www.samajalive.in
Monday, December 8, 2025
27.1 C
Bhubaneswar

ରିଲିଜ୍ ହେଲା ମାଧୁରୀଙ୍କ ପ୍ରଥମ ୱେବ୍‌ ସିରିଜ୍‌ ‘ଦି ଫେମ୍‌ ଗେମ୍‌’ର ଟ୍ରେଲର

ମୁମ୍ବଇ: ମାଧୁରୀ ଦୀକ୍ଷିତ ଅଭିନୀତ ୱେବ ସିରିଜ୍‌ ‘ଦି ଫେମ୍‌ ଗେମ୍‌’ର ଟ୍ରେଲର ଗୁରୁବାର ରିଲିଜ୍‌ ହୋଇଛି। ଏହା ମାଧୁରୀଙ୍କ ପ୍ରଥମ ୱେବ ସିରିଜ୍‌। ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସର ଏହି ୱେବ ସିରିଜ୍‌ରେ ଧକ୍‌ଧକ୍‌ ଗର୍ଲ ମାଧୁରୀ ବଲିଉଡ଼ ତାରକା ଅନାମିକା ଆନନ୍ଦ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ଅନାମିକାଙ୍କ ଖ୍ୟାତି ପଛରେ ଲୁଚି ରହିଥିବା ‘ଅନ୍ଧକାର ପାର୍ଶ୍ୱ’କୁ ଦର୍ଶାଯାଇଛି। ଏଥିରେ ସଞ୍ଜୟ କପୁର, ମାନବ କୌଲ, ଲକ୍ଷବୀର ସରନ, ସୁହାସିନୀ ମୁଲେ ଓ ମୁସ୍କାନ ଜାଫରୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ଟ୍ରେଲର ଆରମ୍ଭରେ ମାଧୁରୀଙ୍କୁ ଅନାମିକା ଆନନ୍ଦ ରୂପେ ପରିଚିତ କରାଯାଇଛି। ସେ ହଠାତ୍‌ କୁଆଡ଼େ ହଜି ହୋଇଯାଉଛନ୍ତି ଓ ତାଙ୍କ ହଜିଯିବା ଏକ ତଦନ୍ତର ବିଷୟ ପାଲଟି ଯାଉଛି। ଏହି ତଦନ୍ତ ସମୟରେ ତାଙ୍କ ଜୀବନର ଅନେକ ଅଶୁଣା କାହାଣୀକୁ ସାମ୍ନାକୁ ଆଣିଛି। ‘ଦି ଫେମ୍‌ ଗେମ୍‌’ ସିରିଜ୍‌ର ପ୍ରଥମ ପୋଷ୍ଟର ଗତ ମାସ ରିଲିଜ୍‌ କରାଯାଇଥିଲା, ଯେଉଁଥିରେ ମାଧୁରୀଙ୍କ ଚିନ୍ତାଗ୍ରସ୍ତ ଚେହେରା ଦେଖିବାକୁ ମିଳିଥିଲା। ୨୫ ଫେବୃୟାରୀରେ ନେଟଫ୍ଲିକ୍ସରେ ରିଲିଜ୍ ହେବ ଏହି ୱେବ ସିରିଜ୍‌।

- Advertisement -

 

 

 

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories