପାଣ୍ଠି ଅଧୀନରେ କେନ୍ଦ୍ର ସରକାର ବୃକ୍ଷରୋପଣ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶାକୁ ୫୯୩୩.୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସଂରକ୍ଷଣ, ସ୍ଥାୟୀ ଜୀବନଶୈଳି, ସବୁଜ ଅର୍ଥନୀତି ମଡ଼େଲ୍‍ ନିର୍ମାଣର ମୂଲ୍ୟ ଆଧାରରେ ଭାରତ ଜଳବାୟୁ କ୍ରିୟାରେ କୃତିତ୍ୱ ହାସଲ କରିଛି। ପରିବେଶକୁ କ୍ଷତି ନପହଞ୍ଚାଇ ସ୍ଥିର ବିକାଶ ଓ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ଦିଗରେ ମୋଦି ସରକାର ବିଶ୍ୱାସ କରନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍‍ କରିଛନ୍ତି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories